Posted inଜାତୀୟ

ରାସ୍ତାକଡ଼ରୁ ମକା କିଣି ଖାଇଲେ ଅଖିଳେଶ

ବାରବାଙ୍କି,୯।୬: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରାସ୍ତାକଡ଼ରୁ ମକା କିଣି ଖାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ଅଖିଳେଶ ବାରବାଙ୍କିରେ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ହଠାତ୍‌ ତାଙ୍କ ଗାଡ଼ି ରାମନଗରର କେଶରିପୁରଠାରେ ଥିବା ଲେବଲ୍‌ କ୍ରସିଂ ନିକଟରେ ଅଟକି ଯାଇଥିଲା। ସେଠାରେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ମକା ବିକ୍ରି କରୁଥିଲେ। ଅଖିଳେଶ ଗାଡ଼ି ଅଟକାଇ ମକାର ଦାମ୍‌ ସହ ଏହା ମିଠା ଅଛି କି ନା ବୋଲି ପଚାରିଥିଲେ। ତେବେ ମକା ବିକାଳି ଜଣକ ନମ୍ରତାର ସହ ମିଠା ମକା ବୋଲି କହି ଏହାର ଦାମ୍‌ ଦଶ ଟଙ୍କା ବୋଲି କହିଥିଲେ। ଅଖିଳେଶ ତାଙ୍କଠାରୁ ଏକ ମକା କିଣି ଖାଇ ସେଠାରୁ ଚାଲି ଆସିଥିଲେ।


All Right Reserved By

‘ଏମିତି ହୁଏନି ଭାଇ’ କହି ସୁଷମାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜ ଓ ତାଙ୍କ କାର୍ଯ୍ୟଶୈଳୀକୁ ମନେପକାଇଛନ୍ତି। ଦିଲ୍ଲୀର...

ମୋଦି ବିଶ୍ୱର ସବୁଠୁ ବଡ ଅଭିନେତା: ପ୍ରିୟଙ୍କା

ଲକ୍ଷ୍ନୌ, ୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି...

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା...

ଦିଦିଙ୍କ ନିଦ ହଜିଯାଇଛି: ମୋଦି

ବୁନିଆଦପୁର,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ (ସ୍ପିଡ୍‌ ବ୍ରେକର ଦିଦି)ଙ୍କ...

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି...

୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା

ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ...

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦...

ଧାର୍ଯ୍ୟ ସମୟରେ ହୋଇ ପାରିଲାନି ଆସ୍ଥା ଭୋଟ: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ବେଙ୍ଗାଲୁର,୧୯।୭: ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହୋଇ ପାଲିଲାନି ଆସ୍ଥା ଭୋଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଲେ ଆସନ୍ତା ସୋମବାର ଅବା ମଙ୍ଗଳବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *