ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯିବା ସହିତ ଜବରଦଖଲମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲି କ୍ରସଷ୍ଟାଣ୍ଡ ରୋଡ୍‌ର ଅରଣ୍ୟ ନିବାସ ସମ୍ମୁଖରେ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ନଦୀକଡ଼ ବଡ଼ ବଜାରରୁ ଉଦ୍ୟାନବିତ୍‌ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରାଯିବ ବୋଲି ଜଣାଯାଇଛି। ଗୁରୁବାର ଉଚ୍ଛେଦ ପୂର୍ବରୁ ଉଠାଦୋକାନୀମାନଙ୍କୁ ସୂଚନା ଦିଆଯାଇଥିଲା। କେତେଜଣ ଦୋକାନୀ ନିଜ ଉଦ୍ୟମରେ ଆସବାବପତ୍ର ସ୍ଥାନାନ୍ତର କରିଥିବାବେଳେ ଅନ୍ୟ କେତେଜଣ ଉଚ୍ଛେଦକୁ ବିରୋଧ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ଉଚ୍ଛେଦ ଯୋଗୁ ଚାନ୍ଦବାଲିର ମୁଖ୍ୟ ବ୍ୟବସାୟିକ ଅଞ୍ଚଳ ଶାସ୍ତ୍ରୀଘାଟ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଇଛି। ଉଚ୍ଛେଦ ବେଳେ ତହସିଲଦାର ସୁଶାନ୍ତ କୁମାର ସୂତାର, ଚାନ୍ଦବାଲି ଏନ୍‌ଏସି ଅଧିକାରୀ ଭାଗିରଥୀ ପ୍ରଧାନ ଓ ଥାନାଧିକାରୀ ପ୍ରଜ୍ଞା ମହାନ୍ତି ଉପସ୍ଥିତ ଥିଲେ।
ଫଟୋ-
ଚାନ୍ଦବାଲି ସହର ଉପକଣ୍ଠ ବୈତରଣୀ ନଦୀକଡ଼ରୁ ଜବରଦଖଲ ଉଚ୍ଛେଦ କାମ ଚାଲିଛି।


All Right Reserved By Dharitri.Com

ସମବାୟ ସମିତି ସଭାପତିଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି: ଏସ୍‌ପିଙ୍କୁ ଭେଟିଲେ ପରିବାରବର୍ଗ, ଗ୍ରାମବାସୀ

ସୋନପୁର,୧୭।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ସେବା ସମବାୟ ସମିତି ସଭାପତି ପ୍ରଦୀପ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ୨୮ ଦିନ ବିତିଲାଣି ।...

ରୀତିନୀତିରେ ପାଳନ ହେବ ଶୀତଳ ଷଷ୍ଠୀ, ରଥଯାତ୍ରା

ସୋନପୁର,୨୩।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଗ୍ରୀନ୍‌ ଜୋନ୍‌ରେ ରହିଛି ଏହି ଜିଲା। ତେବେ କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ ଦୂରେଇ...

ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ

କଟକ ଅଫିସ୍‌,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍‌ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ...

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ...

ଅଭିଭାବକଙ୍କୁ ମିଳିଲା ମଧ୍ୟାହ୍ନଭୋଜନ ଚାଉଳ ଟୋକନ୍‌

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୋମବାର...

ଭାରସାମ୍ୟ ହରାଇ ଓଲଟିଲା କ୍ୟାମ୍ପର

ଯୋଡ଼ା,୨୬।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟ ରାସ୍ତାରେ ଶନିବାର ଏକ କ୍ୟାମ୍ପର ଭାରସାମ୍ୟ ହରାଇ ଓଲଟି ପଡିଛି। ରାସ୍ତା କଡରେ...

ଧାରଣା ଦେଲେ ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀ

ଜୟପୁର,୩ା୭(ଡି.ଏନ୍‌.ଏ.): ଜୟପୁରସ୍ଥିତ ବିଏସ୍‌ଏନ୍‌ଏଲରେ କାର୍ଯ୍ୟରତ ଚୁକ୍ତିଭତ୍ତିକ ଅସ୍ଥାୟୀ କର୍ମଚାରୀ ବୁଧବାର ଧାରଣା ଦେଇଛନ୍ତି। ସିଟୁ ସମର୍ଥିତ କାଜୁଆଲ କର୍ମଚାରୀ ସଂଘର ଆହ୍ବାନ କ୍ରମେ ସ୍ଥାନୀୟ ଟେଲିଫୋନ୍‌...

Leave a comment

Your email address will not be published. Required fields are marked *