ଏକାଧିକ ଚୋରି, ଡକାୟତିରେ ସଂପୃକ୍ତ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨୦୧୯ରୁ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ସିମନବାଡ଼ି ଗ୍ରାମର କୃପାକର ମୁଖୀ। ତାଙ୍କ ନାମରେ ପୂର୍ବରୁ ୯୩/୧୯ରେ ଏକ ମାମଲା ରହିଥିଲା।
ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ୧୬ରେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ବାଇମାଲା ଗ୍ରାମରେ ଦୁଇଜଣ ମହିଳା ଘରେ ଏକାକୀ ରହିଥିବା ସୁଯୋଗ ନେଇ କୃପାକର ଘରର କାନ୍ଥ ଭାଙ୍ଗି ଅସଦାଚରଣ କରିବାକୁ ଉଦ୍ୟମ କରିବା ସହ ମାରଣାସ୍ତ୍ର ଦେଖାଇ ୭୦ହଜାର ଟଙ୍କା ଲୁଟ୍‌ କରିଥିଲେ। ପରେ ଦୁଇ ମହିଳା ତଥା ଶାଶୂ ନିବାଜିନୀ ଦିଗାଳ ଏବଂ ବୋହୂ ସିଲା ଦିଗାଳ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଲୁଟ୍‌ ବେଳେ ଦୁଇ ମହିଳା ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇ ଦୁର୍ବୃତ୍ତ ଜଣକ ମୋବାଇଲ ଛାଡ଼ି ପଳାଇଥିଲେ । ମୋବାଇଲକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ ସୁଦ୍ଧା କୃପାକର ସେହିଦିନଠାରୁ ଫେରାର ହୋଇଯାଇଥିଲେ। ଏବେ ସେ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଗିରଫ କରିଥିଲା ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।


All Right Reserved By Dharitri.Com

୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ...

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ ଅଫିସ, ୨୧।୮-ଶ୍ରୀମନ୍ଦିରରେ ବୁଧବାର ରାହୁରେଖା ଲାଗି ହେବେ ମହାପ୍ରଭୁ। ଏଥିପାଇଁ ଅପରାହ୍ନ ପ୍ରାୟ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅର୍ଥାତ୍‌ ୫ଘଣ୍ଟା ଦର୍ଶନ ବନ୍ଦ...

ଦଧିନଉତିରେ ଦିଆଗଲା ଚୁନ ଲେପ

ପୁରୀ ଅଫିସ,୧୪ା୧: ନବାଙ୍କ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ଦଧିନଉତି ଏବଂ କଳସରେ ଚୁନ ଲେପ ଦିଆଯାଇଛି। ଚୁନରା ସେବକମାନେ ଏହି ଲେପ ଦେଇଛନ୍ତି। ପରମ୍ପରା ଅନୁଯାୟୀ,...

ତାମିଲନାଡୁରେ ଫସି ରହିଛନ୍ତି ୨୫ରୁ ଅଧିକ ଯୁବତୀ

ସମ୍ବଲପୁର, ୨୮।୩ (ବ୍ୟୁରୋ):ସମ୍ବଲପୁରର ଜିଲାର କୁଚିଣ୍ଡା, ଜମନକିରା, ଯୁଯୁମୁରା ଓ ବଲାଙ୍ଗୀର ଜିଲାର ପ୍ରାୟ ୨୫ଜଣ ଯୁବତୀ ତାମିଲନାଡୁରେ ଫସି ରହିଛନ୍ତି । ଲକ୍‌ ଡାଉନ...

ଅନୁଗୋଳରେ ସେକ୍ସ ର଼୍ୟାକେଟ୍‌ ଠାବ, ୫ ଗିରଫ

ଅନୁଗୋଳ ଅଫିସ/ବଅଁରପାଳ ୨୦।୮ ଅନୁଗୋଳ ଥାନା ଷ୍ଟେଶନ ରୋଡରେ ଥିବା ଏକ ଲଜ୍‌ରେ ଦେହ ବ୍ୟବସାୟ ଚାଲିଥିବା ବେଳେ ରବିବାର ରାତିରେ ଅନୁଗୋଳ ପୋଲିସ ଚଢ଼ାଉ...

୫ ଶ୍ରେଷ୍ଠ ନାଟକ ପୁରସ୍କୃତ

କଟକ ଅଫିସ, ୧।୨: ଥିଏଟର ମୁଭ୍‌ମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରଠାରେ ଚାଲିଥିବା ଗ୍ଲୋବାଲ ଥିଏଟର ଫେଷ୍ଟିଭାଲ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି...

୧୪ ଗ୍ରାମ ବ୍ରାଉନସୁଗାର ଜବତ: ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୨୭ା୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ବପ୍ନେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଗିରଫ କରିଥିବା କୋରାପୁଟ ଜିଲା ଜୟପୁରର ଟି....

ଲାଞ୍ଚ ନେଇ ଧରାପଡ଼ିଲେ ଡାଟାଏଣ୍ଟ୍ରି ଅପରେଟର

ଭଦ୍ରକ ଅଫିସ,୯।୧: ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା...

Leave a comment

Your email address will not be published. Required fields are marked *