ରାଉତରାପୁର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ମାମଲା: ଫଳାଫଳ ଘୋଷଣା ୨୦କୁ ସ୍ଥଗିତ

ରସୁଲପୁର,୧୯।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ସରପଞ୍ଚ ରେଣୁ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲା ରୋଚକ ମୋଡ଼ ନେଇଛି। ଫଳାଫଳ ଘୋଷଣା ପାଇଁ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ତାହା ସମ୍ଭବପର ହୋଇପାରି ନାହିଁ। ଯାଜପୁର ଜିଲାପାଳଙ୍କ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ମୁତାବକ ନିର୍ବାଚନ ଅଧିକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଫଳାଫଳ ବନ୍ଦ ଥିବା ଜଉମୁଦ ଲଫାଫା ଖୋଲିବା ପରେ ଫଳାଫଳ ଜଣାପଡିଥିଲା। ସରପଞ୍ଚଙ୍କ ବିରୋଧରେ ୧୧ଟି ଭୋଟ ଯାଇଥିବାବେଳେ ବିପକ୍ଷରେ ୩ଟି ଭୋଟ ଯାଇଛି ବୋଲି ନାଏବ ସରପଞ୍ଚ କୈଳାସ ସାହୁ ସୂଚନା ଦେଇଛନ୍ତି। ଏସବୁ ପରେ କୋର୍ଟରୁ ଆସିଥିବା ବାର୍ତ୍ତା ଆଧାରରେ ଫଳକୁ ବିଧିବଦ୍ଧଭାବେ ଘୋଷଣା ହୋଇପାରି ନାହିଁ। ଏହି ଘୋଷଣାକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଛି।
ପ୍ରକାଶ ଯେ, ସରପଞ୍ଚଙ୍କ ବିରୋଧରେ ଯାଜପୁର ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଅନାସ୍ଥା ପାଇଁ ୩୦ ଅକ୍ଟୋବର,୨୦୧୯କୁ ଦିନଧାର୍ଯ୍ୟ ହୋଇଥିଲା। ଏହିଦିନ ଭୋଟ ଗ୍ରହଣ ହେବା ସହ ଗଣତି ମଧ୍ୟ କରାଯାଇଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ବଳରେ ଫଳାଫଳ ଘୋଷଣା କରାଯାଇ ନ ଥିଲା। ଏ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିବା କେସ୍‌ ନଂ-୨୦୧୫୧/୨୦୧୯ରେ ପକ୍ଷ ରଖିବା ସହ ଫଳାଫଳ ଘୋଷଣା ଉପରୁ ରହିତାଦେଶ ଉଠି ଯାଇଥିଲା। ଏ ନେଇ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯାଜପୁର ଜିଲାପାଳଙ୍କ ଚିଠି ନଂ. ୩୨୬/୬।୩।୨୦ରେ ଫଳାଫଳ ଘୋଷଣା ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାର୍ଚ୍ଚ ୧୮କୁ ଫଳ ଘୋଷଣା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ଦିନରେ ସରପଞ୍ଚଙ୍କ ବିରୋଧୀମାନେ ଫଳ ତାଙ୍କ ସପକ୍ଷରେ ଯିବା ନେଇ ନିଶ୍ଚିତ ହୋଇଯାଇଥିଲେ। ଫଳ ବି ତାଙ୍କ ସପକ୍ଷରେ ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏ ନେଇ ଲିଖିତ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। ଫଳାଫଳ ଫର୍ଦ୍ଦରେ ସରପଞ୍ଚ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟ ଦସ୍ତଖତ କରିବା ପରେ ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତି ହୋଇଥିବାରୁ ପଞ୍ଚାୟତର ଜନପ୍ରତିନିଧିମାନେ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି। କୋର୍ଟର କୌଣସି ଲିଖିତ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ପ୍ରକାଶ ରୋକାଯାଇ ପାରିବ ନାହିଁ ବୋଲି ବିରୋଧୀ ଯୁକ୍ତି ରଖିବା ସହ ଏ ନେଇ ଉପଜିଲାପାଳ ଧଳଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏ ଦିଗରେ ଉପଜିଲାପାଳ ଧଳଙ୍କୁ ପଚାରିବାରୁ, ଫଳାଫଳ ପ୍ରକାଶ ପାଇପାରି ନାହିଁ। ଏହାକୁ ଆସନ୍ତା ୨୦ତାରିଖକୁ ସ୍ଥଗିତ ରଖାଯାଇଛି। ଏ ନେଇ ଷ୍ଟାଣ୍ଡିଂ କାଉନ୍ସିଲରୁ ଟେଲିଫୋନରେ ବାର୍ତ୍ତା ଆସିଥିଲା। ଫଳାଫଳ ପ୍ରକାଶନ ପାଇଁ ୨ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ...

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା, ୨ ଗିରଫ

ହିଞ୍ଜିଳିକାଟୁ,୨୮ା୯(ଡି.ଏନ୍‌.ଏ.) -ହିଞ୍ଜିଳି ଥାନା ତହଁର ଗ୍ରାମର ପୂର୍ବତନ ସରପଞ୍ଚ ପଦ୍ମଚରଣ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନେ...

ଜିଲା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରୁରୀ ବୈଠକ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୨।୯(ଡି.ଏନ.ଏ.) ଭବାନୀପାଟଣାସ୍ଥିତ କର୍ମଚାରୀ ଭବନଠାରେ ଶନିବାର ସନ୍ଧ୍ୟାରେ ଭାବଗ୍ରାହୀ ନାୟକଙ୍କ ସଭାପତିତ୍ୱରେ ଜିଲା ୪ର୍ଥ କର୍ମଚାରୀ ସଂଘ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଦେଷ୍ଟା...

ଭିନ୍ନକ୍ଷମ ଦୁବରାଜ ପାଖରେ ପହଞ୍ଚିଲା ପ୍ରଶାସନ

ଚମ୍ପୁଆ, ୨୩ା୧(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୧୩ନଂ ୱାର୍ଡର ଚନ୍ଦ୍ରଶେଖରପୁର ନୁଆଗାଁଠାରେ ଦୀର୍ଘ ଦିନ ହେବ ଫାଇଲେରିଆ ରୋଗରେ ପିଡିତ ହୋଇ ଭିନ୍ନକ୍ଷମ ହୋଇଥିବା ଦୁବରାଜ ମୁଣ୍ଡାଙ୍କ...

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ...

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ୩ ମନ୍ତ୍ରୀ

ଗୋପାଳପୁର,୨୩ା୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ...

ଜି.ଉଦୟଗିରିରେ ଝଡ଼ବର୍ଷା, ବିଜୁଳି ଯୋଗାଣ ବନ୍ଦ

ଜି.ଉଦୟଗିରି,୨୬ା୨(ଡି.ଏନ.ଏ.)-ଜି.ଉଦୟଗିରି ସହର ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବାର ଘଣ୍ଟାଏ ପୂର୍ବରୁ ସହରକୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାାଣ ବନ୍ଦ...

ସାପ କାମୁଡ଼ାରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ: ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦୁଝର, ୧୯ା୮ (ସ୍ବ.ପ୍ର.)-ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି ା ଏଭଳି ଅଭିଯୋଗ...

Leave a comment

Your email address will not be published. Required fields are marked *