ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା ଦେଲେ ବିସ୍ଥାପିତ

ବାରିପଦା ଅଫିସ, ୧୯ା୩- ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଲକ୍ଷ୍ମୀପୋଷିଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଶତାଧିକ ପରିବାରଙ୍କ ମଙ୍ଗଳବାରଠାରୁ ବିଦ୍ୟୁତକାଟ୍‌ କରାଯାଇଛି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ବିଭାଗ ଗ୍ରାମବାସୀଙ୍କ ବିଦ୍ୟୁତ୍‌ କାଟ କରି ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ବିସ୍ଥାପିତମାନେ ଲକ୍ଷ୍ମୀପୋଷିସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପଠାରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ କୌଣସି ଅଧିକାରୀମାନେ ଏ ଦିଗରେ କର୍ଣ୍ଣପାତ ନ କରିବାରୁ ଗ୍ରାମବାସୀ ଫେରି ଆସିଥିଲେ। ଆଗାମୀ ଦିନରେ ଏ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ,୧୯୮୮ରେ ଆରମ୍ଭ ହୋଇଥିବା ସୂବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ଲକ୍ଷ୍ମୀପୋଷିଠାରେ ଶତାଧିକ ବିସ୍ଥାପିତ ରହିଥିଲେ। ସେମାନଙ୍କ ପରିବାରକୁ ବିନା ମୂଲ୍ୟରେ ବିଜୁଳି, ପାଣି ଶିକ୍ଷା, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚୁକ୍ତିନାମା ହୋଇଥିଲା। ହେଲେ ମଙ୍ଗଳବାରଠାରୁ ବିଦ୍ୟୁତକାଟ କରାଯାଇଛି। ଲକ୍ଷ୍ମୀପୋଷି ଗ୍ରାମର ଦାସ ମାରଣ୍ଡି କୁହନ୍ତି ଯେ, କ୍ଷତିଗ୍ରସ୍ଥ ପରିବାରକୁ ଚାକିରି ଦେବା ପାଇଁ କହିଥିଲେ। ହେଲେ ଏ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ତୁରନ୍ତ ଉକ୍ତ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ନ କଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିିଥିଲେ। ଏ ନେଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇ ନ ଥିଲେ।


All Right Reserved By Dharitri.Com

ଅନ୍ଧବିଶ୍ୱାସ: ୧୨ ଘଣ୍ଟା କୀର୍ତ୍ତନ କଲେ ଗାଁ ମାଡ଼ିବନି କରୋନା, ଜଣେ ଗିରଫ

ଗୋଷାଣୀ,୧ା୪(ଡି.ଏନ୍‌.ଏ.): ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ବିଶେଷକରି ଗୁଜବ ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ...

ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା...

ଜଗତ୍‌ସିଂହପୁର ବିଜେଡି ରାଜନୀତି: ମଙ୍ଗ ଧରିଲେ ବିଧାୟକ ପ୍ରଶାନ୍ତ

ଜଗତ୍‌ସିଂହପୁର ଅଫିସ୍‌,୨୩ା୨: ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜଗତ୍‌ସିଂହପୁର ଜିଲା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ସେତେବେଳେ ଦୀର୍ଘ ବର୍ଷ ଧରି ଦଳ...

ଅତୀତକୁ ଝୁରୁଛି ଶିବମାହାରା

ଆରଡ଼ି,୧୭।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣି ମନ୍ଦିରର ମାହାତ୍ମ୍ୟ ସର୍ବଜନବିଦିତ। ମନ୍ଦିର ବେଢ଼ାକୁ ଲାଗି ରହିଥିବା ପୁଷ୍କରିଣୀ ପୀଠର ଶୋଭାବର୍ଦ୍ଧନ କରୁଛି। ଭକ୍ତମାନେ...

ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ କୃଷି ବିଭାଗର ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଧାଡ଼ିରୁଆ ପାଇଁ ପଦକ୍ଷେପ

ଲାଞ୍ଜିଗଡ଼,୨୧।୮(ଡି.ଏନ.ଏ.)-ଚଳିତବର୍ଷ ଖରିଫ ଋତୁରେ ବିଳମ୍ବିତ ବର୍ଷା ଯୋଗୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ବୁଣାବୁଣି, ରୁଆରୁଇ ମଧ୍ୟ ପଛେଇଯାଇଛି । ବିଳମ୍ବରେ ବର୍ଷା ଯୋଗୁ...

ଆଈବୁଢ଼ିର ହାତେ ୩ ଛେଉଁଡ୍‌ ଛୁଆକର ଭବିଷତ୍‌

ପର୍ଲା, ୨୦।୧ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୪୫)କଁର ଶୁକୁରବାର ମୁର୍‌ତୁ ହେଇଥିଲାବେଲେ...

କାଠଫାଳିଆରେ ପିଟି ଶାଶୁଙ୍କୁ ହତ୍ୟା

କଟକ ଅଫିସ,୧୭ା୨: କଟକ ସହରର ଓଏମ୍‌ପି ଛକ ନିକଟସ୍ଥ ଗୋର୍ଖା କଲୋନୀରେ ରବିବାର ସକାଳେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ମଦ ପିଇବା ପାଇଁ ଟଙ୍କା...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି: ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ରାଜ

ଖୋର୍ଦ୍ଧା ଅଫିସ,୨୭ା୯: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ମଧ୍ୟସ୍ଥ ଓ ଦଲାଲଙ୍କୁ ହଟାଇବାକୁ ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା...

Leave a comment

Your email address will not be published. Required fields are marked *