କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇପାରି ନାହିଁ। ସୁରକ୍ଷା ଦୃଷ୍ଟିରୁ କେବଳ ଲୋକଙ୍କୁ ବିଭିନ୍ନ ପ୍ରକାରର ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ଥଣ୍ଡା, କାଶ, ଜ୍ୱର, ଶରୀର ଘୋଳାବିନ୍ଧା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏବେ ଏହାର କିଛି ନୂଆ ଲକ୍ଷଣ ଦେଖାଯାଇଛି। ଯାହା ଏବେ ବିଶ୍ୱର ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ାଇଦେଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଘ୍ରାଣଶକ୍ତି ଖରାପ୍‌ ହେଉଛି। ଏଥିସହ ସେମାନେ ଖାଦ୍ୟର ସ୍ବାଦ ମଧ୍ୟ କିଛି ଜାଣିପାରୁ ନ ଥିବା କୁହାଯାଉଛି। ଜର୍ମାନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ପ୍ରାୟ ସମସ୍ତ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଏଥିରେ ସଂକ୍ରମିତ ହୋଇଥିବା ରୋଗୀ କିଛି ଦିନରୁ ଖାଦ୍ୟର ସ୍ବାଦ ଜାଣି ପାରୁ ନ ଥିବା ବେଳେ କୌଣସି ଗନ୍ଧ ମଧ୍ୟ ବାରି ପାରୁନାହାନ୍ତି ବୋଲି ବିଶେଷଜ୍ଞ ହେଣ୍ଡ୍ରିକ୍‌ ଷ୍ଟ୍ରିକ୍‌ କହିଛନ୍ତି। ଏହି ଲକ୍ଷଣ ଶରୀରରେ ଏତେ ବୃଦ୍ଧି ପାଇଥାଏ ଯେ, ଜଣେ ମା’ ନିଜ ପିଲାଙ୍କ ଡାଇପର ଗନ୍ଧ କି ଶାମ୍ପୁର ସୁଗନ୍ଧ ମଧ୍ୟ ଜାଣିପାରି ନ ଥାନ୍ତି। ଆଉ କେତେକଙ୍କ ମଧ୍ୟରେ ଡାଇରିଆ ସମସ୍ୟା ଦେଖାଦେଇଛି। ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହି ଲକ୍ଷଣ ବ୍ୟକ୍ତିଙ୍କଠାରେ କେବେଠାରୁ ଦେଖାଦେଇଥାଏ। କୁହାଯାଉଛି ସଂକ୍ରମିତ ହେବାର କିଛି ଦିନ ପରେ ହିଁ ଏସବୁ ଲକ୍ଷଣ ଦେଖାଯାଉଛି। ଅପରପକ୍ଷେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜର୍ମାନରେ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ କରୋନା ଭାଇରସ୍‌ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଦେଶରେ ଏହି ସଙ୍କଟ ୨ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଜର୍ମାନୀର ପବ୍ଲିକ ହେଲ୍‌ଥ ଏଜେସ୍ସି ଚେତାବନୀ ଦେଇଛି। ସୂଚନା ମୁତାବକ ଜର୍ମାନୀରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଏପର୍ଯ୍ୟନ୍ତ ୪୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଫିଜିରେ ତାଣ୍ଡବ ରଚିପାରେ ‘ଟିନୋ’

ସୁଭା,୧୭।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫଜିରେ ଘୁର୍ଣ୍ଣିଝଡ଼ ‘ଟିନୋ’ କିଛିଘଣ୍ଟା ପରେ ତାଣ୍ଡବ ରଚିପାରେ ବୋଲି କୁହାଯାଉଛି। ଏଥିପାଇଁ ରିଲିଫ୍‌ ଶିବିର ସବୁ ଖୋଲି...

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ...

ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି।...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି...

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ...

ଅଳ୍ପ ଖର୍ଚ୍ଚରେ ଭ୍ରମଣ କରନ୍ତୁ ଏହି ୫ ସ୍ଥାନ

ସ୍ବଳ୍ପ ଜୀବନକାଳ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ଲାଗି ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ମାତ୍ର ଏଥିପାଇଁ କାର୍ଯ୍ୟବ୍ୟସ୍ତତା ହେଉ ଅଥବା ସମୟ...

ଦକ୍ଷିଣ କୋରିଆରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୨୭।୨: ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ କୋରିଆରେ ୩୩୪ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ଭାଇରସ ସଂକ୍ରମିତଙ୍କ...

କପଡ଼ା ଆଲମିରା ପଡ଼ି ଶିଶୁ ମୃତ: କମ୍ପାନୀ ଦେଲା ୩୩୧ କୋଟି କ୍ଷତିପୂରଣ

ନ୍ୟୁୟର୍କ,୮।୧: କପଡ଼ା ଆଲମିରା ପଡ଼ି ଜଣେ ୨ ବର୍ଷ ଶିଶୁର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଆଲମିଲା କମ୍ପାନୀକୁ ୩୩୧ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ...

Leave a comment

Your email address will not be published. Required fields are marked *