ତୁଳସୀପତ୍ରରୁ ତେଲ ଉତ୍ପାଦନ

ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ପକ୍ଷରୁ ଜିଲାରେ ପାପଡାହାଣ୍ଡି ବ୍ଲକର ନିଳାଦ୍ରୀଗୁଡାର ଚାଷୀ ଆରତୀ ନାୟକଙ୍କ ଜମିରୁ ତୁଳସୀପତ୍ରରୁ ତେଲ ବାହାର କରାଯାଇଛି। ସିମ ସୋମ୍ୟା କିସମର ତୁଳସୀ ତେଲ ସୁଗନ୍ଧିତ ଧୂପକାଠିରେ ବ୍ୟବହାର ହୋଇପାରିବ ବୋଲି ସିମାପର ପ୍ରଧାନ ବୈଜ୍ଞାନିକ ଡଃ ପ୍ରଶାନ୍ତ ରାଉତ ପ୍ରକାଶ କରିଛନ୍ତି। ଏହା ଲିଟର ପିଛା ୧ହଜାର ଟଙ୍କାରେ ବିକ୍ରି ହୋଇପାରିବ ବୋଲି ସେ କହିଛନ୍ତି । ନବରଙ୍ଗପୁର ଜିଲାରେ ସିମ ସୋମ୍ୟା କିସମର ତୁଳସୀ ବିମାଳିଗୁଡା, ସରୁଗୁଡା ଓ ନିଳାଦ୍ରିଗୁଡାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଛି । ତେଲ ଉତ୍ପାଦନ କାର୍ଯ୍ୟକ୍ରମରେ ମୁଖ୍ୟ କୃଷି ଜିଲା ଅଧିକାରୀ ବ୍ରଜକିଶୋର ଲେଙ୍କା, ଜିଲା କୃଷି ଅଧିକାରୀ ଦେବପ୍ରସାଦ ଦାଶ, ଚାଷୀ ଆରତୀ ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ସହାୟିକା ରୀତା ବିର୍ତ୍ତିଆ ପରିଚାଳନା କରିଥିଲେ।ନବରଙ୍ଗପୁର ଜିଲାରେ ଚାଲିଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଉନ୍ନତି କାର୍ଯ୍ୟକ୍ରମ ଦ୍ୱାରା ଏହା କରାଯାଇଛି।


All Right Reserved By Dharitri.Com

ରୁଗୁଡିପାଲି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

ସୋନପୁର, ୬।୧(ନି.ପ୍ର.): ଗତବର୍ଷ ମୋ ନାତୁଣୀର ବାହାଘର ଠିକ୍‌ ହୋଇଥିଲା। ସେତେବେଳେ ତାକୁ ପ୍ରାୟ ୧୫ ବର୍ଷ ହୋଇଥିଲା। ଗାଁର ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ରଣା...

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ, ୩୦ା୯-ଗୋଚ୍ଛାପଡା ଥାନା ପୋଲିସ କ୍ରାଣ୍ଡିବାଲି ଛକରେ ଚଢ଼ାଉ କରି ଜଣେ ବାଇକ୍‌ ଚାଳକଙ୍କ ପାଖରୁ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହି...

ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଦ୍ୱିତୀୟ ଦିନରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼ ୨୭।୯: ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଚାଲିଥିବା ବନ୍ଦ ପାଳନ ଶୁକ୍ରବାର...

ଗଞ୍ଜାମରେ ବୋମାମାଡ଼ ପୂର୍ବତନ ଏମ୍‌ପି ପ୍ରତିନିଧି, କାର୍‌ ଚାଳକ ଗୁରୁତର

ଗଞ୍ଜାମ,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଥାନା ସାନବଜାରଠାରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଓ ତାଙ୍କ କାର ଚାଳକ...

ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ

କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି...

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ...

ଖୋର୍ଦ୍ଧାରେ ଟ୍ରାଫିକ୍‌ ପୋଲିସ, ଏଏସ୍‌ଆଇଙ୍କ ଦାଦାଗିରି: ଲାଞ୍ଚ ନ ଦେବାରୁ ପିଟିଲେ, ଚାଲାଣ ନ କାଟି ଛଡ଼ାଇନେଲେ ୫ଶହ ଟଙ୍କା

ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଆଦର୍ଶ ଥାନା ବ୍ୟାଙ୍କ ଛକରେ ଜଣେ ଟ୍ରାଫିକ ପୋଲିସ ଓ ଆଦର୍ଶ ଥାନା ଏଏସ୍‌ଆଇଙ୍କର ଦାଦାଗିରି ଯୋଗୁ ବୁଧବାର...

Leave a comment

Your email address will not be published. Required fields are marked *