ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଫେବୃୟାରୀରେ ମୋଟ ୧୧, ୧୮୨ କୋଟି ଟଙ୍କା ନିବେଶ କରିଥିବା ବେଳେ ଏହା ମାର୍ଚ୍ଚରେ ୪୫,୯୮୧ କୋଟି ଟଙ୍କା ରହିଥିଲା। ଜାନୁୟାରୀରେ ଉଭୟ ଡେଟ୍‌ ଏବଂ ଇକ୍ୱିଟି ବାବଦକୁ ଏହି ନିବେଶକମାନେ ୫,୩୬୦ କୋଟି ଟଙ୍କାର ପୁଞ୍ଜି କାଢି ନେଇଥିଲେ।

ଏପ୍ରିଲ ୧ରୁ ୧୬ ମଧ୍ୟରେ ଏଫ୍‌ପିଆଇ ମାନେ ୧୪,୩୦୦,୨୨ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବା ବେଳେ ଡେଟ୍‌ ବଜାରରୁ ୩,୨୮୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଏହାକୁ ଧରିଲେ ଏମାନଙ୍କ ପକ୍ଷରୁ ମୋଟ୍‌ ନେଟ୍‌ ନିବେଶ ୧୧, ୦୧୨ କୋଟି ଟଙ୍କା ରହିଥିବା ଷ୍ଟକ ବଜାର ଡିପୋଜିଟୋରୀ ତଥ୍ୟରୁ ଏହା ସାମ୍ନାକୁ ଆସିଛି। ନିର୍ବାଚନ ପରବର୍ତ୍ତୀ ସମୟରେ ଏକ ସ୍ଥିର ସରକାର ଆସିବା ନେଇ ନିବେଶକମାନେ ବେଶ ଆଶାବାଦୀ ଥିବା ଗ୍ରୋଥଡବ୍ଲ୍ୟୁ  ନାମକ ନିବେଶ ସଂସ୍ଥା ଆନାଲିଷ୍ଟ ହରିଶ ଜୈନ କହିଛନ୍ତି। ଭାରତ ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏହାକୁ ଧ୍ୟାନରେ ରଖି ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ନିବେଶ ଧାରା ଜାରି ରଖିଥିବା ମର୍ଣ୍ଣିଂଷ୍ଟାରର ବରିଷ୍ଠ ଆନାଲିଷ୍ଟ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ୨୦୧୮ର ବଜାରସ୍ଥିତି ସତ୍ତ୍ୱେ ଭାରତ ଭଲ ପ୍ରଦର୍ଶନ କରୁଥିବା ସେ କହିଛନ୍ତି। ଚଳିତ ବର୍ଷ ଏଥିରେ ଉନ୍ନତି ପରିଲକ୍ଷିତ ହୋଇଛି। ଭାରତୀୟ ବଜାର ଏହି ଧାରା ଲାଗି ରହିବ ବୋଲି ଶ୍ରୀବାସ୍ତବ କହିଛନ୍ତି।


All Right Reserved By Dharitri.Com

ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ...

୮ କୋର୍‌ ସେକ୍ଟର ଅଭିବୃଦ୍ଧି ୫.୫%

ନୂଆଦିଲ୍ଲୀ,୧। ୪: ଦେଶର ୮ କୋର ସେକ୍ଟର ଅଭିବୃଦ୍ଧି ଚଳିତ ବର୍ଷ ଫେବୃୟାରୀ ମାସରେ ୫.୫% ରହିଛି। ଏହା ୧୧ ମାସର ସର୍ବୋଚ୍ଚ ସ୍ତର ବୋଲି...

ନିବେଶକଙ୍କ ୩.୨୦ ଲକ୍ଷ କୋଟି ଘାଟା

ନୂଆଦିଲ୍ଲୀ, ୨।୪: ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ ଦେଶର ପୁଞ୍ଜି ବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର...

୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ,୧-୭:  ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି। ଜୁଲାଇ ପହିଲାରୁ ଏହା ଲାଗୁ ହୋଇଯିବ। ଫଳରେ ଦିଲ୍ଲୀରେ ଘରୋଇ ବ୍ୟବହାର...

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ...

ଆଇଆର୍‌ଡିଏ ନେଲା ନିଷ୍ପତ୍ତି;ଏଣିକି ମାସିକ ଭିତ୍ତିରେ ଦେଇ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୨୫-୯: ସ୍ବାସ୍ଥ୍ୟ ବୀମା ନେଉଥିବା ଗ୍ରାହକ ଏଣିକି ମାସିକ ଆଧାରରେ ବୀମା ପ୍ରିମିୟମ ଜମା କରିପାରିବେ। ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଆଇଆର୍‌ଡିଏ)...

ରାଜସ୍ବ ନିଅଣ୍ଟ ୩.୯%କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସ, ମିନିମମ୍‌୍‌ ଅଲ୍ଟରନେଟ୍‌ ଟିକସ ଓ ନୂଆ ମାନୁଫାକ୍‌ଚରିଂ କମ୍ପାନୀ ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି।...

୮.୬୫%କୁ ବୃଦ୍ଧି ପାଇଲା ଇପିଏଫ୍‌ ସୁଧ ହାର, ୬ କୋଟି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଫାଇଦା

ନୂଆଦିଲ୍ଲୀ,୨୪-୯: ଦୀର୍ଘ ୭ ମାସ ଧରି ଅପେକ୍ଷା କରିବା ପରେ କେନ୍ଦ୍ର ସରକାର ଶେଷରେ ମଙ୍ଗଳବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର...

Leave a comment

Your email address will not be published. Required fields are marked *