ବାଇପାସ୍‌ ଚିନ୍ତା

ଦେବଗଡ଼ ଜିଲା ସଦର ମହକୁମା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପ୍ରଶସ୍ତୀକରଣ ବିଳମ୍ବିତ ହେବାରେ ଲାଗିଛି। ରାଜପଥରେ ଯାନବାହନ ବୃଦ୍ଧି ସହିତ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ମଧ୍ୟ ବଢୁଛି। ଫଳରେ ରାଜପଥ ପ୍ରଶସ୍ତୀକରଣ ବେଳେ ରାଜପଥକୁ ସହର ବାହାର ଦେଇ ଅର୍ଥାତ୍‌ ବାଇପାସ୍‌ ରାଜପଥ ନିର୍ମାଣ ପାଇଁ ଦାବି ହୋଇଥିଲା। ଦେବଗଡ଼ବାସୀ ଏନେଇ ବହୁବାର ଆନ୍ଦୋଳନ, ରାସ୍ତାରୋକୋ କରିଥିଲେ। ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜପଥ କର୍ତ୍ତୃପକ୍ଷ ସହର ବାହାର ଦେଇ ବାଇପାସ ରାଜପଥ ନିର୍ମାଣ କରୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଥିବାରୁ ସହରବାସୀଙ୍କ ସମସ୍ୟା ବଢିଚାଲିଛି। ବର୍ତ୍ତମାନ ସହର ଭିତରେ ଯାଇଥିବା ରାଜପଥ ବି ମରାମତି କରାଯାଉନି। ଯାହା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ରାଜପଥ ମରାମତି ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ ରାସ୍ତା ନିର୍ମାଣକାରୀ ସଂସ୍ଥା ଶୁଣୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଏପରି କି ଉକ୍ତ ସମସ୍ୟା ଦୂର ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ। କେନ୍ଦୁଝରସ୍ଥିତ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ଅଧିକାରୀ ଓ ଦେବଗଡ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ସହ ସମ୍ପୃକ୍ତ ଠିକାସଂସ୍ଥା କର୍ମକର୍ତ୍ତାଙ୍କୁ ସହର ଭିତର ଦେଇ ଯାଇଥିବା ରାଜପଥର ତୁରନ୍ତ ମରାମତି ଏବଂ ରାଜପଥ ଉପରେ ପ୍ରତିଦିନ ପାଣି ଛିଞ୍ଚନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ସମ୍ପୂର୍ଣ୍ଣ ଅଣଦେଖା କରୁଛି। ରାସ୍ତାରେ ପାଣି ନ ଦେଇ ନିଜର ମନଇଚ୍ଛା ଉକ୍ତ ରାସ୍ତାର ଖାଲଗୁଡ଼ିକରେ କ୍ରଶର୍‌ ଡଷ୍ଟ ପକାଇ ଦେଉଛି। ଫଳରେ ରାସ୍ତାରେ ଧୂଳି ଉଡ଼ୁଛି। କିଛି ଦିନ ପରେ ପୁଣି ଖାଲ ହୋଇଯାଉଛି। ଜାତୀୟ ରାଜପଥର ପୁରୁଣାଗଡ଼ ଛକରୁ ସିମିଳିଆବାହାଳ ସର୍କିଟ ହାଉସ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ଖାଲଖମା ସହ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡି ରହିଛି। ବିଭାଗ ତରଫରୁ ଏହାକୁ ସଜଡା ଯାଉନାହିଁ। ବିଭିନ୍ନ ଖାଲରେ ପକାଇଥିବା କ୍ରଶର୍‌ ଡଷ୍ଟ୍‌ ଯୋଗୁ ଲୋକେ ଧୂଳିଧୁସର ଖାଇ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ୪୯ନଂ. ଜାତୀୟ ରାଜପଥର ବାଇପାସ କାମ ସରିଗଲେ ସହର ଭିତରେ ଗାଡ଼ିମୋଟର ଯିବାଆସିବା କମିଯିବ। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ବାଇପାସ କାମ ଚାଲିଥିବା ବେଳେ କାମ ଶେଷ ହେବାର ନାଁ ଧରୁନି। ସହରବାସୀଙ୍କ ଲାଗି ବାଇପାସ ରାଜପଥ ଚିନ୍ତା ପାଲଟିଛି। ଫଳରେ ସହର ଭିତରେ ଗାଡ଼ିମୋଟର ଯାଉଥିବାରୁ ଅଧିକାଂଶ ଦିନ ଦୁର୍ଘଟଣା ଘଟୁଛି। ନିକଟରେ ଦୁର୍ଘଟଣାରେ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଛି। ଯଦି ବାଇପାସ ବିଳମ୍ବ ହେଉଛି, ତେବେ ସହର ଭିତରେ ଯାଇଥିବା ରାଜପଥ ମରାମତି କରିବା କଥା। କିନ୍ତୁ ରାଜପଥ କର୍ତ୍ତୃପକ୍ଷ କେଉଁଟା ବି କରୁନାହିଁ। ଜିଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
– ଶଶାଙ୍କ ଶେଖର ଝାଙ୍କର


All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ପୁଷ୍ଟିକର ଖାଦ୍ୟ ଦେବା ଲକ୍ଷ୍ୟ : ୧୮୫ ବିଦ୍ୟାଳୟରେ କିଚେନ ଗାର୍ଡେନ ବ୍ୟବସ୍ଥା

ନୟାଗଡ଼ ଅଫିସ,୧୬ା୯: ରାଜ୍ୟରେ ବିଭିନ୍ନ ସମୟରେ ମଧ୍ୟାହ୍ନଭୋଜନରେ ଛାତ୍ରୀଛାତ୍ରଙ୍କୁ ଭାତ ସହିତ ପାଣିଆ ଡାଲି ଦିଆଯାଉଥିବା ଅଭିଯୋଗ ହୋଇଥାଏ। ପିଲାଙ୍କୁ ଯେପରି ସୁଷମ ଓ ପୁଷ୍ଟିକର...

କରୋନା ଭୟ: ଗଁ।ର ପ୍ରବେଶ ପଥ ବନ୍ଦ

ନାଉଗଁ।, ୨୯।୩ (ସ୍ବ.ପ୍ର.)- ରାଜ୍ୟରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ନାଉଗଁ। ବ୍ଲକ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନିଜ ଗଁ।କୁ କରୋନା ମହାମାରୀରୁ...

ବଢ଼ୁଛି ମାନସିକ ରୋଗୀଙ୍କ ଉତ୍ପାତ : ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଏବେ ମାନସିକ ରୋଗୀଙ୍କ ଉତ୍ପାତ ବୃଦ୍ଧିପାଉଛି। ରାଜ୍ୟ ଓ ବାହାରୁ ବସ, ଟ୍ରେନ୍‌ ଓ ଅନ୍ୟ ପଥରେ ଏଠାକୁ...

ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ...

ଏପ୍ରିଲରୁ ମୂଲ ହେବା ମଡେଲ ସ୍କୁଲ: ଦରଖଁଡ଼ିଆ ହେଇ ପଡ଼ିଛେ ନୂତନ କୁଠା

ବିଜେପୁର, ୩।୩ (ଡି.ଏନ୍‌.ଏ.)- ଗଁାଗଁଲିର ମେଧାବୀ ପିଲାକୁଁ ଉଚ ଧରନ୍‌ର ଶିକ୍ଷା ଦେବାକେ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଥାପନା କରବାକେ ରାଏଜ୍‌ ସରକାର୍‌ ଯୋଜନା...

ପିପିଲିଆ ପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ସରପଞ୍ଚ ଅଟକ, ପିଇଓ ଫେରାର

କେନ୍ଦୁଝର, ୧୧।୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ପିପିଲିଆ ପଞ୍ଚାୟତରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ କମିଶନ ଟଙ୍କା ହେରଫେର ଅଭିଯୋଗରେ ଘଟଗାଁ...

ଲକ୍ଷ୍ମୀପୁରରେ ବିଜେଡିର ପ୍ରଭୁ ଜାନି ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଟି ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡରେ ବିଜେଡିର ପ୍ରଭୁ ଜାନି ୧୭୦୮ ଭୋଟ୍‌...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

Leave a comment

Your email address will not be published. Required fields are marked *