ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ବଲିଉଡ୍‌ କଳାକାରଙ୍କ ପ୍ରତିକ୍ରିୟା

ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ତିହାର ଜେଲରେ ଫାଶୀ ଦିଆଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଦୀର୍ଘ ୭ ବର୍ଷ ପରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ଏହି ଐତିହାସିକ ରାୟ ମିଳିବା ପରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି।
ଅଭିନେତା ଋଷି କପୁର ଟୁଇଟ୍‌ କରି ଲେଖିଛନ୍ତି ଯେ, ଏହି ଫାଶୀ କେବଳ ଭାରତ ପାଇଁ ନୁହେଁ ବରଂ ଦୁନିଆ ପାଇଁ ଏକ ଉଦାହରଣ। ଆହୁରି ମଧ୍ୟ ସେ ଲେଖିଛନ୍ତି, ଯିଏ ଯେମିତି କରିବ, ସେମିତି ପାଇବ।
ତାପସୀ ପନ୍ନୁ ଟୁଇଟ୍‌ କରିଛନ୍ତି, ଶେଷରେ ଫାଶୀ ହେଲା। ଆଶା କରୁଛି ନିର୍ଭୟାଙ୍କ ମା’ବାପା ଏବେ ଶାନ୍ତିରେ ଶୋଇପାରିବେ। ଏହା ତାଙ୍କ ପାଇଁ ବହୁ ଲମ୍ବା ସଂଘର୍ଷ ଥିଲା। ସେହିପରି ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ଟୁଇଟ୍‌ କରିଛନ୍ତି, ଶେଷରେ ନ୍ୟାୟ ମିଳିଲା। ୨୦୧୨ରେ ଏହି ନ୍ୟାୟ ମିଳିଥିଲେ ଅନେକ ମହିଳା ଏପରି କାଣ୍ଡରୁ ରକ୍ଷାପାଇ ପାରିଥାନ୍ତେ।
ଅଭିନେତ୍ରୀ ସୁସ୍ମିତା ସେନ୍‌ ନିର୍ଭୟାଙ୍କ ମା’ଙ୍କ ନିଷ୍ଠାର ପ୍ରଶଂସା କରିଛନ୍ତି।
ରିତେଶ ଦେଶମୁଖ ନିର୍ଭୟାଙ୍କ ପରିବାର ଏବଂ ବନ୍ଧୁଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।


All Right Reserved By Dharitri.Com

ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌...

ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ଟ୍ରୋଲର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ। ଫଳରେ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥାଏ।...

ଷ୍ଟାରଙ୍କ ପାଇଁ ନୁହେଁ କୁକୁୁର ପାଇଁ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ରଣବୀର କପୁର ଓ ଶାହାରୁଖ ଖାଁ ନିଜ ନିଜ ଷ୍ଟାଇଲ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ହେଲେ ନିକଟରେ...

ପ୍ରେମ ଅନ୍ତରାଳେ

ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ପ୍ରାୟ ଅନେକ ସମୟରେ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ।...

ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ...

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର...

ରଣବୀରଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି। ନିକଟରେ ଉଭୟଙ୍କ ବିବାହକୁ...

ପ୍ରିୟଙ୍କାଙ୍କ ମନ ଆଉ ଘରେ ଲାଗୁନି

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି।...

Leave a comment

Your email address will not be published. Required fields are marked *