ସକାଳେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ

ନିଜର ୟୁନିକ୍‌ ଭଏସ୍‌ ପାଇଁ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ଓଲିଉଡ ଜଗତରେ ବେଶ ପରିଚିତ। ଗତ କିଛିବର୍ଷ ହେବ ତାଙ୍କର ଅନେକ ଗୀତକୁ ଶ୍ରୋତା ପସନ୍ଦ କରିବା ସହ ହିଟ୍‌ର ମୋହର ମାରିଛନ୍ତି। ୨୦୧୮ ମସିହାରେ ସତ୍ୟଜିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଥିଲେ। ତେବେ ନିଜର ଫିଟନେସ୍‌ ପାଇଁ ସେ ବିଶେଷ ଧ୍ୟାନ ଦିଅନ୍ତି ବୋଲି କୁହନ୍ତି।

ସକାଳୁ ଉଠିବା ପରେ କିଛି ସମୟ ଯୋଗ, ପ୍ରାଣାୟମରେ ସମୟ ବିତାଏ। ଯୋଗ, ପ୍ରାଣାୟାମ ଦ୍ୱାରା କେବଳ ଶରୀର ଫିଟ୍‌ ରୁହେନି, ସୁସ୍ଥ ମାନସିକତା ଜାଗ୍ରତ ହୁଏ। ମୃଦୁ ପାନୀୟ ଆଦୌ ପିଏ ନାହିଁ। ସକାଳଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଉଷୁମ ପାଣି ପିଇବାକୁ ପ୍ରାଧାନ୍ୟ ଦିଏ। ବ୍ରେକଫାଷ୍ଟରେ ଗଜା ବୁଟ ଓ ଛତୁଆ ନିୟମିତ ଖାଇଥାଏ।
ମିଠା ଠାରୁ ଦୂରରେ ରୁହେ
ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ମୁଁ ବି ମିଠା ଜାତୀୟ ଖାଦ୍ୟ ଖାଇବାକୁ ଭଲ ପାଏ। ହେଲେ ନିଜକୁ ଫିଟ ରଖିବା ପାଇଁ ମନସ୍ଥ କରିବା ଦିନଠାରୁ ମିଠାଠାରୁ ଦୂରରେ ରହୁଛି। କଟକିଆ ହୋଇଥିବାରୁ ଦହିବରାକୁ ଆଡେଇ ପାରେନି। ଯେଉଁଠି ସୁଯୋଗ ମିଳେ, ଦହିବରା ଖାଏ।
ପ୍ରୋଗ୍ରାମ ଥିଲେ ଭେଜ୍‌ ଖାଏ
କୌଣସି ଡବିଂ କିମ୍ବା ଷ୍ଟେଜ ସୋ ପ୍ରୋଗ୍ରାମକୁ ଯିବାକୁ ଥିଲେ ଘରେ ଭଲ ଭାବେ ଖାଇ ଦେଇ ଯାଏ। ସେଠାରେ ଭୋକ ଲାଗିଲେ ମସଲାଯୁକ୍ତ ଖାଦ୍ୟ ଜମା ଖାଏନି। ଭେଜ ଖାଇବାକୁ ଭଲ ପାଏ। ରୁଟି, ସନ୍ତୁଳା ହେଲେ ବି କୌଣସି ଆପତ୍ତି କରେନାହିଁ।


All Right Reserved By Dharitri.Com

ଆଖି ମାରିବା ପରେ କିସ୍‌ କଲେ ପ୍ରିୟା

ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ...

ପରଦାକୁ ଆସିବ ‘ବାଲା’, ଜାଣନ୍ତୁ କେମିତି ହୋଇଥିଲା ଫିଲ୍ମର ନାମକରଣ

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ବାଲା’ ନଭେମ୍ବର ୭ରେ ପରଦା ଉପରକୁ ଆସିବାକୁ ଯାଉଛି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାର ଟାଇଟେଲକୁ ନେଇ...

ହିମାଂଶୁଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ରଘୁଙ୍କ ପ୍ରେମରେ ସ୍ବରା

ମୁମ୍ବାଇ: ଲେଖକ ହିମାଂଶୁ ଶର୍ମାଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏକୁଟିଆ ହୋଇ ଯାଇଥିଲେ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର। ହେଲେ ଏବେ ତାଙ୍କ ଜୀବନରେ...

ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ?...

ସୈଫ୍‌ଙ୍କୁ ଧୋକାବାଜ୍‌ କହିଲେ କାଜୋଲ

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଏବେ ନିଜ ଆଗାମୀ ଫିଲ୍ମ ‘ତାହ୍ନାଜୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ସ୍ବାମୀ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ...

ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି...

ଖୁବ୍‌ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍‌

ଗତ କିଛିବର୍ଷ ହେବ ବଲିଉଡ୍‌ରେ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କ ବାୟୋପିକ୍‌କୁ ଦର୍ଶକ...

ବଲିଉଡ୍‌ର ରିୟଲ୍‌ ଲଭ୍‌ବାର୍ଡ: ପ୍ରେମ ପାଇଁ ମାନି ନ ଥିଲେ ବାଧା ବନ୍ଧନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ରିଲ୍‌ ଲାଇଫ୍‌ ଲଭ୍‌ ଷ୍ଟୋରୀ ତ ସମସ୍ତେ ଦେଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି, ଯେଉଁମାନେ ପରଦା ଉପରେ...

Leave a comment

Your email address will not be published. Required fields are marked *