ମେଡିକାଲରେ ଥଣ୍ଡା ରୋଗୀଙ୍କ ଲମ୍ବାଧାଡ଼ି

ଏରସମା, ୧୯।୩ (ସ୍ବ.ପ୍ର.): ଥଣ୍ଡା, କାଶ, ଜ୍ୱର କରୋନା ସଂକ୍ରମଣର ଲକ୍ଷଣ। ଏ ନେଇ ପ୍ରଚାରିତ ହେବା ପରେ ଏରସମା ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଥଣ୍ଡା, ଜ୍ୱର ବା କାଶ ହେଉଥିବା ରୋଗୀମାନେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଲମ୍ବା ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳିଛି। ସୋମବାର ସୁଦ୍ଧା ୨୦୮ ଜଣ ରୋଗୀ ମେଡିକାଲରେ ନାମ ପଞ୍ଜୀକୃତ କରାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୩ଶହ ଟପିଯାଇଛି। ଏ ସମ୍ପର୍କରେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଅମିୟ ସ୍ବାଇଁଙ୍କୁ ପଚାରିବାରୁ ଥଣ୍ଡାରୋଗୀଙ୍କର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ କିଭଳି ସତର୍କତା ଅବଲମ୍ବନ କରିବା ଦରକାର, ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହିତ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ମଧ୍ୟ ଖୋଲାଯାଇଛି। ବିଶେଷକରି ସାବୁନରେ ହାତ ଧୋଇବାର ଠିକ୍‌ ଉପାୟ ଓ ଭୟ ଦୂରୀକରଣ ପାଇଁ ପରାମର୍ଶ ଦିଆଯାଉଛି। ଏଥିସହିତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଓ ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ୧୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଯଦି ସେପରି କେହି ଗୁରୁତର ଚିହ୍ନଟ ହୁଅନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ବିଶୋଧନ ପ୍ରକୋଷ୍ଠ ଖୋଲାଯାଇଛି ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଟ୍ରାକ୍ଟର ଦୁର୍ଘଟଣା, ଜଣେ ମୃତ

ଦାରିଙ୍ଗବାଡ଼ି,୨୯।୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସିଆଙ୍ଗବାଲି ଗ୍ରାମର ମସେସ...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ରୂପ୍‌ସା,୮।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଣେ ମହିଳାଙ୍କ ଗାଁ ପୋଖରୀରେ ବୁଡ଼ି ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ବିଧବା...

୫-ଟି’କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନକୁ ଅଧିକ ସରଳ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଗତ ଅକ୍ଟୋବର ୨ରୁ ‘ମୋ ସରକାର’...

ଚୋରା ଶାଳ ଗଣ୍ଡି ସହ ଶଗଡ଼ ଜବତ, ୨ ଗିରଫ

ପରଜଙ୍ଗ,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧିନ ଜାତୀୟ ରାଜପଥଠାରୁ କୁଲେଇ ଯାଇଥିବା ରାସ୍ତାର କୁଲେଇ ଗ୍ରାମ ନିକଟ ଆମ୍ବ ତୋଟା...

ଫେରନ୍ତା ବର୍ଷା ବୁଡ଼ାଇଲା

କଟକ ଅଫିସ,୧୮ା୧୦ : ବିଳମ୍ବରେ ଫେରିଛି ମୌସୁମୀ। ଫେରିବା ବାଟରେ ଜୋରରେ ବର୍ଷୁଛି। ସପ୍ତାହେ ହେବ କଟକ ସହରରେ ପ୍ରତିଦିନ ଅପରାହ୍ନରେ ବର୍ଷା ହେଉଛି। ଗୁରୁବାର...

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳକାଠ ଜବତ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ସଦର ରେଞ୍ଜ ପକ୍ଷରୁ ଶୁକ୍ରବାର ସକାଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ଶାଳକାଠ ଜବତ...

ମହାସିଂହ ପଞ୍ଚାୟତରେ ୨୯ଲକ୍ଷ ଟଙ୍କା ଘୋଟାଲା

ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ...

ଫଳକରେ ସୀମିତ ରକ୍ତ ପୃଥକୀକରଣ ୟୁନିଟ୍‌

ବରଗଡ଼ ଅଫିସ୍‌,୧୪।୭ – ରକ୍ତ ବିନା ଜୀବନ ଅସମ୍ଭବ । ରକ୍ତହୀନତା ତଥା ରକ୍ତ ଅଭାବ ଯୋଗୁ ବହ ପ୍ରାଣହାନି ଘଟୁଛି । ରକ୍ତ ଅଭାବ...

Leave a comment

Your email address will not be published. Required fields are marked *