ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଏହି ସମୟରେ ବୟସ୍କଙ୍କ ଯତ୍ନ ନିଅନ୍ତୁ : ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଚେତନତା ନେଇ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ଏ ନେଇ ସୂଚନା ଦେଇ କହିଛନ୍ତି, ୨୦୧୧ର ଜନଗଣନାନୁଯାୟୀ ରାଜ୍ୟରେ ବୟଙ୍କେ ସଂଖ୍ୟା ମୋଟ ଜନସଂଖ୍ୟାର ୧୦% ଅର୍ଥାତ ୬୦ ବର୍ଷରୁ ଊଦ୍ଧ୍ୱର୍ର୍ ୪୨ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦-୭୦ ବର୍ଷ ମଧ୍ୟରେ ୬%, ୭୦-୭୯ବର୍ଷ ମଧ୍ୟରେ ୩%, ୮୦ରୁ ଊର୍ଦ୍ଧ ୧% ଅଛନ୍ତି। ବୟସ୍କଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ମଧୁମେହ, ହୃଦ୍‌ରୋଗ, କ୍ୟାନ୍‌ସର ଆଦି ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କ ସହ ବୟସ୍କମାନଙ୍କ ସୁରକ୍ଷାକୁ ବିଶେଷଭାବେ ଧ୍ୟାନ ଦେବାକୁ ପଡ଼ିବ। ପରିବାରଲୋକେ ଏହାକୁ ଅଣଦେଖା କରନ୍ତୁ ନାହିଁ। ସେମାନଙ୍କ ନିଃସଙ୍ଗତାକୁ ଦୂର କରିବା ଲାଗି ସମ୍ବେଦନଶୀଳ ହୁଅନ୍ତୁ। ସ୍ନେହ ନେବା ସହ ଯତ୍ନ ନିଅନ୍ତୁ। ସେମାନଙ୍କ ସହ ଯଥାସମ୍ଭବ ସମୟ ଅତିବାହିତ କରନ୍ତୁ। ବାରମ୍ବାର ତାଙ୍କ ସହ କରୋନା ବିଷୟରେ କଥା ହୋଇ ଅଯଥା ସ୍ଥିତିକୁ ଅସ୍ତବ୍ୟସ୍ତ କରନ୍ତୁ ନାହିଁ। ଯଦି ପାରୁଛନ୍ତି ତେବେ ତାଙ୍କ ମନ ପସନ୍ଦର ବହି ଦିଅନ୍ତୁ। ନଚେତ ସୋସିଆଲ ମିଡିଆରେ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରାଇ ଦିଅନ୍ତୁ। ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ ବଜାୟ ରଖନ୍ତୁ। ଏସବୁ ମଧ୍ୟରେ ତାଙ୍କ ସହ ଗାଇଡ୍‌ଲାଇନ୍‌ ଅନୁଯାୟୀ ସାମାଜିକ ଦୂରତ୍ୱକୁ ବଜାୟ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି।


All Right Reserved By Dharitri.Com

ଜେଏନ୍‌ୟୁ ଆକ୍ରମଣକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୧(ବ୍ୟୁରୋ): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନରେ ଏଭଳି ଦାଦାଗିରିକୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ...

୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି...

ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ

  ଭୋଗରାଇ,୨୬।୫(ଡି.ଏନ.ଏ.)-କରୋନା ପାଇଁ ସାରାଦେଶ ୨ମାସ ଧରି ଲକ୍‌ଡାଉନ ରହିବା ଯୋଗୁୁ ଏହାର ସିଧାସଳଖ ପ୍ରଭାବ ପାନଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବାଲେଶ୍ୱର ଜିଲା...

ବେସରକାରୀ ଡାକ୍ତରଖାନା କର୍ମଚାରୀ ପାଇବେ ବୀମା ସୁବିଧା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ରୋକିବା ପାଇଁ ଆଗଧାଡିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ, କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ସକାଶେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ...

ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ...

ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ...

ଆଇଟି ଫାର୍ମ ପାଇଁ କରୋନା କଟକଣା: ବିଦେଶରୁ ଫେରିଥିଲେ ୧୪ ଦିନ ଘରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜଧାନୀରେ ଥିବା ବିଭିନ୍ନ ଆଇଟି ଫାର୍ମ ପାଇଁ କଟକଣା ଲାଗୁ ହୋଇଛି। ଯଦି କୌଣସି କର୍ମଚାରୀ ପରିବାର ସହ ନଚେତ କାମରେ ବିଦେଶ ଯାଇଥାନ୍ତି...

Leave a comment

Your email address will not be published. Required fields are marked *