Posted inଜାତୀୟ

ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍‌କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା ଦେଇଥିବା ନିଶ୍ଚିତ କରନ୍ତୁ। ଗୋଟିଏ ଦିନରେ ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକଙ୍କ ଲାଗି ଭିଡ଼ିଓ କନଫରେନ୍ସିଂ ହେବ। ଏଥି ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ରାଜ୍ୟରେ ଅଧିକ ଦିନ ଧରି ଭଙ୍ଗାଗଢ଼ା ରାଜନୀତିକୁ ସହ୍ୟ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, କମଲନାଥ ସରକାର ଶକ୍ତି ପରୀକ୍ଷା ନେଇ ସଙ୍କଟରେ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପ୍ରତି ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି।


All Right Reserved By Dharitri.Com

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା...

ଶୀଘ୍ର ଆସ୍ଥାଭୋଟ ପାଇଁ ଦାବି

ଭୋପାଳ,୧୫ା୩(ପି.ଟି.): ମଧ୍ୟପ୍ରଦେଶ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କୁ ସାକ୍ଷାତ କରି ବିଧାନସଭାରେ ତୁରନ୍ତ ଆସ୍ଥା ଭୋଟ କରାଇବା ପାଇଁ ଦାବି...

କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ: ସଞ୍ଜୟ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି ପାଗ ଭିଡୁଥିବା ବେଳେ ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ପରେ ଗୋଟିଏ...

ଶାହିନ୍‌ ବାଗ୍‌ରେ କରୋନା ଭୟ: ଶୀଘ୍ର ହଟିବ ଧାରଣା !

ନୂଆଦିଲ୍ଲୀ,୭।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତର ଦିଲ୍ଲୀର ଶାହିନ୍‌ ବାଗ୍‌ରେ ଧାରଣା ଜାରି ରହିଛି। ସିଏଏ ନେଇ ଦିଲ୍ଲୀରେ ଦଙ୍ଗା ବି ଘଟିଛି। ଏଥିରେ...

ପୁଲ୍‌ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୮ା୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର...

ସରକାର ଗଠନ ବିଳମ୍ବିତ

ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଥିବାବେଳେ କେଉଁ ଦଳ...

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌...

ରାଜସ୍ଥାନରେ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା

ଜୟପୁର,୪।୧: ରାଜସ୍ଥାନର କୋଟା ହସ୍ପିଟାଲରେ ଏବେ ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଏଠାରେ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସୂଚନା...

Leave a comment

Your email address will not be published. Required fields are marked *