କ୍ୟାମେରାକୁ ଦେଖି ଚିଡ଼ିଗଲେ ତୈମୁର, ଲୋକେ କହୁଛନ୍ତି, ‘ବେବୋଙ୍କଠାରୁ ଶିଖିଛନ୍ତି’

ବମ୍ବେ: କ୍ୟାମେରା ଫ୍ରେଣ୍ଡଲୀ କରିନା କପୁର ଖାଁ ଓରଫ ବେବୋଙ୍କ ପୁଅ ତୈମୁର। କ୍ୟାମେରା ଦେଖିଲେ ସେ ଭଳିକି ଭଳି ପୋଜ୍‌ ଦେଇଥାନ୍ତି। ପିଲାଦିନୁ ତାଙ୍କର ରହିଆସିଛି ଏଭଳି ଅଭ୍ୟାସ। ସୋସିଆଲ ମିଡିଆରେ ତାଙ୍କର ବିଭିନ୍ନ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଏବେ ଚାରିଆଡେ କରୋନାକୁ ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅଭିନେତା/ଅଭିନେତ୍ରୀମାନେ ଘରେ ରହୁଛନ୍ତି। ହେଲେ ନିକଟରେ ତୈମୁରଙ୍କୁ ବାପା ସୈଫଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ୟାମେରାକୁ ଦେଖି ଚିଡ଼ାଇବା ଭଳି ପୋଜ୍‌ ଦେଇଥିଲେ, ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି। ଏଭଳି କରିବା ସେ ବେବୋଙ୍କଠାରୁ ଶିଖିଥିବା ଅନେକେ କହୁଛନ୍ତି।

ଏହାପଛରେ କାରଣ ମଧ୍ୟ ରହିଛି। ନିକଟ ଅତୀତରେ ଇନ୍‌ଷ୍ଟାରେ ଡେବ୍ୟୁ କରିଛନ୍ତି କରିନା। ଦୁଇ ଦିନ ତଳେ ଆକାଉଣ୍ଟରେ ସେ ନିଜର ପିଲାଦିନ ଫଟୋ ଶେୟାର କରି କରୋନାଠାରୁ ନିଜକୁ ରକ୍ଷା କରିବାର ଉପାୟ କହିଥିବା ଦେଖାଯାଇଛି। ହେଲେ ଏହି ଫଟୋକୁ ତୈମୁରଙ୍କ ଫଟୋ ସହ ଯୋଡ଼ାଯାଉଛି। କିଛି ଲୋକ ମା’ଙ୍କ ଭଳି ତୈମୁର ମଧ୍ୟ ଦିଶୁଥିବା କହୁଛନ୍ତି।

ବାସ୍ତବରେ ଯଦି ଦେଖାଯାଏ ତେବେ ତୈମୁର ବାପା ସୈଫଙ୍କ ଅବିକଳ ନକଲ ହୋଇଛନ୍ତି। ପିଲାଦିନେ ସୈଫ ଯେପରି ଦେଖାଯାଉଥିଲେ, ତୈମୁର ମଧ୍ୟ ସେଭଳି ଲାଗୁଛନ୍ତି। ହଠାତ ଉଭୟଙ୍କ ଫଟୋକୁ ଏକାସାଙ୍ଗରେ ଦେଖିଲେ ଯେ କେହି କଥାକୁ ଠଉରାଇ ନ ପାରେ।


All Right Reserved By Dharitri.Com

ପ୍ରେମରେ ପଡିଲେ ହୁମା

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ଏବେ ପୁଣି ଏକ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଯୋର ଧରିଛି। କାରଣ ବଲିଉଡ୍‌ ଅଭିନେତ୍ରୀ...

ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌: ୧ ହଜାରରୁ ଅଧିକ ଫିଲ୍ମରେ କରିଛନ୍ତି କାମ, ଗିନିଜ୍‌ ରେକଡର୍‌ସରେ ନାମ ସାମିଲ

ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ଙ୍କ ଶନିବାର ହାପି ବାର୍ଥ ଡେ। ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସୋସିଆଲ...

ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍‌ର ଡୁଡୁଲ: ଡିଡିଏଲ୍‌ଜେ ଲୁକ୍‌କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ...

ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ...

ତମନ୍ନା ଯାହା ଖୋଜୁଥିଲେ..

କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ୟା ଭିତରେ...

୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା...

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ...

Leave a comment

Your email address will not be published. Required fields are marked *