ମଦ ଦୋକାନରେ ଭିଡ଼, କଟକଣାକୁ ବେଖାତିର

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): କରୋନା ଭୂତାଣୁ କବଳରୁ ମୁକ୍ତ ନେଇ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାଜ୍ୟ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜନଗହଳି ଉପରେ କଟକଣା ଲଗାଇଥିବା ବେଳେ ମଦ ଦୋକାନ ଓ ବାରଗୁଡିକରେ ସେଭଳି କୌଣସି କଟକଣା ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। ସମ୍ପ୍ରତି ଅନେକ ମଦ ଦୋକାନରେ ସଞ୍ଜ ନଇଁ ଆସିଲେ ଭିଡ଼ ଅସମ୍ଭାଳ ହେଉଛି। ଅନୁସନ୍ଧାନ ସମୟରେ ରାଜଧାନୀର ରବି ଟକିଜ୍‌ ଛକ, ଏୟାରପୋର୍ଟ ଛକ, ରାଜମହଲ ଛକ, କଟକ ରୋଡ଼ର ଥିବା ମଦ ଦୋକାନ ସମେତ ଅନେକ ସ୍ଥାନରେ ପ୍ରବଳ ଭିଡ଼ ସହ ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି। ମଦ କିଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରାଜ୍ୟ ବାହାର ଏବଂ ରାଜ୍ୟର ଅନେକ ଗ୍ରାହକ ରହିଛନ୍ତି। ରାଜଧାନୀରେ ସଚେତନ ଏବଂ ଶିକ୍ଷିତ ନାଗରିକ ଥାଇ ମଧ୍ୟ କଟକଣାକୁ କେହି ମାନୁନାହାନ୍ତି। ସରକାର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ମଦ ଦୋକାନରେ ଅହେତୁକ ଭିଡକୁ କମେଇବା ପାଇଁ ପଦକ୍ଷେପ ନେଉନାହାନ୍ତି। ବୋଧହୁଏ ରାଜସ୍ବ ଆଦାୟ ଲକ୍ଷ୍ୟରେ ଦୋକାନୀମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଯଦ୍ଦ୍ବାରା କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଅବକାରୀ ବିଭାଗ ପକ୍ଷରୁ ଏହାକୁ ତନଖି କରାଯାଇ କୌଣସି ପଦକ୍ଷେପ ନେବା ପାଇଁ ମଧ୍ୟ ଗାଇଡ ଲାଇନ ରହିନାହିଁ। ସରକାର ମଦ ବିକ୍ରି କରିବାକୁ ପ୍ରୋତ୍ସାହନ ଦେଉଥିବାବେଳେ ଅବକାରୀ ବିଭାଗର ଅଧିକାରୀମାନେ ବେଫିକର ହୋଇ ପଡିଛନ୍ତି। କୌଣସିଠାରେ ସେମାନେ ଟ୍ରାଫିକ୍‌ ବ୍ୟବସ୍ଥା ହେଉ କିମ୍ବା କରୋନା ସମ୍ପର୍କିତ ସଚେତନତା ମୂଳକ ପଦକ୍ଷେପ ସ୍ବରୂପ ଦୋକାନୀମାନଙ୍କୁ ତଦାରଖ କରୁନାହାନ୍ତି। ଫଳରେ ଏ ସମସ୍ତ ମଦଦୋକାନଗୁଡିରେ ଫିଲ୍ମ ହଲ ଭଳି ଲୋକ କାଉଣ୍ଟରରେ ଗହଳି ଲଗାଉଛନ୍ତି। ଏ ସମ୍ପର୍କରେ ଅବକାରୀ ବିଭାଗ ସୁପରିଣ୍ଟେଣ୍ଟେଣ୍ଡ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରେ ମଦ ଦୋକାନ ମାଲିକମାନଙ୍କୁ ଭିଡ କମାଇବାକୁ ଅବଗତ କରାଇଥିଲୁ। କେତେଜଣ ମାଲିକ ଏହାକୁ ମାନି ମଦ ଦୋକାନ ସମ୍ମୁଖରେ ଗହଳି କମାଇଛନ୍ତି। ଯେଉଁମାନେ କଟକଣାକୁ ନ ମାନିଛନ୍ତି ସେମାନଙ୍କୁ ପୁଣି ବୁଧବାର କୁହାଯିବ। ଯଦି ସେମାନେ ନ ମାନନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


All Right Reserved By Dharitri.Com

ବିଦ୍ୟାଳୟରେ କମୁଛି ବାଳିକା ଉପସ୍ଥାନ

ଭଣ୍ଡାରିପୋଖରୀ,୩।୩(ଡି.ଏନ.ଏ.)-ବାଳିକା ସମୃଦ୍ଧି ଯୋଜନା ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସାଧାରଣତଃ ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ...

ଦୁର୍ନୀତି କରିବା ପଡିଲା ମହଙ୍ଗା: ଜଣେ ବିଡିଓ, ୨ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର, ୨।୧୨: ପିଏମ୍‌ଏୱାଇ ସମ୍ପର୍କରେ ଜାରି ମାର୍ଗଦର୍ଶିକା ପାଳନ ନ କରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣେ ବିଡିଓ ଏବଂ ୨ ଜଣ...

ଷ୍ଟାର୍ଟ ଅପ୍‌ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା : ସହରରେ ଷ୍ଟାର୍ଟ ହବ୍‌ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ୩୮ ପାରାମିଟର ଆଧାରରେ ରାଜ୍ୟକୁ ଏହି ମାନ୍ୟତା...

୫ହଜାର ଲାଞ୍ଚ: ସେକ୍ସନ ଅଫିସର ଗିରଫ

କଟକ ଅଫିସ,୨୨ା୧୧:  ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ସେକ୍ସନ ଅଫିସର ଗୀତା ଖାଡିଆ ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୁରୁବାର ଏହି...

ଗଞ୍ଜାମ ଜିଲାପରିଷଦ ବୈଠକ: ଫସଲ କ୍ଷତି ନେଇ ବୀମା କମ୍ପାନୀଙ୍କୁ ନୋଟିସ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୋନମ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଷୀଙ୍କୁ...

ହୀରାକୁଦ ଡ୍ୟାମ୍‌ରେ ଖୋଲିଲା ଆଉ ଦୁଇଟି ଗେଟ୍‌

ସମ୍ବଲପୁର,୧୮।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଶନିବାର ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ରବିବାର ସକାଳେ ପୁଣି ଦୁଇଟି ଗେଟ ଖୋଲାଯାଇଛି। ମୋଟ...

ଲଲାଟ ଇନ୍ଦୁ ପରିଜାଙ୍କ ଦେହାନ୍ତ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କର ସୋମବାର କଟକସ୍ଥିତ ଏକ ଘରୋଇ ନର୍ସିଂହୋମରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ...

ଲିଫ୍ଟ ବେସ୍‌ରେ ନିଆଁ, ଦୌଡ଼ିଲେ କର୍ମଚାରୀ

ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଖବରକାଗଜ ସଂସ୍ଥା କାର୍ଯ୍ୟାଳୟର ଲିଫ୍ଟ ବେସ୍‌ରେ ରବିବାର ନିଆଁ ଲାଗିଯାଇଥିଲା। ଫଳରେ ଷଷ୍ଠ ମହଲା ପର୍ଯ୍ୟନ୍ତ ଧୂଆଁ...

Leave a comment

Your email address will not be published. Required fields are marked *