୨.୮୦ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ଗିରଫ

ସଜନାଗଡ଼/ଜଳେଶ୍ୱର,୧୯।୩(ଡି.ଏନ.ଏ./ସ୍ବ.ପ୍ର.)-ବାରମ୍ବାର ଧରପଗଡ ସତ୍ତ୍ୱେ ବାଲେଶ୍ୱର ଜିଲାରେ ବ୍ରାଉନ ସୁଗାର ଚୋରା କାରବାର ଥମିବାର ନାଁ ଧରୁ ନାହିଁ । ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍‌) ବୁଧବାର ପ୍ରତ୍ୟୁଷରେ ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଚଢାଉ କରି ଅଢେଇ କେଜିରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ। ଏହି ଘଟଣାରେ ମିତ୍ରପୁର ଅଞ୍ଚଳର ପ୍ରଦୀପ ଦାସ ଏବଂ କଲ୍ୟାଣୀ ଗ୍ରାମର ଲକି ବେହେରାଙ୍କୁ ଗିରଫ କରାଯାଇଛି। ମୁଖ୍ୟ ବେପାରୀ ଖସି ଯାଇଥିବା ଜଣାପଡିଛି। ସେହିପରି ସନ୍ଧ୍ୟାରେ ଏସ୍‌ଟିଏଫ୍‌ ଓ ଜଳେଶ୍ୱର ପୋଲିସ୍‌ ମିଳିତ ଭାବେ ଚଢ଼ାଉ କରି ଥାନା ଅଧୀନ ଝାଡ଼େଶ୍ୱରପୁର (ରାଜପୁର) ବସ୍ତିରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ୩୦୦ ଗ୍ରାମ ବ୍ରାଉନ୍‌ ସୁଗାର ସହିତ ଏକ ନମ୍ବର ବିହୀନ ବୁଲେଟ ଜବତ କରିଛନ୍ତି। ଅଭିଯୁକ୍ତ ବେପାରୀ ଚମ୍ପଟ ମାରିଛନ୍ତି। ଏହି ଦୁଇ ସ୍ଥାନରୁ ପ୍ରାୟ ୨ କୋଟି ୮୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାପଡିଛି। ପୂର୍ବରୁ ଏ ଅଞ୍ଚଳରୁ ଏତେ ପରିମାଣର ବ୍ରାଉନ ସୁଗାର କେବେ ଧରାପଡି ନ ଥିଲା।
ନୀଳଗିରି ଏସ୍‌ଡ଼ିପିଓ ଅମୂଲ୍ୟ କୁମାର ଧର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବ୍ରାଉନସୁଗାର କାରବାର ମିତ୍ରପୁର ଅଞ୍ଚଳରେ ବୃଦ୍ଧି ପାଉଥିବା ସୂଚନା ପାଇ ବେପାରୀଙ୍କୁ ଧରିବା ଲାଗି ଜାଲ ବିଛାଯାଇଥିଲା। ମଙ୍ଗଳବାର ରାତିରେ କେତେକ ବ୍ରାଉନ୍‌ସୁଗାର ବେପାରୀ କୌଣସି ଏକ ସ୍ଥାନରେ ଭୋଜି କରି ଫେରୁଥିବା ବେଳେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେମାନେ ଛତ୍ରଭଙ୍ଗ ଦେବା ବେଳେ ୨ ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ଅଢ଼େଇ କେଜି ବ୍ରାଉନ୍‌ସୁଗାର ମିଳିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ନିଆଯାଇ ଏସ୍‌ଟିଏଫ୍‌ ପଚରାଉଚୁରା କରୁଥିବା ଜଣାପଡିଛି। ଜଳେଶ୍ୱରର ଆମ ସ୍ବତନ୍ତ୍ର ପ୍ରତିନିଧି ଜଣାଇଛନ୍ତି ଯେ, ଝାଡ଼େଶ୍ୱରପୁର (ରାଜପୁର) ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନ୍‌ସୁଗର ରଖାଯାଇଥିବା ଖବର ପାଇ ଏସ୍‌ଟିଏଫ୍‌ର ଡିଏସ୍‌ପି ମନୋଜ କୁମାର ରାଉତ ସଦଳବଳ ଆସି ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ସହ ପୋଲିସ୍‌ ଫୋର୍ସ ନେଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ କେହି ଧରାପଡି ନ ଥିଲେ ମଧ୍ୟ ୩୦୦ ଗ୍ରାମ ବ୍ରାଉନ୍‌ ସୁଗାର ଓ ଏକ ନମ୍ବର ବିହୀନ ବୁଲେଟ ଜବତ କରାଯାଇଛି।


All Right Reserved By Dharitri.Com

ଛତ୍ରପୁରର ୫ ଲଜ୍‌ ଉପରେ ଚଢ଼ାଉ, ବନ୍ଦ ନିର୍ଦ୍ଦେଶ: ଅନ୍ୟ ରାଜ୍ୟର ୭ ଜଣ ଠାବ

ଛତ୍ରପୁର,୩ା୪(ଡି.ଏନ୍‌.ଏ.)- ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ...

୧୦ କେଜି ହରିଣ ମାଂସ ଜବତ: ଜଣେ ଗିରଫ

ମହାକାଳପଡ଼ା,୨୧।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତଘର ପଞ୍ଚାୟତର ସ୍ଥାନୀୟ କଂସାରିଡ଼ିହ ପ୍ରସ୍ଥାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମଙ୍ଗଳବାର ୧୦ କେଜି ହରିଣ ମାଂସ ଜବତ...

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ...

ଅବକାରୀ ଚଢ଼ାଉ: ୧୦୦ କୁଇଣ୍ଟାଲ ମହୁଲଫୁଲ ଜବତ

କୁତ୍ରା, ୬।୧୧ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରାଠାରେ ରାଜଗାଙ୍ଗପୁର ଓ ବଡ଼ଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ...

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଏନେଇ କେ. ନୂଆଗାଁ...

ପାନୀୟଜଳ ପ୍ରକଳ୍ପ ଅକାମୀ : ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ହଇରାଣ

ତେଲକୋଇ, ୨୬।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନ ଏସ.ଏନ.ପୁରଗୋଡା ରେ ପାନୀୟଜଳ ସମସ୍ୟା ଉକତ୍ଟ ରହିଛି । ଦୀର୍ଘ ୫ବର୍ଷ ପୂର୍ବରୁ ହୋଇଥିବା ଓଭରହେଡ ଟାଙ୍କି ସମେତ ବିଭିନ୍ନ...

ହାଇକୋର୍ଟରେ ଭୁବନେଶ୍ୱର ରାମମନ୍ଦିର ପରିଚାଳନା ମାମଲା: ପରିଚାଳନା ଦାୟିତ୍ୱରେ ରହିବେ ନିର୍ବାହୀ ଅଧିକାରୀ

କଟକ ଅଫିସ, ୨୯।୮: ଭୁବନେଶ୍ୱର ରାମମନ୍ଦିର ପରିଚାଳନା କରିବାକୁ ଜଣେ ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ଶୁଣାଣି ଶେଷ ନ ହେବା...

ଗଞ୍ଜାମ ଜିଲା: ଟ୍ରାଫିକ ନିୟମ ଉଲ୍ଲଂଘନ, ମେ ସୁଦ୍ଧା ୯୦୫ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଛତ୍ରପୁର,୧୬ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଭୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲା ଅଧୀନ...

Leave a comment

Your email address will not be published. Required fields are marked *