ଅପେରା ହାଲଚାଲ ରାତିତମାମ କାନ୍ଦିଥିଲେ ମୁନ୍ନା

ଅପେରା ଜଗତର ଆଗଧାଡିର ଅନ୍ୟତମ ନାୟକ ମୁନା। ଦୀର୍ଘ ୧୪ବର୍ଷ ଧରି ସେ ଅଭିନୟ ଜାରି ରଖିଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନମିତାଙ୍କ ସହ ସେ ଏବେ ଧଉଳି ଗଣନାଟ୍ୟରେ ନିଜର ଆକ୍ଟିଂ କ୍ୟରିୟର ଜାରି ରଖିଛନ୍ତି। ଅଭିନୟ ଜୀବନର ଏକ ଅଭୁଲା ସ୍ମୃତିକୁ ବଖାଣି ମୁନା କହନ୍ତି, ‘ସେତେବେଳେ ମୁଁ କୋଣାର୍କ ଗଣନାଟ୍ୟରେ ଥାଏ। କେନ୍ଦୁଝରର ଏକ ସ୍ଥାନରେ ଅପେରା ପରିବେଷଣ କରୁଥାଏ ଏହି ପାର୍ଟି। ସନ୍ଧ୍ୟାବେଳେ ହଠାତ୍‌ ଘରୁ ଖବର ଆସିଲା-ମୋ ମା’ ଚାଲିଗଲେ। ଖବରଟି ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ଗୋଟିଏ ପଟେ ମା’ଙ୍କ ମୃତ୍ୟୁ ଖବର, ଅନ୍ୟପଟେ ସେଦିନ ନାଟକ ପାଇଁ ସମ୍ପୂର୍ଣ୍ଣ ଟିକେଟ ବୁକ୍‌ ହୋଇସାରିଥାଏ। କ’ଣ କରିବି ? ମ୍ୟାନେଜରଙ୍କ ନିକଟରୁ ଯାଇ କହିଲି। ମ୍ୟାନେଜର ଅର୍ଗାନାଇଜରଙ୍କ ସହ କଥା ହେଲେ, ହେଲେ ସେମାନେ ନାଟକ ବଦଳାଇବାକୁ ରାଜି ହେଲେନାହିଁ। ତେଣୁ ବାଧ୍ୟହୋଇ ରାତି ତମାମ ଅଭିନୟ କରିବାକୁ ନିଜକୁ ପ୍ରସ୍ତୁତ କରିନେଲି। ମନରେ କୋହ। ସଂଯୋଗବଶତଃ ସେଦିନ ଭୂମିକାରେ ମୋର ଅଧିକ ପ୍ୟାଥେଟିକ ସିନ୍‌ ଥିଲା। ତେଣୁ କାନ୍ଦି କାନ୍ଦି ରାତି ପାହି ଯାଇଥିଲା। ସକାଳୁ ନାଟକ ଶେଷ ହେବା ପରେ ଘରକୁ ଯାଇଥିଲି। ମା’ଙ୍କ ଅନ୍ୟେଷ୍ଟିକ୍ରିୟା ଶେଷ କରି ପୁଣି କେନ୍ଦୁଝର ଫେରିଥିଲି।


All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି...

‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍‌ଙ୍କ ଏଣ୍ଟ୍ରି

ଦୀର୍ଘଦିନ ଧରି ଶାହାରୁଖ ଖାଁଙ୍କୁ ଫ୍ୟାନ୍‌ମାନେ ସିଲ୍‌ଭର ସ୍କ୍ରିନ୍‌ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ...

ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ...

୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ପ୍ରସିଦ୍ଧ ଅଭିନେତା ଅମୁଲ ପାଲେକର ଦୀର୍ଘ ୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି। ସେ ଥ୍ରୀଲିଙ୍ଗ ଡ୍ରାମା ହିନ୍ଦୀ ପ୍ଲେ ‘କୁସୁର’ରେ ନଜର ଆସିବେ। ‘କୁସୁର’ର...

ରିଲିଜ୍‌ ଅପେକ୍ଷାରେ ‘ଗୁଡ୍‌ ନ୍ୟୁଜ’ ଟ୍ରେଲର୍‌

ମୁମ୍ବାଇ: ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍‌ କରି ସୂଚନା...

କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି...

ଅର୍ଜୁନଙ୍କ ସମ୍ପର୍କରେ ପିତା ବୋନି କପୁର କହିଲେ ଏମିତି କଥା

ମୁମ୍ବାଇ: ନିର୍ଦ୍ଦେଶକ ତଥା ଅଭିନେତା ବୋନି କପୁର ଜଣେ ବାପା ହିସାବରେ ସବୁ ସନ୍ତାନଙ୍କୁ ସ୍ନେହ ଆଦର କରିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତଥାପି...

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

Leave a comment

Your email address will not be published. Required fields are marked *