Posted inଫୁରସତ

ଭିନ୍ନ ଢଙ୍ଗରେ କରୋନା ବାର୍ତ୍ତା : ଅଷ୍ଟ୍ରିଆନ୍‌ ପାଇଲଟ୍‌ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଲେଖିଲେ ‘ଷ୍ଟେ ହୋମ୍‌’

ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍‌ କୋରନା ଭାଇରସ୍‌ ମହାମାରୀ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ‘ଷ୍ଟେ ହୋମ୍‌’ ବା ଘରେ ରହିବା ପାଇଁ ବାର୍ତ୍ତା ଲେଖିବାକୁ ପାଇଲଟ୍‌ ଫ୍ଲାଇଟ୍‌ ରାଡାରର ବ୍ୟବହାର କରିଥିଲେ। ପାଇଲଟ୍‌ ଭିଏନାରୁ ୫୦ ମାଇଲ୍‌ ଦୂର ଓ୍ବିନର ନେଷ୍ଟାଇଡ୍‌ ଏୟାର ପୋର୍ଟରୁ ସୋମବାର ଉଡ଼ାଣ କରିଥିଲେ। କେବଳ ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିବା ପାଇଁ ତାଙ୍କୁ ୨୪ ମିନିଟ୍‌ ସମୟ ଲାଗିଥିଲା।
ଗୁରୁବାର ସୁଦ୍ଧା ଅଷ୍ଟ୍ର୍ରିଆରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ରେ ପହଞ୍ଚିଥିଲା। ପାଇଲଟ୍‌ ତାଙ୍କ ନାମ ଘୋଷଣା କରିନାହାନ୍ତି। ସେ କହିଛନ୍ତି, ଲୋକଙ୍କୁ ଜାଗ୍ରତ କରିବା ପାଇଁ ମୁଁ ଏମିତି କରିଛି। କରୋନା ମହାମାରୀ ସମୟରେ ଆମେ ସମସ୍ତେ ଘରେ ରହିବା ଜରୁରୀ ଅଟେ। ଯାହା ଫଳରେ ଲୋକେ ସଂକ୍ରମଣରୁ ରକ୍ଷା ପାଇବେ। ମୁଁ ‘ଦ ଲାଇଟ୍‌ ଏୟାରକ୍ରାଫ୍ଟ ଡାଏମଣ୍ଡ ଡିଏ ୪୦’ରୁ ଉଡ଼ାଣ କରିଥିଲି। ୨୪ ମିନିଟ୍‌ରେ ଆକାଶରେ ଏହି ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିଥିଲି ବୋଲି ପାଇଲଟ୍‌ କହିଛନ୍ତି।


All Right Reserved By Dharitri.Com

ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ

ମହାରାଷ୍ଟ୍ରର ଅମରାବତୀର ହର୍ବିନ୍‌ ସରକାରୀ ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ ସୁବିଧା। ଶିଖ୍‌ ସଂପ୍ରଦାୟର ‘ଦଶବନ୍ଦ’ ଶିକ୍ଷା ମାଧ୍ୟମରେ ଆରମ୍ଭ ହୋଇଛି ‘ଜଲାରାମ ପାନପୋଇ...

ଅନ୍ତିମ ସଂସ୍କାର ପାଇଁ ଶ୍ୱଶୁରଙ୍କ ମୃତଦେହକୁ କାନ୍ଧରେ ବୋହି ନେଲେ ୪ ବୋହୂ

ପାଟନା,୩।୧: ବିହାରରେ ପରମ୍ପରାକୁ ଭାଙ୍ଗି ଶ୍ୱଶୁରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ୪ ବୋହୂ କାନ୍ଧରେ ବୋହି ନେଇଛନ୍ତି। ଏବେ ଏହାର ଫଟୋ ଓ ଭିଡ଼ିଓ...

ଛେଳି-ଫଳ ସବୁ କରୋନା ପଜିଟିଭ, ଟେଷ୍ଟ କିଟ୍‌ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ଦାର ଏସ୍‌ ସଲାମ,୪।୫: ଆଫ୍ରିକୀୟ ଦେଶ ତାଞ୍ଜାନିଆରେ କରୋନା ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କିଟ୍‌ ଗୁଡିକର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜନ ମଗୁଫୁଲି।...

ଗୋଟିଏ ଗଛରେ ଫଳିଛି ୪୦ ପ୍ରକାର ଫଳ, ଜାଣନ୍ତୁ ଏହାର ବିଶେଷତ୍ୱ

ସାଧାରଣତଃ ଗୋଟିଏ ଗଛରେ ହିଁ ଗୋଟିଏ ପ୍ରକାର ଫଳ ଫଳିଥାଏ। ଆମ୍ବ ଗଛରେ ଆମ୍ବ ଫଳୁଥିବାବେଳେ ପିଜୁଳି ଗଛରେ ପିଜୁଳି ଫଳିଥାଏ। ମାତ୍ର ବିଶ୍ୱରେ ଏମିତି...

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା...

ରେକର୍ଡ କଲା ହୀରାର ପଦ୍ମଫୁଲ ପରି ମୁଦି

ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍‌ବୁ ଅଗ୍ରଓ୍ବାଲ ଏକ ଖାସ୍‌ ଗହଣା କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି...

ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ...

Leave a comment

Your email address will not be published. Required fields are marked *