କୁକୁଡ଼ା ଚୋର

କୁକୁଡ଼ା ଚୋରିକୁ ନେଇ କ’ଣ ଏକ ସିନେମା ନିର୍ମାଣ କରାଯାଇପାରେ? ହେଲେ ସେପରି ଏକ କୌତୂହଳପୂର୍ଣ୍ଣ ତଥା ସତ୍ୟ ଘଟଣାକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଚଳଚ୍ଚିତ୍ରଟିଏ, ଯାହାର ଟାଇଟଲ ରହିଛି ‘କୁକୁଡ଼ା ଚୋର’। କୋରାପୁଟର ଏକ ଗଁ।ରେ କୁକୁଡ଼ା ଚୋରିକୁ ନେଇ ଏପରି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ସୁନ୍ଦର କାହାଣୀଟିଏ ପ୍ରସ୍ତୁତ କରିଥିଲେ ଜୀବନ ପଣ୍ଡା। ତାକୁ ଆଧାର କରି କୋରାପୁଟର ଆଞ୍ଚଳିକ ଭାଷାରେ ସିନେମାଟିଏ ନିର୍ମାଣ କରିବାକୁ ଆଗେଇ ଆସିଥିଲେ ପ୍ରଯୋଜକ ଶୁଭେନ୍ଦୁ ପାଢ଼ୀ। ରୋମାଞ୍ଚଭରା ଏହି ସିନେମାରେ ଲଭ୍‌, ଇମୋଶନ ମଧ୍ୟ ରହିଛି। ଚିତ୍ରଟିର ସଂଳାପ ରଚନା କରିଛନ୍ତି ଡ. ରାଜେନ୍ଦ୍ର ପାଢ଼ୀ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ମିତା ସୁନା। ଆନନ୍ଦ କୁମାରଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଶୁଭେନ୍ଦୁ ପାଢ଼ୀ, ଅରୁଣ ପଟ୍ଟନାୟକ, ରାଜା ପଟ୍ଟନାୟକ, ସୁମନପ୍ରିୟା, ପ୍ରଜ୍ଞା ପ୍ରଧାନ, ଆର୍ଚ୍ଚି ପ୍ରଧାନ, ମୋହନ ରାଓ ଏବଂ ମହେଶ ରାଓ ପ୍ରମୁଖ କଳାକାର। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ।


All Right Reserved By Dharitri.Com

ବାହା ବେଳ ହୋଇନି

ଯାହା କହନ୍ତୁ ନା କାହିଁକି କ୍ୟାଟ୍ରିନାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ମ୍ୟାରେଜ ନେଇ ପ୍ରଶ୍ନ କଲେ ତାହାର ଉତ୍ତର କେତେ ଚତୁରତାର ସହ ଦେବାକୁ ପଡ଼େ...

ମଣ୍ଟୁ ଯାହା ଚାହୁଁଥିଲେ…

ନାୟକ ମଣ୍ଟୁ ଓରଫ ମଣ୍ଟୁ ଦାସ। ପାଠ ପଢ଼ିବା ବେଳେ ଘାରିଲା ଅଭିନୟ ନିଶା। ଏହା ତାଙ୍କୁ ଏମିତି ଘାଇଲା କଲା ଯେ, ପାଠପଢ଼ାରେ ଅଧାରୁ...

ଅତୀତକୁ ମନେ ପକାଇଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଇଛି। କିଛିଦିନ ହେବ ସେ କିଛି ପୁରୁଣା ଫଟୋ ଇନଷ୍ଟାଗ୍ରାମରେ...

ମାଆ ହେବାକୁ ଡରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ମଲ୍ଲିକା ସେରାଓ୍ବତ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି ସତ। ହେଲେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଏହି...

ଚଳଚ୍ଚିତ୍ର ‘୮୩’ର ଶୁଟିଂ ପାଇଁ ଲଣ୍ଡନରେ ରଣବୀର: ଶେୟାର କଲେ କ୍ରିକେଟ ଦଳର ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ୍‌ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଏଥିରେ ମୁଖ୍ୟ...

ଶିଶୁ କଳାକାରରୁ ହାସ୍ୟାଭିନେତା ଗୁରିଆ ସାହୁ

ଯାତ୍ରା ଜଗତର ଯୁବ ହାସ୍ୟାଭିନେତା ଗୁରିଆ ସାହୁ। ଘର ଜଗତ୍‌ସିଂହପୁର ଜିଲାର ରେଢୁଆ। ପିଲାଟି ବେଳରୁ କଳା ପ୍ରତି ସଉକ ଥିଲା। ଅଭିନୟ କ’ଣ ଜାଣିବା...

ନାଇଟ୍‌ ପାଟ୍ରୋଲିଂ ମହିଳା ପୋଲିସକୁ ଭେଟିଲେ ରାଣୀ ମୁଖାର୍ଜୀ

ରାଣୀ ମୁଖାର୍ଜୀ ଫିଲ୍ମ ‘ମର୍ଦ୍ଦାନୀ-୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଖାସ୍‌ ଏଥିପାଇଁ ସେ ଲଗାତାର ପୋଲିସ ଅଧିକାରୀଙ୍କ ସହିତ ମିଳାମିଶା କରୁଛନ୍ତି। କିପରି ଅପରାଧ...

ଦିୟା ମିର୍ଜା ‘ତୁମ୍‌ସା ନେହିଁ ଦେଖା’ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ...

Leave a comment

Your email address will not be published. Required fields are marked *