ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ ଚାନ୍ଦପୋଷ ଗ୍ରାମ ନିକଟ ଏକ ଖୋଲାପଡ଼ିଆରେ ବୁଲୁଥିବା ୮ ଗୋରୁଙ୍କର ମୃତ୍ୟୁ ଘଟିଛି। ସେଥିରେ ୬ଟି ବଳଦ ଓ ୨ଟି ଗାଈ ଥିବା ଜଣାପଡ଼ିଛି। ଖବର ପାଇ ପଦ୍ମପୁର ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ, ସାମାଜିକକର୍ମୀ ଟିକେଶ୍ୱର କାଲୋ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କୁଆଁରମୁଣ୍ଡା ରାଜସ୍ବ ନିରୀକ୍ଷକ, କୁଆଁରମୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ। ରାଜସ୍ବ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମ୍ପୃକ୍ତ ଗୋପାଳକମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ମୃତ ୮ଗୋରୁଙ୍କୁ ଗାତଖୋଳି ପୋତିଦିଆଯାଇଛି।


All Right Reserved By Dharitri.Com

ରାଜକୋଟ, ତିରୁପତିରେ ଫଶିଛନ୍ତି ୪୩ ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ/ଟିକ୍ରାପଡା/ଟିଟିଲାଗଡ, ୨୭ା୩ (ଡି.ଏନ୍‌.ଏ.):କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ା ଏଭଳି ସମୟରେ ରାଜ୍ୟ ବାହାରକୁ...

ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲାର ସଦର, ବାଲିଆପାଳ, ବସ୍ତା, ଭୋଗରାଇ ସମେତ ବିଭିନ୍ନ ବ୍ଲକରେ ଏଯାଏ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ...

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ: ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ସୂଚନା

କଟକ ଅଫିସ,୭।୧୨: କଟକ ଜିଲା ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ...

କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଜନ୍ମମାଟି ଯିବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ସମ୍ବର୍ଦ୍ଧନା ନେଇ ପ୍ରସ୍ତୁତି

ସଜାନଗଡ଼, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ରବିବାର ସନ୍ଧ୍ୟାରେ ଜନ୍ମମାଟି ନୀଳଗିରିରେ ପହଞ୍ଚିବେ। ତେବେ...

୨ ସ୍କୁଲ, ଘର ଭାଙ୍ଗିଲା ଦନ୍ତା

ବଡ଼ଗାଁ,୨୯।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନ ଜଙ୍ଗଲରେ ଥିବା ୧୬ଟି ହାତୀ ମଧ୍ୟରୁ ଗୋଠଛଡ଼ା ହୋଇଥିବା ଗୋଟିଏ ଦନ୍ତା ବିଭିନ୍ନ ସମୟରେ ଉପଦ୍ରବ...

ଭୋକିଲା ପେଟକୁ ମୁଠାଏ ଅନ୍ନ

ବରଗଡ଼ ଅଫିସ୍‌,୨୭।୩- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି କଟକଣା ଲାଗୁ ହେବା...

ତ୍ରିପାକ୍ଷିକ ଆଲୋଚନା ପରେ ସଫେଇ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୩୦।୭-ବାଲେଶ୍ୱର ପୌର ଠିକା ସଫେଇ କର୍ମଚାରୀମାନଙ୍କର ଗତ ୨୫ତାରିଖଠାରୁ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର ସହରରେ ସଫେଇ କାର୍ଯ୍ୟ ସ୍ବାଭାବିକ ଚାଲିଥିବା...

ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା, ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ ଦାବିପତ୍ର

କୋରେଇ,୧୪ା୮(ସ୍ବ.ପ୍ର.)- ଓଡ଼ିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟାସଭ୍ୟ ମହାସଙ୍ଘ କୋରେଇ ଶାଖା ପକ୍ଷରୁ ବୁଧବାର ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା ଓ ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ...

Leave a comment

Your email address will not be published. Required fields are marked *