ବଲାଙ୍ଗୀର ଘରୋଇ ବସ୍‌ଷ୍ଟାଣ୍ଡରେ କରୋନା ସଚେତନତା: ବସ୍‌ଯାତ୍ରୀଙ୍କୁ ହାତ ଧୋଇ ଚଢ଼ିବାକୁ ପରାମର୍ଶ

ବଲାଙ୍ଗୀର ଅଫିସ,୨୦।୩: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଟାଉନ ଘରୋଇ ବସ୍‌ ଷ୍ଟାଣ୍ଡଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଘରୋଇ ବସ୍‌ ମାଲିକ ସଂଘ,ଜିଲା ରେଡ୍‌କ୍ରସ୍‌ ସୋସାଇଟି ଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେଶନ ପକ୍ଷରୁ ମହାମାରୀ କରୋନାଠୁ କିପରି ରକ୍ଷା ମିଳିବ ଏବଂ କିପରି ପ୍ରତ୍ୟେକ ଲୋକ ସଚେତନ ରହିବେ ସେ ନେଇ ପରାମର୍ଶ ଦିଆଯାଇଛି। ଏହାର ପ୍ରତିକାର ଦିଗରେ କିପରି ଆଗୁଆ ସଚେତନ ରହିବେ ଏ ନେଇ ଯାତ୍ରୀମାନଙ୍କୁ ହାତ ଧୋଇ ବସ୍‌ରେ ଚଢ଼ିବା ଏବଂ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିୟମିତ ହାତ ଧୋଇବାକୁ କୁହାଯାଇଛି। ଏହା ସହ ଏକ ସମୟରେ ଅଧିକ ଯାତ୍ରୀ ବସ୍‌ରେ ନ ଚଢ଼ିବାକୁ ସଚେତନ କରାଯାଇଥିଲା । ଠିକ୍‌ ସେହିପରି ବସ୍‌ ଭିତରକୁ ସାନିଟାଇଜ୍‌ ମଧ୍ୟ କରାଯାଇଥିଲା । ଏଥିରେ ଘରୋଇ ବସ୍‌ ମାଲିକ ସଂଘ ସଭାପତି ହେମନ୍ତ କୁମାର ପଣ୍ଡା, ଜିଲା ରେଡ୍‌କ୍ରସ୍‌ ସୋସାଇଟିର ରାମନାରାୟଣ ଦାସଙ୍କ ସହ କର୍ମକର୍ତ୍ତା ଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେଶନର ସଭାପତି ସୋମନାଥ ମିଶ୍ର ଓ ଫାଉଣ୍ଡେଶନର ମହିଳା ସଂଗଠନର କର୍ମକର୍ତ୍ତା ଓ ବସ୍‌ମାଲିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


All Right Reserved By Dharitri.Com

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ:୨୩,୩୩୦ ଖଣ୍ଡ ଭୋଟରେ ବିଜୟୀ ହେଲେ

ସୋହେଲା/ଭଟଲି, ୨୪-୫(ଡି.ଏନ.ଏ):ବରଗଡ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ଥର ପାଇଁ ବିଜୟ ହାସଲ...

ଆଳୁ ପିଆଜ ଗୋଦାମରେ ଚଢ଼ାଉ: ବିଲ୍‌, ଭାଉଚର ଦେଖାଇ ପାରିଲେନି ବ୍ୟବସାୟୀ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ସହରର କେତେଜଣ ଅସାଧୁ ବେପାରୀ ସେମାନଙ୍କ କଳାବେପାର ଆରମ୍ଭ କରିଦେଇଛନ୍ତି। ଆଳୁ, ପିଆଜ, ଚାଉଳ, ତେଲ, ଡାଲି, ପନିପରିବା ମୂଲ୍ୟକୁ...

ଦେଢ଼କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ

ବାସୁଦେବପୁର,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ନୂଆ ଜଗନ୍ନାଥ ଛକରୁ ଦେଢ଼ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ...

ସବୁଦିନ ସ୍କୁଲ ପଠାଇବାକୁ ସଂକଳ୍ପ ନେଲେ ଅଭିଭାବକ

ଗୋବିନ୍ଦପାଲି,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଉଦୁଲିବେଡ଼ା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲାଣଗୁଡ଼ା-୨ ପକ୍ଷରୁ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି।...

ଧାନ ରୋଇଲେ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ...

‘ସୌଭାଗ୍ୟ’ ପାଲଟିଛି ଦୁର୍ଭାଗ୍ୟ

ଭଦ୍ରକ ଅଫିସ, ୨୮।୧୨- ଭଦ୍ରକ ଜିଲାରେ ସୌଭାଗ୍ୟ ଯୋଜନା ଏବେ ଗରିବ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଅବସ୍ଥା ଆଣିଦେଇଛି। ବିଦ୍ୟୁତ୍‌ ବିଭାଗର ଅଜବ ନିୟମ କାରଣରୁ...

ସ୍ତ୍ରୀଙ୍କ ଓଢ଼ଣୀରେ ଶିକ୍ଷକଙ୍କ ଅତ୍ମହତ୍ୟା

ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ...

Leave a comment

Your email address will not be published. Required fields are marked *