ରାଜପଥରେ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଗୁରୁତର

ମାର୍ଶାଘାଇ, ୧୯।୨(ଡି.ଏନ.ଏ.): ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର(କ) ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଦୁର୍ବୃତ୍ତମାନେ କେତେକ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣକରି ଟଙ୍କା ଛଡାଇ ନେଇଛନ୍ତି। ଏହି ଆକ୍ରମଣରେ ଜଣେ ଟ୍ରକ୍‌ ମାଲିକ ଗୁରୁତର ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଟ୍ରକ ମାଲିକ ହେଲେ ମହମଦ ହଲିମ ଖାଁ।
ଯେ, କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମାଧପୁର ଅଞ୍ଚଳର ଟ୍ରକ ମାଲିକ ମିର ଖୁରସିଦ, ସେକ୍‌ ଲିଆକ ଉଦ୍ଦିନ, ସେକ୍‌ ଅଜାର, ମହମଦ ହଲିମ ଖାଁ ପ୍ରମୁଖ ପାରାଦୀପ ଟ୍ରକ ସଂଘର ସଦସ୍ୟମାନେ ମଙ୍ଗଳବାର ରାତିରେ ଗାଡି ଜାମ ହେଉଥିବାରୁ ତଦାରଖ ପାଇଁ ରାଜପଥରେ ବୁଲୁଥିଲେ। ହଠାତ୍‌ ରାତ୍ର ପ୍ରାୟ ଗୋଟାଏ ସମୟରେ ସେହି ରାସ୍ତାରେ ଆସୁଥିବା ଏକ କାର ସମେତ ଦୁଇଟି ବାଇକରେ ୬ଜଣ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଗାଡି ଭିତରୁ ଭୁଜାଲି ଠେଙ୍ଗା ଆଦି ବାହାର କରି ମରଣାନ୍ତକ ଆକ୍ରମଣ କରିବା ସହିତ ସେମାନଙ୍କ ନିକଟରେ ଥିବା ପ୍ରାୟ ୨୦ହଜାର ଟଙ୍କା ଛଡାଇ ନେଇ ଯାଇଥିଲେ। ପାଟିକଲେ ଗୁଳି ଫୁଟାଇ ମାରିଦେବାକୁ ଧମକ ଦେଇଥିଲେ। ତେବେ ସେମାନଙ୍କ ମିଳିତ ଆକ୍ରମଣରେ ହଲିମ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏ ନେଇ ମିର ଖୁରସିଦ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ମହାକାଳପଡା ଥାନା ରାଜଗଡ ଗ୍ରାମର ପ୍ରମୋଦ କୁମାର ପ୍ରତିହାରୀ ଓ ତାଙ୍କ ଡ୍ରାଇଭର ଜ୍ୟୋତିଙ୍କ ସମେତ ଅନ୍ୟ ଚାରିଜଣଙ୍କ ନାମ ରହିଛି। ମାର୍ଶାଘାଇ ପୋଲିସ କେସ ନମ୍ବର ୬୫/୨୦, ଦଫା ୨୯୪ ,୩୪୧ ,୩୨୩ ,୩୨୪ ,୩୨୬ ,୩୦୭ ,୩୭୯ ,୫୦୬ ,୧୪୭ ,୧୪୮ ,୧୪୯ ଆଇପିସିରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ହାତୀ ଆକ୍ରମଣରେ ନାବାଳକ ଗୁରୁତର

କେନ୍ଦୁଝର,୧୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ରେଞ୍ଜ ଉପରକୁସୁମିତା କସିରା ସାହିରେ ବୁଧବାର ରାତିରେ ଏକ ଦନ୍ତାହାତୀ ଜଣେ ନାବାଳକଙ୍କୁ ଶୁଣ୍ଢରେ କଚାଡ଼ି ଗୁରୁତର କରିଛି।...

ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ‘ଫନୀ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସହାୟତା ଦିଅ’

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ଫନୀ ବାତ୍ୟା ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ଅନେକ କ୍ଷତି ହୋଇଛି। ତେଣୁ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସରକାରୀ ସହାୟତା ଦିଆଯିବା ଆବଶ୍ୟକ। କିନ୍ତୁ...

ବିଜେପୁର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଆରମ୍ଭ କରାଯାଇଛି। ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ଥିବାବେଳେ ଏହା...

ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ବଢ଼ିଚାଲିଛି ବିଦ୍ୟୁତ୍‌ ଓ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା। ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ହାତୀଙ୍କୁ ସୁରକ୍ଷା...

ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା

ବଅଁରପାଳ,୨୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି...

ଅବଢ଼ା ଯୋଜନା ପାଇଁ ଖର୍ଚ୍ଚ ହେବ ୩୨୦୮ କୋଟି

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାର ବୃହତ୍‌ ବ୍ୟୟବରାଦ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସରକାର ଏହି ଯୋଜନା ସକାଶେ ୩୨୦୮ କୋଟି...

ହୋମ୍‌ କ୍ୱାରାଣ୍ଟାଇନ୍‌ ସମ୍ପୂର୍ଣ୍ଣ କଲେ ୧୦ ବିଦେଶ ଫେରନ୍ତା

କେନ୍ଦୁଝର,୨୯ା୩(ଡିଏନ୍‌ଏ): କେନ୍ଦୁଝର ଜିଲାରେ ଲକ୍‌ ଡାଉନ୍‌ ଚତୁର୍ଥ ଦିନରେ ପହଞ୍ଚିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଥିବା ସୂଚନା ମିଳିଛି।...

ମହାନଦୀରେ ନିର୍ମାଣ ହେବ ଆଉ ୭ ବ୍ୟାରେଜ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମହାନଦୀର ନିମ୍ନସ୍ରୋତରେ ପ୍ରସ୍ତାବିତ ୭ ବ୍ୟାରେଜ୍‌ ମଧ୍ୟରୁ ୫ ବ୍ୟାରେଜ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ କରାଯାଇ ତାହାର ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ...

Leave a comment

Your email address will not be published. Required fields are marked *