୪୮ ଘଣ୍ଟାର ସଂଘର୍ଷ ପରେ ଜୀବନ ହାରିଲା ହାତୀ: ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଟାଙ୍ଗୀ ବନ ବିଭାଗ ରମ୍ଭାବିଲି ନିକଟ ବଘେଇପୁଟ ମୌଜାରୁ ବୁଧବାର ଅସୁସ୍ଥ ଅବସ୍ଥାରେ ଏକ ମାଈହାତୀକୁ ଉଦ୍ଧାର କରାଯାଇଥିଲା। ପ୍ରାୟ ୪୮ ଘଣ୍ଟାର ସଂଘର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ତା’ର ମୃତ୍ୟୁ ଘଟିଛି ।
ପ୍ରକାଶ ଯେ, ଗତ ବୁଧବାର ହାତୀକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ନିକଟରେ ଏକ ଦନ୍ତାହାତୀ ତାକୁ ଜଗି ରହିଥିଲା। କିଛି ସମୟ ବାଦ୍‌ ହାତୀ ଜଙ୍ଗଲକୁ ଯିବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ହାତୀ ଉପରକୁ ପାଣି ଛିଞ୍ଚନ କରିଥିଲେ। ପରେ ବନ ବିଭାଗ ଓ ଟାଙ୍ଗୀ ପ୍ରାଣୀଧନ ଚିକିତ୍ସାଳୟ ଟିମ୍‌ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ହାତୀ ଠିଆହୋଇ ୨ଶହ ମିଟର ଆଗକୁ ଯିବା ପରେ ତଳେ ପଡ଼ିଯାଇଥିଲା। ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦା ହାତୀକୁ ଜଗି ରହିଥିଲେ। ଗୁରୁବାର ରାତିରେ ତା’ର ପ୍ରାଣ ଚାଲିଯାଇଥିବା ଟାଙ୍ଗୀ ବନ ଅଧିକାରୀ ଅଜୟ ଜଗଦ୍ଦେବ ସୂଚନା ଦେଇଛନ୍ତି।
ବିଷଯୁକ୍ତ ପରିବା ଖାଇବା ପରେ ହାତୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ ଜଗଦ୍ଦେବ କହିଛନ୍ତି।


All Right Reserved By Dharitri.Com

କ୍ରିଶନ କୁମାର ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୧୫।୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ରାଜ୍ୟ ସରକାର କ୍ରିଶନ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୧୯ ତାରିଖରୁ ସେ ଏହି ଅତିରିକ୍ତ...

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ...

ପୃଥକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦାରିଙ୍ଗବାଡ଼ି,୫।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ଅଞ୍ଚଳରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା କାଜୁରିପାଙ୍ଗା...

ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ

ପୁରୀ ଅଫିସ,୨୩।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠରେ କଟକଣା ଲଗାଇଛନ୍ତି। ଦେବଦେବୀଙ୍କ ସେବାପୂଜା ସ୍ବାଭାବିକ ରହିଥିବାବେଳେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି।...

ଲୋପପାଉଛି ତାଳଗଛ, ବଢୁଛି ବଜ୍ରପାତ ଦୁର୍ଘଟଣା

ରସୁଲପୁର,୨୫ା୧(ଡିଏନଏ) ଗ୍ରୀଷ୍ମ ଋତୁରେ ବଜ୍ରପାତର ଆଶଙ୍କା ଅଧିକ ରହୁଛି। ବଜ୍ରାଘାତ ଯୋଗୁ ବହୁ ଧନଜୀବନ ହାନୀ ଘଟୁଛି। ୧ ଏପ୍ରିଲ,୨୦୧୫ରୁ ବଜ୍ରପାତଜନିତ ଦୁର୍ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟଭାବେ...

ଲଗାଣ ବର୍ଷାରେ ଲାଞ୍ଜିଗଡରେ ବନ୍ୟା ପରିସ୍ଥିତି: ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ,୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସୋମବାରଠାରୁ ବର୍ତ୍ତମାନ ଯାଏଁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ...

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର...

ଅନୁଗୋଳରେ ମହାତ୍ମା ଗାନ୍ଧୀଙ୍କ ଜିଲାସ୍ତରୀୟ ଜୟନ୍ତୀ

ଅନୁଗୋଳ ଅଫିସ,୨।୧୦: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜିଲାସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା...

Leave a comment

Your email address will not be published. Required fields are marked *