ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା ଗଦାଧର ବହୁ ଯୁବ କଳାକାର ସୃଷ୍ଟି କରି ପାରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଅନ୍ତର୍ଜାତୀୟସ୍ତରରେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି । ନାଟକ କ୍ଷେତ୍ରରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଏବେ ବି ସେ ସାଧନା ଜାରି ରଖିଛନ୍ତି। ବୌଦ୍ଧ ଜିଲା ଚିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗ୍ରାମର ମା’ କୌଶଲ୍ୟା ଓ ବାପା ଲୋକନାଥ ବାରିକଙ୍କ ସୁପୁତ୍ର ଗଦାଧରଙ୍କ ସହ ଧରିତ୍ରୀର ଆଳାପ ।

ଆପଣ କେବେ ମଞ୍ଚକୁ ଉଠିଲେ ?
*ସେତେବେଳେ ମୁଁ ତୃତୀୟ ଶ୍ରେଣୀ ଛାତ୍ର। ଗାଁ ରାମଲୀଳାରେ ଶ୍ରୀରାମ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ହାଇସ୍କୁଲରେ ପଢ଼ିଲା ବେଳେ ପ୍ରଥମ ନାଟକ ‘କାଞ୍ଚତ୍ ଅଭିଯାନ’ରେ ମାୟା ନାମ୍ନୀ ଏକ ନାରୀ ଭୂମିକାରେ ଅଭିନୟ କରିଥିଲି।
ନାଟକ ଓ ଲୋକନୃତ୍ୟ କ୍ଷେତ୍ରରେ କାହାକୁ ଗୁରୁ ବୋଲି ମାନନ୍ତି ?
*ନାଟକ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ଆମ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ମେହେର। ପରେ ଏରା ଦତ୍ତ ଓ ସନତ କୁମାର ବିଶିଙ୍କଠାରୁ ତାଲିମ ପାଇଛି। ନୃତ୍ୟ୍‌ଗୁରୁ ଭିକାରୀ ଚରଣ ନାଏକ, ଲୋକନୃତ୍ୟ ଗୁରୁ ଆମ ଗାଁର ଢୁଲିଆ କୁମରମଣି ବେହେରାଙ୍କଠାରୁ ମୁଁ ନୃତ୍ୟ ଶିକ୍ଷା କରିଛି।
ଏହି ଧାରା କେବେଠୁ ଆରମ୍ଭ ହୋଇଛି ?
*୧୯୭୦ରୁ ମୁଁ ମଞ୍ଚ ନାଟକ କରିଆସିଛି। ୧୯୮୯ରୁ ସୋନପୁରରେ ଅନେକ ପଥପ୍ରାନ୍ତ ନାଟକ କରିଛି। ଏମିତି ୩୦ ବର୍ଷ କଟି ସାରିଛି। ୧୯୭୧ରେ ତୋଫାନ ଡାକୁ ନାଟକ ପାଇଁ ପ୍ରଥମେ ନିର୍ଦ୍ଦେଶନା ଦେଇଥିଲି, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି।
ଜଣେ କଳାକାର ଭାବେ ଆପଣ କେଉଁଠୁ ପରିଚୟ ପାଇଲେ?
*ସୋନପୁର ମାଟିରୁ ହିଁ ମୋତେ ଜଣେ କଳାକାରର ପରିଚୟ ମିଳିଛି। ନୃତ୍ୟ ଓ ନାଟକ ମୋ ଜୀବନ। ରିହରର୍ସାଲ ସମୟରେ ମୁଁ ସବୁ ଭୁଲିଯାଏ। ନୂଆ କିଛି କରିବା ପାଇଁ ସବୁ ସମୟରେ ଚେଷ୍ଟା କରେ।
ପାରମ୍ପରିକ ଲୋକନୃତ୍ୟ ଉପରେ ଆପଣଙ୍କ ଗବେଷଣା କ’ଣ?
*ଦଣ୍ଡନୃତ୍ୟ ଉପରେ ଗବେଷଣା କରିଛି। ସେହି ନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ଏକ ବଡ଼ ସଫଳତା।
ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ, ସେ ବିଷୟରେ କହିବେ ?
*ଗୁରୁ ଭିକାରୀ ଚରଣ ନାଟ୍ୟ ସମ୍ମାନ-ବୌଦ୍ଧ, ପଞ୍ଚମ ବେଦ ନାଟ୍ୟ ସମ୍ମାନ-ଭୁବନେଶ୍ୱର ସର୍ବଭାରତୀୟସ୍ତରର ନାଟ୍ୟ ସମ୍ମାନ, ନାଟ୍ୟଭୀଷ୍ମ ସମ୍ମାନ-କଣ୍ଟାମାଳ, ନାଟ୍ୟସମ୍ମାନ-ମଦଗଲ୍‌ପୁରୀ, ନାଟ୍ୟଶ୍ରୀ ସମ୍ମାନ-ଆଲ୍ଲାହାବାଦ୍‌, ନାଟ୍ୟ ସମ୍ମାନ-ବନାରସ, ରମ୍ଭା ନାଟ୍ୟ ସମ୍ମାନ-ଗୌହାଟୀ, ନାଟ୍ୟ ସମ୍ମାନ ହାପୁଡ ଦିଲ୍ଲୀ-ଗାଜିଆବାଦ, ଗିରିଡା ନାଟ୍ୟ ସମ୍ମାନ-ବିହାର, ମୋଗଲସରାଇ ନାଟ୍ୟ ସମ୍ମାନ-ଆଗ୍ରା, ମଠଖାଇ ନାଟ୍ୟ ସମ୍ମାନ-ବଲାଙ୍ଗୀର ଆଦି ପାଇଛି।
ନାଟକ ଓ ନୃତ୍ୟ କ୍ଷେତ୍ରରେ ଆପଣଙ୍କ କୃତି ?
*ମୋ ନିର୍ଦ୍ଦେଶିତ ନାଟକ ‘ମାନ୍ୟବର ଗାଡ଼ଭାଲୁ’ ଅଲ ଇଣ୍ଡିଆ ରେଡିଓ ,ବଲାଙ୍ଗୀର ଦ୍ୱାରା ୬୦୦ରୁ ଊର୍ଦ୍ଧ୍ୱ ଥର ପ୍ରସାରଣ ହୋଇଛି। ଭରତ ଚନ୍ଦ୍ର ମିଶ୍ରଙ୍କ ରଚିତ ଓ ମୋ ନିର୍ଦ୍ଦେଶିତ ଗୀତିନାଟ୍ୟ ରାଧା ମାଜିଷ୍ଟ୍ରେଟ୍‌ କୃଷ୍ଣ ମୁଦାଲା ବେଶ ସଫଳତା ପାଇଥିଲା। ୨୦ ବର୍ଷ ତଳେ ଏହି ଗୀତିନାଟ୍ୟ ପ୍ରଦର୍ଶନ କରି ୪୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ପାରିଥିଲୁ। ସୁରେଶ ଚନ୍ଦ୍ର ସାହୁଙ୍କ ରଚନା ଓ ମୋ ନିର୍ଦ୍ଦେଶିତ ନାଟକ ମେରା ଭାରତ ମହାନ୍‌, କଂସର ଆତ୍ମା ଓ ସୃଷ୍ଟି ସର୍ବଭାରତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।
କେଉଁ ନାଟକ ଆପଣଙ୍କୁ ଦେଶ ବିଦେଶରେ ପରିଚିତ କରିଛି ?
*୬୦୦ରୁ ଊର୍ଦ୍ଧ୍ୱ ନାଟକ ପାଇଁ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛି। ବିଶ୍ୱ ସନ୍ଥ ଭୀମ, ସୃଷ୍ଟି, ଆଶ୍ରା, ପଘା, ଜୀବ ପରମ ସମ୍ବାଦ ଆଦି ନାଟକ ରଚନା କରିଛି। ମୋ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ଶଶିସେଣା ଓ ପଘା ଦେଶ ବିଦେଶରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଶଶିସେଣା ପାଇଁ ପ୍ୟାରିସ୍‌ରେ ଓ ପଘା ପାଇଁ ବାର୍ସିଲୋନାରେ ସମ୍ବର୍ଦ୍ଧିତ ହୋଇଛି। ଉତ୍ତର ପ୍ରଦେଶର ଶାହାଜାହାନପୁରରେ ୨୨ଟି ହିନ୍ଦୀ ନାଟକ ଓ ଆମର ଗୋଟିଏ ଓଡିଆ ନାଟକ ମଞ୍ଚସ୍ଥ ହୋଇଥିଲା। ଆମ ନାଟକ ୭ଟି ପୁରସ୍କାର ପାଇଥିଲା। ସେହିପରି ଦୂରଦର୍ଶନରେ ପ୍ରସାରିତ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଟିର ସଙ୍ଗୀତ, ମନ୍ଦିରମାଳିନୀ ସୋନପୁର ଓ ସୁବର୍ଣ୍ଣ ସୁରଭି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ସିଡୀ ଚଳଚ୍ଚିତ୍ର ନାବ୍‌କେଲୀ, ସାଇଲେନ୍ସ ପ୍ଲିଜ୍‌ ଓ ପ୍ରଥମ ଭେଟ୍‌ କୁ ଦର୍ଶକ ଗ୍ରହଣ କରିଥିଲେ।
ଦୂରଦର୍ଶନରେ ଆପଣଙ୍କ ନିର୍ଦ୍ଦେଶିତ ଲୋକନୃତ୍ୟ କ’ଣ?
*ଶବର-ଶବରୁଣୀ, ବୀଣାକାର-କାରୁଆଣୀ, ପତର ସଉରା-ସଉରାଣୀ, କରମସାନୀ ନୃତ୍ୟ, ଶିବପାର୍ବତୀ ନୃତ୍ୟ, ସମ୍ପ୍ରଦା ନୃତ୍ୟ, ଭାଇ ଦରବାର, ଡାଲଖାଇ ନୃତ୍ୟ ଓ ଚୁଟ୍‌କୁଚୁଟା କୃଷି ସମ୍ବନ୍ଧୀୟ ଲାଇଫ୍‌ ଟେଲିକାଷ୍ଟର ନିର୍ଦ୍ଦେଶନା ଦେଇଛି। ଏହା ଦୂରଦର୍ଶନରେ ପ୍ରସାରିତ ହୋଇଛି।
ଚଳଚ୍ଚିତ୍ରରେ ଅଭିନୟ ସମ୍ପର୍କରେ କିଛି କହିବେ ?
*ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଲାବୁଢ଼ାରେ ଖଳ ନାୟକ ଲୋଚନ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟ ସମ୍ମାନ ପାଇଛି। ସେହିପରି ଆଦିମ ବିଚାରରେ ମାଷ୍ଟ୍ରେ ଆଜ୍ଞା ଚରିତ୍ର ପାଇଁ ବି ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ନିକଟରେ ମୁକ୍ତିଲାଭ କରିଥିବା ଶଲାବୁଢ଼ାର ବଦ୍‌ଲାରେ ମୁଁ ମଙ୍ଗଲୁ ଚରିତ୍ରରେ ଅଭିନୟ କରିଛି। ସେହିପରି ତରଙ୍ଗ ଟିଭିରେ ପ୍ରସାରିତ ଦୁର୍ଗା ସିରିୟଲରେ ମୁଁ ରଘୁ ଅଜା ଭୂମିକାରେ ଅଭିନୟ କରୁଛି।


All Right Reserved By Dharitri.Com

ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍‌ପମ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ...

ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ

ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର...

ବାପା ଶାହିଦଙ୍କ ଅବିକଳ ନକଲ ହୋଇଛନ୍ତି ଜୈନ୍‌, ଚର୍ଚ୍ଚାରେ ଫଟୋ

ମୁମ୍ବାଇ: ପିଲାମାନେ ନିଜ ପିତାମାତାଙ୍କ ଭଳି ଲକ୍ଷଣ ଆଣିବା ସ୍ବାଭାବିକ କଥା। ହେଲେ କିଛି କିଛି ସନ୍ତାନ ଅବିକଳ ବାପା ଅଥବା ମା’ଙ୍କ ଭଳି ଦେଖାଯାଇଥାନ୍ତି।...

ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ୍‌

ମୁମ୍ବାଇ: ବାୟୋପିକ୍‌ ଟ୍ରେଣ୍ଡରେ ଏଥର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌। ଏଥିରେ ଲିଡ୍‌ ରୋଲରେ ଆସିପାରନ୍ତି...

କନ୍ନଡ଼ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ଲମ୍ବା ସମୟ ପରେ ଫିଲ୍ମ ଜଗତକୁ ଫେରିଛନ୍ତି। ଅଭିନେତାଙ୍କ ଅପ୍‌ କମିଂ ଫିଲ୍ମରେ ଥିବା ତାଙ୍କ ଫାଷ୍ଟ ଲୁକ୍‌...

ମଲ୍ଲିକା, ଚାଲ ଯିବା ଚିଲିକା

‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍‌ କଲିଣି, ଗଡ୍‌ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ...

କନିକାଙ୍କୁ କରୋନା: ଦାୟିତ୍ୱହୀନତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମ୍‌

ବମ୍ବେ: ବଲିଉଡ୍‌ ଗାୟିକା କନିକା କପୁର କରୋନା ସଂକ୍ରମିତ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଦଶଦିନ ତଳେ ଲଣ୍ଡନରୁ ଫେରିଥିଲେ ସେ। ହେଲେ ବିମାନ...

ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌...

Leave a comment

Your email address will not be published. Required fields are marked *