କଥା ରଖିଥିଲେ କିଆରା

ବଡ଼ ପରଦାରେ ଅଭିନୟ କରିବା ପୂର୍ବରୁ କିଆରା ଆଡ୍‌ଓ୍ବାନିଙ୍କ ପ୍ରକୃତ ନାମ କ’ଣ ଥିଲା ଜାଣନ୍ତି? ଆଲିୟା ଆଡ୍‌ଓ୍ବାନି। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଫୁଗ୍‌ଲି’ର ଶୁଟିଂ ସମୟରେ ତାଙ୍କର ଭେଟ ହୋଇଥିଲା ସଲ୍‌ମାନ ଖଁ।ଙ୍କ ସହ। ସେତେବେଳେ ସଲ୍ଲୁ ମିଅଁ। ତାଙ୍କୁ ନିଜ ନାମ ବଦଳାଇ କିଆରା ରଖିବାକୁ ପରାମର୍ଶ ଦେଇଥିଲେ। ଆଉ ତା’ପରେ ସେ ବିଳମ୍ବ ନ କରି ନିଜ ନାମକୁ ଆଲିୟାରୁ କିଆରାକୁ ପରିବର୍ତ୍ତନ କରିଥିଲେ। ବଲିଉଡ୍‌ର ବିଶିଷ୍ଟ ଅଭିନେତା ସୟିଦ ଜାଫ୍ରିଙ୍କର ସେ ହେଉଛନ୍ତି ନାତୁଣୀ। କିଆରାଙ୍କ ବାପା ଜଗଦୀପ ଆଡ୍‌ଓ୍ବାନି ଜଣେ ବିଜ୍‌ନେସ୍‌ମ୍ୟାନ ଏବଂ ମା’ ଜେନେଭିଭେ ଜାଫ୍ରି ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ। ଖାସ୍‌ କଥା ହେଲା, ଜେନେଭିଭେ ଏବଂ ସଲମାନ୍‌ଙ୍କ ମଧ୍ୟରେ ଥିବା ବନ୍ଧୁତା କିଆରାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। କିଆରାଙ୍କ ପ୍ରଥମ ସିନେମା ପ୍ରମୋଶନର ସମସ୍ତ ଦାୟିତ୍ୱ ସଲମାନ ହିଁ ନେଇଥିଲେ। ଅନୁପମ ଖେର୍‌ଙ୍କ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସେ ଆକ୍ଟିଂରେ ଡିଗ୍ରୀ ହାସଲ କରିଛନ୍ତି। ‘ଫୁଗ୍‌ଲି’ର କୋ-ଷ୍ଟାର ମୋହିତ ମରଓ୍ବାଙ୍କ ସହ ତାଙ୍କର ଆଫେୟାର୍ସ ଅଛି ବୋଲି ଆଲୋଚନା ହୁଏ। କିଆରାଙ୍କ ଅଭିନୀତ ହିଟ୍‌ ସିନେମାଗୁଡ଼ିକ ମଧ୍ୟରେ ରହିଛି ‘ଏମ୍‌ଏସ୍‌ ଧୋନୀ’, ‘ମେଶିନ୍‌’ ଏବଂ ‘କଲଙ୍କ’ । ପ୍ରତିଦିନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ ସେ ନିୟମିତ ଜିମ୍‌ ଯାଇଥାଆନ୍ତି। ସଚିନ ତେନ୍ଦୁଲକରଙ୍କର ସେ ହେଉଛନ୍ତି ଜଣେ ବଡ଼ ପ୍ରଶଂସକ।


All Right Reserved By Dharitri.Com

୫ ହଜାରରୁ ଅଧିକ ଆସିଲାଣି ବିବାହ ପ୍ରସ୍ତାବ, ହେଲେ କାହାକୁ ବିବାହ କରିବେ ବାହୁବଳୀ ପ୍ରଭାସ

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା।...

ତମନ୍ନା ଯାହା ଖୋଜୁଥିଲେ..

କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ୟା ଭିତରେ...

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

ବଲିଉଡ୍‌ ଗୀତରେ ନାଚିଲେ ଟ୍ରମ୍ପ: ଭିଡିଓ ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଲିଉଡ୍‌ ଗୀତରେ ଧୁମ୍‌ ନାଚିଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତେବେ...

କଙ୍ଗନାଙ୍କ ସ୍ବପ୍ନ ହେଲା ପୂରଣ

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ନିଜ ଅଭିନୟ ଜରିଆରେ ସେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।...

କରୋନା ଭୟରେ ଟ୍ରେନ୍‌ ସିଟ୍‌ ସଫା କଲେ ରବୀନା

କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ। ଏ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ପର୍ଯ୍ୟନ୍ତ କେହି ହେଲେ ଘରୁ ବାହାରକୁ ବାହାରୁ...

ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା...

ମଲାଇକାଙ୍କ ସହ କେବେ ବିବାହ କରୁଛନ୍ତି ପ୍ରଶ୍ନର ଉତ୍ତର ଦେଲେ ଅର୍ଜୁନ, କହିଲେ ଯେତେବେଳେ କରିବି ଜଣାଇବି

ମୁମ୍ବାଇ: ବି-ଟାଉନ୍‌ର ହଟ୍‌ କପୁଲ ପାଲଟିଛନ୍ତି ଅର୍ଜୁନ କପୁର ଏବଂ ମଲାଇକା ଅରୋରା। ଉଭୟଙ୍କୁ ସବୁବେଳେ ବିଭିନ୍ନ ପାର୍ଟି ଅଥବା ଡିନର୍‌ ଡେଟ୍‌ରେ ଦେଖିବାକୁ ମିଳୁଛି।...

Leave a comment

Your email address will not be published. Required fields are marked *