ଖୋଲିବ ୨୩୫ କ୍ବାରାଣ୍ଟାଇନ୍‌ ହୋମ୍‌

ଅନୁଗୋଳ ଅଫିସ୍‌, ୧୯।୩: କରୋନା ସନ୍ଦିଗ୍ଧଙ୍କ ନିମନ୍ତେ ପ୍ରତି ଜିଲାରେ ପଞ୍ଚାୟତ ଓ ସଦର ମହକୁମାର ବିଦ୍ୟାଳୟଗୁଡ଼ିକରେ କ୍ବାରାଣ୍ଟାଇନ୍‌ ହୋମ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳରେ ମୋଟ୍‌ ୨୩୫ଟି କ୍ବାରାଣ୍ଟାଇନ୍‌ ହୋମ ଖୋଲିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଅନୁଗୋଳ ଜିଲାରେ ଥିବା ୨୨୫ଟି ପଞ୍ଚାୟତର ଗୋଟିଏ ଲେଖାଏଁ ସ୍କୁଲରେ କ୍ବାରାଣ୍ଟାଇନ୍‌ ହୋମ୍‌ ଖୋଲିବାକୁ ଥିବାବେଳେ ପ୍ରତି ସହରାଞ୍ଚଳରେ ୨ରୁ ୩ଟି ଲେଖାଏଁ ହୋମ୍‌ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତି ପଞ୍ଚାୟତରେ ଶହେ ଲୋକ ରହିବା ଭଳି ବିଦ୍ୟାଳୟରେ ଏହି ହୋମ ଖୋଲିବା ସାଙ୍ଗକୁ ବିଦ୍ୟୁତ, ପାନୀୟ ଜଳ, ଖାଦ୍ୟ ଓ ଶୌଚାଳୟର ବ୍ୟବସ୍ଥା କରାଯିବ। ସେହିପରି ଅନୁଗୋଳ ସହରରେ ମଧ୍ୟ ଏହି ଗୃହ ଖୋଲିଛି। ପ୍ରଥମେ ଆଦର୍ଶ ବିଦ୍ୟାଳୟରେ ୩ ଶହ, ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଶହେ ଓ ଅନୁଗୋଳ ଟାଉନ୍‌ ହାଇସ୍କୁଲରେ ଶହେ ଜଣ ରହିବା ଭଳି ହୋମ୍‌ ଖୋଲାଯିବ। ବିଦେଶ କିମ୍ବା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଘରେ ସୁବିଧା ନ ଥିଲେ ଏହି କ୍ବାରାଣ୍ଟାଇନ୍‌ ହଲରେ ୧୪ ଦିନ ରହିବା ପରେ ତାଙ୍କ ଘରକୁ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି। ଯଦି ଏହି ଗୃହରେ ରହିବା ସମୟରେ କିଛି କରୋନାର ଲକ୍ଷଣ ଦେଖାଦିଏ, ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଥିବା ଆଇସୋଲେଶନ୍‌ ୱାର୍ଡ଼ରେ ରଖାଯିବାର ବ୍ୟବସ୍ଥା କରାଯାଇଛି।


All Right Reserved By Dharitri.Com

ଗଛମୂଳେ କ୍ୱାରାଣ୍ଟାଇନରେ ଶ୍ରମିକ

ନୂଆପଡା ଅଫିସ/ବୋଡେନ,୨୪|୪ – କରୋନା ଲକ୍‌ଡାଉନ ପରେ ଶ୍ରମିକମାନେ ଜିଲା ତଥା ରାଜ୍ୟ ବାହାରେ ହଇରାଣ ହେବା ପରେ ବିକଳ୍ପ ଚିନ୍ତା କରି ଘରକୁ ଫେରିଆସୁଛନ୍ତି।...

ଯୋଗାଣ ସହାୟକଙ୍କୁ ମାଡ଼, ଥାନାରେ ଏତଲା

କୁକୁଡାଖଣ୍ଡି,୧ା୧୧(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଗ୍ରାମର ଏକ ପରିବାର ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଙ୍କିଆ...

ଘରେ ପହଞ୍ଚିବା ସ୍ବପ୍ନ ଅଧୁରା ରହିଲା

ସୋନପୁର,୨୮ା୫(ନି.ପ୍ର.)  ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢି ଚାଲିଛି। ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗକୁ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ...

ଓଏଏସ୍‌ ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌:ଗୀତୁ ବଢ଼ାଇଲେ ଗୌରବ

ଢେଙ୍କାନାଳ ଅଫିସ, ୧୨।୧ ନିକଟରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌ ରଖି ଢେଙ୍କାନାଳ ଜିଲାର ଗୌରବ ବଢ଼ାଇଛନ୍ତି ସ୍ଥାନୀୟ କାରିଗର...

୪୫୦ ବର୍ଷର ନିଆରା ପରମ୍ପରା: ବୁଢ଼ା ଗଣେଶଙ୍କୁ ୧୫୧ ଥାଳି ଭୋଗ ସମର୍ପଣ

ଆରଡ଼ି, ୩।୯ (ଡି.ଏନ.ଏ.)- ଗଣେଶ ଚତୁର୍ଥୀରେ ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିର ବେଢ଼ାର ଦକ୍ଷିଣପାର୍ଶ୍ୱରେ ଥିବା ଶ୍ରୀ ବୁଢ଼ା ଗଣେଶଙ୍କୁ ସ୍ବତନ୍ତ୍ର ପୂଜା କରାଯାଇଛି।...

ଜିଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ସରପଞ୍ଚ; ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ସଟ୍‌ଡାଉନ ଘୋଷଣା

ବଇଣ୍ଡା,୧୦।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ରବିବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଲକ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ପ୍ରୟୋଗ...

ଉତ୍ତରପ୍ରଦେଶରେ ଫସିଛନ୍ତି ଗଞ୍ଜାମର ୧୪ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ବିଧାୟକଙ୍କୁ ଗୁହାରି

ଗଞ୍ଜାମ,୨୭ା୩(ଡି.ଏନ.ଏ.)- ଉତ୍ତରପ୍ରଦେଶରେ ଗଞ୍ଜାମର ୧୪ ଜଣଙ୍କ ସମେତ ଓଡିଶାର ମୋଟ ୫୧ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଏନ୍‌ଏସି ଦାମୋଦରପୁର ଗ୍ରାମର ୧୨...

ସରକାରୀ ଯୋଜନା ବାଟ୍‌ବନା: ୨୫ ବଛର ହେଲା ଜଂଗଲରେ ନୀଳ

ସଇଁତଲା, ୧୭।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗାଁ ର ନୀଳ ନାଏକ(୬୦)। ସେ ଝନେ ନିହାତି ଗରିବ୍‌,...

Leave a comment

Your email address will not be published. Required fields are marked *