ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ ସରିବା ପରେ ଅଧିକାରୀମାନେ ସଜାଗ ରହିଛନ୍ତି। ବିଦେଶ ତଥା ଆକ୍ରାନ୍ତ ରାଜ୍ୟ ଫେରନ୍ତାଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଛି। ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଜିଲାପାଳଙ୍କୁ ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ଗୋଟିଏ ସ୍ଥାନରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ଘଉଡାଉଥିବା ଦେଖିବାକୁ ମିଳିଛି।
ଯେଉଁମାନେ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ନିଜ ଘରେ ଆଇସୋଲେଶନ୍‌ ଗୃହରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କର ନାମ, ବୟସ, ଠିକଣା ଓ କେଉଁ ଦେଶରୁ କେବେ ଫେରିଛନ୍ତି, ତାହାର ହିସାବ ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲାର ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ରହିଛି। ସେହିପରି ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସେମାନଙ୍କ ଘରେ ନେଇ ପହଞ୍ଚାଇବାକୁ କୁହାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀ ଓ ରାଶନ ଉପଭୋକ୍ତାଙ୍କ ପାଇଁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଉଳ, ଗହମ ଓ କିରୋସିନ ଯୋଗାଇ ଦିଆଯିବାର ବ୍ୟବସ୍ଥା ଜିଲାରେ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 


All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଚାଉଳ

ମାଲକାନଗିରି ଜିଲାରେ ଅନେକ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସୁନାହାନ୍ତି । ଏହି ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିଲେ...

ଧବଳେଶ୍ୱର ପୀଠରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼

ଖୁଣ୍ଟୁଣୀ,୧୦।୧୧(ଡି.ଏନ୍‌.ଏ.): ବଡ଼ଓଷା ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କଠାରେ ରବିବାର ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ପ୍ରତ୍ୟୁଷରେ ଠାକୁରଙ୍କ ପହଡ଼ ଖୋଲିବା...

ବର୍ଷା ଯୋଗୁ ବରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବରଗଡ଼ ଅଫିସ,୧୩।୮: ରାଜ୍ୟରେ ଗତ ୨ଦିନ ଧରି ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳୁ ବରଗଡ଼ ଜିଲାରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଏ ନେଇ...

ଅବକାରୀ ବିଭାଗ, ଫ୍ଲାଇଂ ସ୍ବାଡ୍‌ର ମିଳିତ ଚଢ଼ାଉ: ୩୫୦ ଲିଟର ମଦ ଜବତ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍ବାଡ୍‌ ରବିବାର ମିଳିତ ଚଢ଼ାଉ କରି ୩ ଶହ ୫୦ ଲିଟର ରନ୍ଧାମଦ ଜବତ କରିଛି।...

ବାହାରେ ରୋଜଗାର ଖୋଜୁଛନ୍ତି ଯୁବପିଢ଼ି

କେନ୍ଦ୍ରାପଡ଼ା ଅଫିସ, ୪-୯- କର୍ମ ସଂସ୍ଥା ଓ ଭିତ୍ତିଭୂମିର ଅଭାବ ଯୋଗୁ କେନ୍ଦ୍ରାପଡ଼ାର ଅଧିକାଂଶ ଯୁବପିଢ଼ି ଏବେ ଜିଲା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ବାହାର ରାଜ୍ୟ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ...

ମହାରାଷ୍ଟ୍ରରୁ ପିକ୍‌ଅପ ଭ୍ୟାନରେ ଆସିଲେ ୧୭ ଶ୍ରମିକ

କେଗାଁ, ୧୦ା୫(ଡିଏନଏ): କରୋନା ପାଇଁ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି। ରବିବାର କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକକୁ ମହାରାଷ୍ଟ୍ରରୁ ୧୭ ଶ୍ରମିକ ଏକ ପିକଅପ ଭ୍ୟାନ...

ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *