ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ଜନଗଣନା ସ୍ଥଗିତ ରଖିବାକୁ ନିବେଦନ

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଏପ୍ରିଲରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ନିର୍ଦ୍ଧାରିତ ହୋଇଛି। ଏଥିରେ ତାଲିକା, ଗଣନା, ଜନସଂଖ୍ୟା ପଞ୍ଜିକା ଅପ୍‌ଡେଟ୍‌ ହୋଇଥାନ୍ତା। ତେବେ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଫିଲ୍ଡ ଓ୍ବାର୍କରଙ୍କୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଜନଗଣନା ସ୍ଥଗିତ ରଖିବାକୁ ଲେଖିଛନ୍ତି।


All Right Reserved By Dharitri.Com

ତ୍ରିସ୍ତରୀୟ ସମବାୟ ଋଣ ପରିଶୋଧ ଅବଧି ବଢ଼ି ୧୨ ମାସ ହେଲା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ସ୍ବଳ୍ପମିଆଦୀ ତ୍ରିସ୍ତରୀୟ ସମବାୟ ଋଣ ଉଠାଣ ଓ ପରିଶୋଧର ସମୟସୀମା ବୃଦ୍ଧି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଏହି ଋଣ ଉଠାଣ ଓ...

ଆରସିରୋଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭଞ୍ଜନଗର,୧୭।୭(ଡି.ଏନ.ଏ) -ଭଞ୍ଜନଗର ସହର ଆର୍‌ସିରୋଡ଼କୁ ଅଧିକାଂଶ ଲୋକେ ବର୍ଷବର୍ଷ ଧରି ଜବରଦଖଲ କରି ରଖିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ବିଭିନ୍ନ ସମୟରେ ଜବରଦଖଲ...

ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଜରିମାନା: ୧ରୁ ଆଉ ଛାଡ଼ ନାହିଁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଆଉ ଛାଡ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣାଧୀନ (ପିୟୁସି) ସାର୍ଟିଫିକେଟ ନ ଥିଲେ ଗଣିବାକୁ ପଡିବ ଜରିମାନା। ଆସନ୍ତା ଅକ୍ଟୋବର ପହିଲାରୁ ଏହାକୁ କଡାକଡି ଲାଗୁ...

ମୋ ଭାଷା, ମୋ ପରିଚୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର...

ସମ୍ଭାବ୍ୟ ବାତ୍ୟା ବଢ଼ାଇଛି ଚିନ୍ତା

ପୁରୀ ଅଫିସ,୧୬ା୫: ମହାମାରୀ କରୋନା ଏବେ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏଭଳି ସମୟରେ ସମ୍ଭାବ୍ୟ ବାତ୍ୟାର ଭୟ ସୃଷ୍ଟି ହୋଇଛି। ପ୍ରାୟ ବର୍ଷକ...

ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୯ା୧୦ ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଅଚାନକ ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

ଆଜି ମହାଷଷ୍ଠୀ : ଝଲସୁଛି ମଣ୍ଡପ

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ...

ସାନିଟାଇଜ୍‌ ହେଲା କର କ୍ଲିନିକ୍‌

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): ଓଡ଼ିଶାର ତୃତୀୟ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରସ୍ଥିତ କର କ୍ଲିନିକ୍‌ରେ ଚିକିତ୍ସିତ ହୋଇଥିଲେ। ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...

Leave a comment

Your email address will not be published. Required fields are marked *