Posted inଜାତୀୟ

ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ଉକ୍ତ ଖବରଦାତାଙ୍କୁ ଶନିବାର ଗିରଫ କରିଥିବା ଜଣାପଡିଛି। ସେହିପରି ଆଉ ଏକ ନ୍ୟୁଜ ଚ୍ୟାନେଲର ମୁଖ୍ୟ ଓ ଏହାର ସମ୍ପାଦକଙ୍କୁ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ମାନହାନୀ ହେଲାଭଳି ବିଷୟବସ୍ତୁ ପ୍ରସାରଣ କରିଥିବାରୁ ନଏଡାରୁ ପୋଲିସ ଏମାନଙ୍କୁ ଗିରଫ କରିଛି। ପ୍ରଶାନ୍ତ କନୋଜିଆ ନାମକ ଉକ୍ତ ଖବରଦାତା ଜଣକ ଯୋଗୀଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, କନୋଜିଆ ଫେସବୁକ୍‌ ଓ ଟୁଇଟରରେ ଜଣେ ମହିଳଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ମହିଳା ଜଣକ କହୁଥିଲେ କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ଭାଇରାଲ ହେବା ପରେ ପୋଲିସ ଉକ୍ତ ଖବରଦାତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।


All Right Reserved By Dharitri.Com

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି...

୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ: ସରକାରଙ୍କ ଚିନ୍ତା ବଢ଼ିଲା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ ହୋଇଛନ୍ତି। ମେଟ୍ରୋ ପ୍ରୋଜେକ୍ଟ ଅନ୍ତର୍ଗତ ଏଠାକାର ୨୭ ଶହ...

ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର: ହାଇ ଆଲର୍ଟ ଜାରି

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର ନେଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ସେନା ଯବାନ, ଜମ୍ମୁ-କଶ୍ମୀର ପୋଲିସ...

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା...

ଲଦାଖରେ ବ୍ରିଜ୍‌ ଉଦ୍‌ଘାଟନ କଲେ ରାଜନାଥ: ପାକ୍‌ ଅନୁପ୍ରବେଶ ନ ରୋକିଲେ ଠିକଣା ଜବାବ ଦିଆଯିବ

ଲେହ,୨୨ା୧୦(ପି.ଟି.): ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଇସ୍‌ଲାମାବାଦ ଯଦି ଅନୁପ୍ରବେଶ ବନ୍ଦ ନ...

ପେଟ୍ରୋଲ, ଡିଜେଲରେ ମାଡ଼: ସବୁଥିରେ ଦର ବଢ଼ିବ

ନୂଆଦିଲ୍ଲୀ,୬।୭ (ପି.ଟି.): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପୂର୍ଣ୍ଣକାଳୀନ...

୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯୁବକ: ରାଜି ନ ହେବାରୁ ଝିଅକୁ ଉଠାଇନେଲେ

ନୂଆଦିଲ୍ଲୀ,୫।୬: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣେ ଯୁବକର ଅଜବ କାରନାମା ଦେଖିବାକୁ ମିଳିଛି। ଉକ୍ତ ମହିଳାଜଣଙ୍କ ରାଜି...

ମୋଦି ସରକାର ୨.୦: କେଉଁମାନେ ବାଦ୍‌ ପଡିଲେ

ନୂଆଦିଲ୍ଲୀ,୩୦ା୫: ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା କେତେଜଣ ନେତା ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ, ସୁରେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *