କଳାକାର ଦେଲେ ଲୋକଙ୍କୁ ବାର୍ତ୍ତା

ବାଲେଶ୍ୱର ଅଫିସ,୧୯।୩- ବାଲେଶ୍ୱର ଜିଲା ୧୬ ନଂ. ଜାତୀୟ ରାଜପଥ ନିକଟସ୍ଥ କାଠସଙ୍ଗଡ଼ା ନିକଟରେ ଗତ ଦୋଳ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ପିତୃତର୍ପଣ ଓ ପିଣ୍ଡଦାନ ମହାଯଜ୍ଞ କାର୍ଯ୍ୟକ୍ରମର ଦଶମ ଦିନ ବୁଧବାର କଳାକାରମାନେ ଯୋଗଦେଇ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିଳ୍ପୀ କେଶୁ ଦାସଙ୍କ ନେତୃତ୍ୱରେ ଅରୁଣ ବାରିକ, ଗଦାଧର ମହାନ୍ତି, ପୂର୍ଣ୍ଣେନ୍ଦୁ ପତି, ଦେବାଶିଷ ପତି ପ୍ରମୁଖ ଯୋଗେଦଇ ବାଲୁକା କଳା ଓ ଇନଷ୍ଟାଲେସନ୍‌ କଳା କରି କୋରନା ଭାଇରସ୍‌କୁ ନ ଡ଼ରି ସତର୍କତା ଅବଲମ୍ବନ କରିବାକୁ ଦର୍ଶାଇଥିଲେ। ସ୍ଥାନୀୟ ଏକ ପୁରୁଣା ବରଗଛ ମୂଳରେ ପାରମ୍ପରିକ ଦ୍ରବ୍ୟକୁ ସ୍ଥାପନ କରି ‘ତ୍ରିଶ୍ୱରୀ’ ପ୍ରଦର୍ଶନ କରାଯାଇଥିଲା। ସେହିପରି ସ୍ଥାନୀୟ ଉପକରଣ ଓ ଦ୍ରବ୍ୟକୁ ସୁନ୍ଦର ଭାବେ ସଜାଇ କରୋନା ଭାଇରସ୍‌ ସମ୍ପର୍କରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ସେହିପରି ତ୍ରିବେଣୀର ବାଲିଚର ଉପରେ ଏକ ବାଲୁକାକଳା ପ୍ରଦର୍ଶନ କରାଯାଇଥିଲା। ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସଭାପତି ପର୍ଶୁରାମ ପ୍ରଧାନ, ନବକୁମାର ଦାସ, ନିରଞ୍ଜନ ଗିରି, ଶଶିକାନ୍ତ ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାବାଜୀ ଦୟାନନ୍ଦ ଦାସଙ୍କ ପୌରୋହିତ୍ୱରେ ପିତୃତର୍ପଣ ଓ ପିଣ୍ଡଦାନ କାର୍ଯ୍ୟକ୍ରମ ଯଥାରୀତି କରାଯାଇଥିଲା।


All Right Reserved By Dharitri.Com

ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା

ଝରିଗାଁ,୧୪।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଭାଲୁକୁନାଡ଼ି ପଞ୍ଚାୟତ ସାରିଆପଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଯାଇଛି।...

ପୂର୍ବତନ ସରପଞ୍ଚଙ୍କ ପରଲୋକ

ଭଞ୍ଜନଗର,୨।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ(୭୩)ଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସ୍ଥାନୀୟ ବିଧାୟକ ତଥା...

ବିଦ୍ୟୁତ ବିଭାଗର ମନମାନି : ବିନା ସୂଚନାରେ ସଂଯୋଗ ବିଚ୍ଛିନ୍ନ, ଉପଭୋକ୍ତା ମହଲରେ ଅସନ୍ତୋଷ

ଆନନ୍ଦପୁର,୩୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବିଦ୍ୟୁତ୍‌ ବିଭାଗର ମନମାନି ଯୋଗୁ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ବିନା ସୂଚନାରେ ବାରମ୍ବାର ବିଦ୍ୟୁତ୍‌...

ଅଦିନିଆ ରଥଯାତ୍ରା: ନିକୁଞ୍ଜ ଟ୍ରଷ୍ଟ ବିରୋଧରେ ଏତଲା

ପୁରୀ ଅଫିସ, ୬ା୧୨: ଅଦିନରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କମଲାଙ୍ଗି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ରବିବାର ସକାଳେ ପାଖ ଜଙ୍ଗଲକୁ ହରେକୃଷ୍ଣ ବିଶୋୟୀ ଶୌଚ...

ଜୀବିକା ଉପରେ କରୋନା ପାହାର: ସଙ୍କଟରେ ପଥର ଶିଳ୍ପୀ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସମଗ୍ର ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କାମଧନ୍ଦା ସବୁ ଠପ୍‌ ହୋଇଯିବାରୁ ଶ୍ରମିକ, କାରିଗର...

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗାଁ,୨୯ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା...

Leave a comment

Your email address will not be published. Required fields are marked *