Posted inଫୁରସତ

ସ୍ତ୍ରୀଙ୍କୁ ମିଛ କହି ପ୍ରେମିକାଙ୍କ ସହ ଇଟାଲୀ ଯାଇଥିଲେ ବ୍ୟକ୍ତି, ଏବେ କରୋନାରେ ଆକ୍ରାନ୍ତ

ରୋମ୍‌: ବଲିଉଡ୍‌ର ଏକ ପ୍ରସିଦ୍ଧ ଗୀତ ଅଛି, ଯାହାକୁ ଆପଣ ନିଶ୍ଚିତ ଶୁଣିଥିବେ। ଗୀତଟି ହେଲା ପ୍ୟାର୍‌ ହମେ କିସି ମୋଡ୍‌ ପେ ଲେ ଆୟା, କ୍ୟା କରେ ହାୟ, କୋଇ ତ ବତାୟେ ଅବ୍‌ କ୍ୟା ହୋଗା…। ଏହି ଗୀତ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କାରଣ ସେ ତାଙ୍କ ସ୍ତ୍ରୀଙ୍କୁ ମିଛ କହି ପ୍ରେମିକାଙ୍କ ସହିତ ଇଟାଲୀ ଯାଇଥିଲେ। ଚାଇନା ପରେ ଏବେ ଇଟାଲୀରେ ସବୁଠୁ ଅଧିକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀର ବ୍ୟକ୍ତିଜଣକ ସ୍ତ୍ରୀଙ୍କୁ କହିଥିଲେ ବ୍ୟବସାୟ କାମରେ ସେ ବାହାରକୁ ଯାଉଛନ୍ତି। ମାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ଘଟଣା ପଦାକୁ ଆସିଛି। ସେଠାରେ ଯେତେବେଳେ ତାଙ୍କ ପରିଚୟ ପଚରାଗଲା ପ୍ରେମିକାଙ୍କ ନାଁ କହିବାକୁ ସେ ମନା କରିଦେଲେ। ସେ କେବଳ ଏତିକି କହିଛନ୍ତି ତାଙ୍କ ସ୍ତ୍ରୀ ଏକଥା ଜାଣିନାହାନ୍ତି। ଏହି ସଂକ୍ରମଣ କେମିତି ହେଲା ତାହା ଜଣାପଡ଼ିନାହିଁ। ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଲୋକେ ଥଟ୍ଟା ପରିହାସ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, କରୋନା ସହ ଲଢ଼ି ହୁଏତ ବଞ୍ଚିଯିବେ ମାତ୍ର ସ୍ତ୍ରୀଙ୍କୁ ସାମ୍ନା କରିପାରିବେ ତ? ଅନୁମାନ କରନ୍ତୁ ଯଦି ସ୍ତ୍ରୀ ଜାଣିଲେ ତେବେ ତାଙ୍କ ପରିସ୍ଥିତି କ’ଣ ହେବ। ଏହିଭଳି ଅନେକ କମେଣ୍ଟ କରିଛନ୍ତି ୟୁଜର। ଆଉ କିଛି ୟୁଜର ଉକ୍ତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।


All Right Reserved By Dharitri.Com

କଥାରୁ ମୁହଁର ଆକୃତି ଜାଣି ହେଉଛି

ମାସାଚ୍ୟୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ସ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଆର୍ଟିଫିସିିଆଲ ଇଣ୍ଟେଲିଜେନ୍ସି ଲାବୋରେଟୋରି (ସିଏସ୍‌ଏଆଇଏଲ୍‌)ଏକ ଆର୍ଟିଫସିିଆଲ କେବୁଲ ବିକାଶ କରିଛି। ଏହାଦ୍ୱାରା ବ୍ୟକ୍ତିର ସ୍ବରର ଅଡିଓ...

ଖୋଲିଲା ଇଜିପ୍ଟର ପ୍ରାଚୀନ ପିରାମିଡ: ୧୪ ବର୍ଷ ଧରି ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ

କାଏରୋ: ଇଜିପ୍ଟରେ ଥିବା ୪,୭୦୦ ବର୍ଷ ପୁରୁଣା ପିରାମିଡକୁ ପୁଣି ଖୋଲାଯାଇଛି। ଷ୍ଟେପ୍‌ ପିରାମିଡ୍‌ ଅଫ୍‌ ଡିଜୋସେର ୧୪ ବର୍ଷ ଧରି ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ...

ବନ୍ଦ ହେଲା ୧ ମିଲିୟନ ବର୍ଗ କିମିର ଓଜୋନ ଛିଦ୍ର

ନୂଆଦିଲ୍ଲୀ, ୨୭ା୪- ବିଭିନ୍ନ କାରଣରୁ ପ୍ରକୃତିରେ ପରିବର୍ତ୍ତନ ଦେଖାଯାଇଥାଏ। କିନ୍ତୁ ସମୟ ଆସିଲେ ପ୍ରକୃତି କିପରି ସେହି ପରିବର୍ତ୍ତନରୁ ପୁଣି ନିଜକୁ ମୁକ୍ତ କରିନିଏ ତାହା...

୩୦ଥର ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ,୨୧।୨: ୧୦ଟଙ୍କାର ପ୍ଲାଟଫର୍ମ ଟିକେଟକୁ ମାଗଣାରେ ନେବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏଥିପାଇଁ କିଛି ସର୍ତ୍ତ ପୁରା କରିବାକୁ ପଡ଼ିବ। ଆଉ ଏହି...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

ଯେଉଁଠି ଚା’, କଫି ଭଳି ପିଆଯାଏ କୋବ୍ରା ରକ୍ତ

ସାପକୁ ଭୋଜନ ଭାବେ ପ୍ରୟୋଗ କରିବା କିଛି ଦେଶରେ ପ୍ରଚଳିତ ରହିଛି। ଅନେକ ଦେଶରେ ସେନାଙ୍କୁ କୌଣସି ବିପଦଜ୍ଜନକ ପରିସ୍ଥିତିରେ ନିଜ ଜୀବନ ବଞ୍ଚାଇବାକୁ ସାପକୁ...

ଏମିତି ଏକ ଜେଲ୍‌ ଯେଉଁଠି ଜଣେ କଏଦୀ ଅଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍‌ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ...

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର...

Leave a comment

Your email address will not be published. Required fields are marked *