ରାସାୟନିକ ରଙ୍ଗ ଓ କୁକୁଡ଼ା ଅଣ୍ଡା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ବହୁ ବର୍ଷ ଧରି ଆମେ କେତେକ ଜିନିଷକୁ ପସନ୍ଦ କରିବା ଓ ଅନ୍ୟଗୁଡିକୁ ନାପସନ୍ଦ କରିବାରେ ଅଭ୍ୟସ୍ତ ହୋଇଆସିଛୁ। ବେଳେବେଳେ ଏହି ପସନ୍ଦ ବା ନାପସନ୍ଦ କଥାଟା ଆଧୁନିକତା ଓ ଫ୍ୟାଶନ ନାମରେ ତରଙ୍ଗ ଭଳି ମାଡିଆସେ ଏବଂ କିଛିଦିନ ପରେ ସେଥିରେ ଭଟ୍ଟା ପଡ଼ିଯାଏ। କିନ୍ତୁ ଅନ୍ୟଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ସ୍ଥାୟୀଭାବେ ଆମ ଭିତରେ ବସାବାନ୍ଧି ରହିଯାଏ। କଳାଠାରୁ ଗୋରା ରଙ୍ଗ ଭଲ ବୋଲି ରହିଥିବା ଆମର ବିଶ୍ୱାସ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ବଦଳିନାହିଁ। ଏମିତି ବିଶ୍ୱାସ ଅଣ୍ଡା ସହିତ ବି ଯୋଡି ହୋଇରହିଛି। ଅଣ୍ଡା ଖାଉଥିବା ଅଧିକାଂଶ ବ୍ୟକ୍ତି ବିଶ୍ୱାସ କରିନ୍ତି ଯେ, ଅଣ୍ଡାଟି ଯେତେ ହଳଦିଆ ହେବ ସେତେ ଭଲ। କିନ୍ତୁ ବାସ୍ତବରେ ଯଦି କେଶରର ରଙ୍ଗ ରକ୍ତାଭ ନାରଙ୍ଗୀ ହୋଇଥାଏ, ତେବେ ଏଥିରେ ବେଶି ଭିଟାମିନ୍‌ ଓ ଓମେଗା-୩ ଏବଂ ସବୁଠୁ କମ୍‌ କୋଲେଷ୍ଟରଲ ଥାଏ। ଖୋଲା ଜାଗାରେ, ଖରାରେ ବୁଲି କୀଟନାଶକମୁକ୍ତ ଘାସରେ ଥିବା ପୋକଜୋକ ଖାଉଥିତ୍ବା କୁକୁଡ଼ାର ଅଣ୍ଡା ଯଦି ଆମେ ଖାଉଥାନ୍ତେ ତେବେ ଏହା ସତ ହୋଇଥାନ୍ତା। କିନ୍ତୁ ବହୁ ଦିନରୁ ସେ ସମୟ ଚାଲିଗଲାଣି। ଏବେ ଆପଣ ଯେଉଁ ଅଣ୍ଡା ଖାଉଛନ୍ତି ତାହା କୁକୁଡ଼ା ଫାର୍ମରୁ ଏବଂ କେବେ ବି ସବୁଜ କ୍ଷେତ ଦେଖି ନ ଥିବା କୁକୁଡ଼ାଙ୍କଠାରୁ ଆସୁଛି। ଏକ ‘ଫ୍ର ିରେଞ୍ଜ’ ଅଣ୍ଡା ବା ଦେଶୀ ଅଣ୍ଡା କହିଲେ ଫାର୍ମର ତାରଜାଲି ମଧ୍ୟରେ ବନ୍ଦୀ କିମ୍ବା ସିମେଣ୍ଟ ଚଟାଣ ଉପରେ ବହୁଳ ସଂଖ୍ୟାରେ ବଢୁଥିବା କୁକୁଡ଼ାଙ୍କ ଅଣ୍ଡାକୁ ବୁଝାଏ ନାହଁ। କେବଳ ସୂର୍ଯ୍ୟାଲୋକରେ ବୁଲି ପ୍ରାକୃତିକ ଖାଦ୍ୟ ଖାଉଥିବା କୁକୁଡ଼ା ଅଣ୍ଡାର କେଶର ହଳଦିଆ ହୋଇପାରେ। ଶାଗ ତଥା ପଶୁମାନେ ଖାଉଥିତ୍ବା ଘାସ ଭଳି ଉଚ୍ଚ କାରୋଟିନଏଡ୍‌ଯୁକ୍ତ ଖାଦ୍ୟ କେଶରକୁ ଗାଢ଼ ନାରଙ୍ଗୀ କରେ। ନଚେତ୍‌ କେଶର ଫିକା ହଳଦିଆ ହୋଇଥାଏ ଏବଂ ଖାଉଟି ବିଶ୍ୱାସ କରେ ଯେ, ସେ ଗୋଟିଏ ଖରାପ ଅଣ୍ଡା ଖାଉଛି। ଏଣୁ ବିଶ୍ୱ ସାରା କୁକୁଡ଼ା ଫାର୍ମଗୁଡ଼ିକ କେଶରର ରଙ୍ଗ ବଢ଼ାଇବା ଲାଗି ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଚାହଁୁଥିବା ହଳଦିଆ ବା ଗାଢ଼ ନାରଙ୍ଗୀ ରଙ୍ଗ ପାଇବା ପାଇଁ ଏହି କସ୍‌ମେଟିକ ଖାଦ୍ୟ ରଙ୍ଗଗୁଡ଼ିକୁ କୁକୁଡ଼ା ଖାଦ୍ୟରେ ଠିକ୍‌ ପରିମାଣରେ ମିଶାଇ କୁକୁଡାଙ୍କୁ ଦିଆଯାଏ।
‘ଫ୍ରି ରେଞ୍ଜ’ ଏବଂ ‘ଅର୍ଗାନିକ’ କୁକୁଡା ରଙ୍ଗଗୁଡିକ ତୁମ ମନରେ ବିଶ୍ୱାସ ଜନ୍ମାଇବ ଯେ, ଏହା କ୍ୟାପ୍ସିକମ୍‌, ଗେଣ୍ଡୁଫୁଲ କିମ୍ବା ନାଲି ଶିମ୍‌ଲା ଲଙ୍କାରୁ ପ୍ରସ୍ତୁତ କରାଯାଇଛି। ତଟକା ମକା ଓ ହଳଦୀ କେଶରକୁ ଅଧିକ ହଳଦିଆ କରିପାରେ। ଗୋଲମରିଚ ଏହାକୁ ବେଶି ଲାଲ୍‌ କରେ। ସ୍ବାସ୍ଥ୍ୟ ସମ୍ପର୍କରେ ତଥା କୁକୁଡ଼ା କେଉଁ ପରିସ୍ଥିତିରେ ରହୁଛି ସେ ସମ୍ବନ୍ଧରେ କେଶରର ରଙ୍ଗ ଆମକୁ ସୂଚନା ଦେଇପାରିବ ବୋଲି ଆମେ ବିଶ୍ୱାସ କରୁ। ଗାଢ଼ କମଳା ରଙ୍ଗର କେଶର ଆମକୁ ଜଣାଇଦିଏ ଯେ, କୁକୁଡା ଖୋଲା ଜାଗାରେ ବୁଲି କାରୋଟିନଏଡ୍‌ରେ ଭରପୂର ଘାସ, ପୋକଜୋକ, ମଞ୍ଜି, ପରିବା ଏବଂ ଫୁଲ ଖାଉଛି ଏବଂ ଏଥିପାଇଁ ଗଛର ପ୍ରାକୃତିକ ଉପାଦାନରୁ ଅଧିକ ଭିଟାମିନ ଓ କାରୋଟିନଏଡ୍‌ ପାଇପାରୁଛି। କିନ୍ତୁ ଏହା ସତ ନୁହେଁ। ପ୍ରାକୃତିକ ରଙ୍ଗ ବଦଳରେ ସେମାନଙ୍କୁ କେମିକାଲ୍‌ ଖାଇବାକୁ ଦିଆଯାଉଛି। କେଶରର ରଙ୍ଗ ସହ ଅଣ୍ଡାର ଗୁଣବତ୍ତା ଓ ପୌଷ୍ଟିକ ମାନର କୌଣସି ସମ୍ପର୍କ ନାହଁି। କୁକୁଡ଼ା ଫାର୍ମଗୁଡିକରେ ସମସ୍ତ କୁକୁଡାଙ୍କୁ ମୁଖ୍ୟତଃ ଶସ୍ତା , ପୁଷ୍ଟିହୀନ ଶସ୍ୟ ଖାଇବାକୁ ଦିଆଯାଏ ଏବଂ ଏହା କେଶରର ରଙ୍ଗକୁ ଫିକା ହଳଦିଆ କିମ୍ବା ଧଳା ରଙ୍ଗ କରିଦିଏ।
୬୦ ବର୍ଷ ତଳୁ କୁକୁଡା ଫାର୍ମ ମାଲିକମାନେ ଅଣ୍ଡା କେଶରର ରଙ୍ଗକୁ ନିୟନ୍ତ୍ରଣ କରିିବାର ପଦ୍ଧତି ଆବିଷ୍କାର କରିଥିଲେ। ଖାଦ୍ୟରେ ଗାଜର ଏବଂ ସ୍କ୍ବାସ୍‌ ଭଳି ହଳଦିଆ ପରିବା ଦେଇ କାରୋଟିନଏଡ ଏବଂ ଜାନ୍ଥୋଫିଲ୍ସ ବୃଦ୍ଧି କରି କେଶରର ରଙ୍ଗ ଗାଢ଼ ଓ ଅଧିକ ପୌଷ୍ଟିକ କରୁଥିଲେ। ଏହାଦ୍ୱାରା ଉଭୟ କୁକୁଡ଼ା ଓ ଅଣ୍ଡାକୁ ଲାଭ ହୋଇଥାଏ। କିନ୍ତୁ କୁକୁଡ଼ା ଫାର୍ମ ଶସ୍ତାରେ ଅଣ୍ଡା ବିକ୍ରି କରିବା ପାଇଁ ଚାହଁୁଥିବାବେଳେ ପ୍ରାକୃତିକ ଖାଦ୍ୟର ଦାମ୍‌ ଅଧିତ୍କ ହୋଇଯାଏ। ଏଣୁ ସେମାନେ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି। ଏହାର ଦୁଇଟି କାରଣ ରହିଛି। ସେମାନେ ରୁଗ୍‌ଣ, ପୁଷ୍ଟିହୀନ କୁକୁଡାକୁ ଶୀଘ୍ର ମୋଟା ବା ଓଜନିଆ କରିବାକୁ ଅନୁପଯୁକ୍ତ ଶସ୍ୟ ଏବଂ ଅଣ୍ଡାର କେଶରକୁ ଅଧିକ ହଳଦିଆ କରିବାକୁ ରାସାୟନିକ ପଦାର୍ଥ ଖାଦ୍ୟ ଭାବେ ଦେଇଥାନ୍ତି। କାରଣ ଲୋକମାନେ ବେଳେବେଳେ ଫିକା ହଳଦିଆ ରଙ୍ଗବିଶିଷ୍ଟ କୁକୁଡ଼ା ଅଣ୍ଡା କିଣିିବାକୁ ମନା କରିଦିଅନ୍ତି।
ନେଟ୍‌ରେ ଏବେ ନକଲି ଖାଦ୍ୟରଙ୍ଗର ହଜାର ହଜାର ବିକ୍ରେତା ଅଛନ୍ତି। କେତେକ ଗେଣ୍ଡୁଫୁଲ ନିର୍ଯ୍ୟାସ ତରଳ ଓ ଗୁଣ୍ଡ ଆକାରରେ ବିକ୍ରି କରିଥାନ୍ତି। ଏଭଳି ବିକ୍ରେତାଙ୍କ ତାଲିକାରେ ଭାରତ ସବୁଠୁ ଆଗରେ। ଅଧିକାଂଶ ଶସ୍ତା ଓ ସିନ୍ଥେଟିିକ କାର୍ଟୋନଏଡ୍‌ ଡାଇ ଚାଇନାରେ ତିଆରି କରାଯାଇଥାଏ। ବୈଜ୍ଞାନିକମାନେ ୧୬ଟି ରଙ୍ଗକୁ ସୁରକ୍ଷିତ ବୋଲି କହିଛନ୍ତି, ଯେଉଁଥିରେ ରହିଛି ଫିକା ହଳଦିଆଠାରୁ ଆରମ୍ଭ କରି ଗାଢ କମଳା ରଙ୍ଗ ପର୍ଯ୍ୟନ୍ତ। ଖାଉଟିଙ୍କ ଚାହିଦାକୁ ଲକ୍ଷ୍ୟ କରି ସେମାନେ ବିଭିନ୍ନ ଦେଶରେ ଏଗୁଡିକୁ ବିକ୍ରି କରୁଛନ୍ତି।
ବଜାରରେ ଶହ ଶହ ରାସାୟନିକ ରଙ୍ଗ ମିଳୁଛି। ଏହାର ସବୁଠୁ ବଡ ବିକ୍ରେତା ହେଉଛି ବିଏଏସ୍‌ଏଫ୍‌। କୁକୁଡା ନିଜେ କାରୋଟିନଏଡ୍‌ ସୃଷ୍ଟି କରିପାରୁ ନ ଥିବାରୁ ଏହା ସେମାନଙ୍କୁ ଖାଇବାକୁ ଦିଆଯାଉଛି ବୋଲି କୁହାଯାଉଛି। କେମିକାଲଗୁଡିକୁ ଉପଯୋଗ କରିବା ଖରାପ, କିନ୍ତୁ ନିଷିଦ୍ଧ କେମିକାଲ ବ୍ୟବହାର କରିବା ସବୁଠୁ ବିପଜ୍ଜନକ। ଆଜୋ ଡାଇ ଶ୍ରେଣୀର ଅରେଞ୍ଜ-୨ କିମ୍ବା ଏସିଡ୍‌ ଅରେଞ୍ଜ-୭ ଡାଇ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏହି ଆଜୋ ଡାଇ କ୍ୟାନ୍‌ସରର କାରଣ ପାଲଟେ। ଖାଦ୍ୟରେ ଆଜୋ ଡାଇର ଉପଯୋଗ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିଲେ ବି ଏବେ ଅନେକ ଦେଶ ଖାଦ୍ୟ ଉପତ୍ାଦରେ ଏହାକୁ ବ୍ୟବହାର କରୁଛନ୍ତି। ଭାରତରେ ଖୋଲାଖୋଲି ଭାବେ ଏହା ବ୍ୟବହାର କରାଯାଉଛି। ଅରେଞ୍ଜ-୨ କାଳି, ପେପର୍‌, ପେଣ୍ଟ୍‌ କୋଟିଂ ଏବଂ ପ୍ଲାଷ୍ଟିକ୍‌ରେ ବ୍ୟବହାର କରାଯାଏ। ଏହି କେମିକାଲ ଶସ୍ତା ଓ ସୁବିଧାରେ ମିଳୁଥିବାରୁ ଏବଂ ଅଣ୍ଡା ଓ କୁକୁଡାର ରଙ୍ଗ ଗାଢ ହଳଦିଆ କିମ୍ବା କମଳା କରୁଥିତ୍ବା ଯୋଗୁ ଏହାକୁ ଚାଇନା ସମେତ ପୂରା ଉପମହାଦେଶରେ କୁକୁଡ଼ା ଫାର୍ମ ମାଲିକମାନେ ଦାୟିତ୍ୱହୀନ ଭାବେ ବ୍ୟବହାର କରୁଛନ୍ତି। ଗବେଷଣାରୁ ଜଣାପଡିଛି ଯେ, ପ୍ରାକୃତିକ ଲୁଟିନ ରଙ୍ଗର ସବୁଠୁ ଭଲ ପ୍ରଭାବ ରହିଛି। କିନ୍ତୁ ଏହାର ଦାମ୍‌ ଅଧିତ୍କ। ଲ୍ୟୁଟିନର କୁକୁଡା ଉପରେ କୌଣସି ନକାରାମତ୍କ ପ୍ରଭାବ ନ ଥିବାବେଳେ ଅରେଞ୍ଜ-୨ କୁକୁଡ଼ାଙ୍କଠାରେ ବ୍ରେଷ୍ଟ୍‌ ମସ୍‌ଲ ଫାଇବ୍ରୋସିସ୍‌ ସୃଷ୍ଟି କରେ। ଏହି ରୋଗ ପକ୍ଷୀମାନଙ୍କ ପାଇଁ କେବଳ ଯନ୍ତ୍ରଣାଦାୟକ ନୁହେଁ ବରଂ ମାଂସକୁ କତାଳିଆ କରିଦିଏ। କାନ୍ଥାକ୍ସାନ୍ଥିନ ହେଉଛି ଦ୍ୱିତୀୟ ବିକଳ୍ପ। ତାହା ମଧ୍ୟ କୁକୁଡାଠାରେ ଫାଇବ୍ରୋସିସ୍‌ର କାରଣ ହୋଇଥାଏ, କିନ୍ତୁ ଏହାର ପ୍ରକୋପ କମ୍‌ ରହେ। ତେବେ ଅନୁମୋଦିତ ରଙ୍ଗଗୁଡ଼ିକର ପ୍ରଭାବ ସମ୍ବନ୍ଧରେ ଜାଣିବା ଲାଗି ଅଧିକ ଗବେଷଣାର ଆବଶ୍ୟକତା ଅଛି ବୋଲି ଏକ ଅନୁଧ୍ୟାନ ପରେ ସୁପାରିସ କରାଯାଇଛି।
ଏହି ରଙ୍ଗକାରକ ପଦାର୍ଥଗୁଡ଼ିକ ପ୍ରକୃତରେ କ’ଣ କରେ? ଏହା କୁକୁଡା ଫାର୍ମ ମାଲିକମାନଙ୍କୁ କୁକୁଡାଙ୍କୁ ଖରାପ ଖାଦ୍ୟ ଖାଇବାକୁ ଦେବା ଲାଗି ସୁଯୋଗ ଦିଏ। ଏହା ପୁଷ୍ଟିହୀନ କୁକୁଡ଼ାଙ୍କୁ କୃତ୍ରିମ ଉପାୟରେ ମୋଟା କରିବା ଏବଂ ସେମାନଙ୍କ ଚମଡା ଓ ଅଣ୍ଡାକୁ ରଙ୍ଗିନ କରି ସ୍ବାସ୍ଥ୍ୟକର ବୋଲି ପ୍ରଦର୍ଶିତ କରିବାରେ ସାହାଯ୍ୟ କରେ। ପ୍ରକୃତରେ ଯଦି କୁକୁଡାଗୁଡିକ ଖୋଲା ଜାଗାରେ ବିଚରଣ କରି ଖାଦ୍ୟ ସଂଗ୍ରହ କରନ୍ତେ ତେବେ ଅଧିକ ପୁଷ୍ଟିକର ଖାଦ୍ୟ ପାଇପାରନ୍ତେ। କିନ୍ତୁ ଆପଣ ଯେତେବେଳେ ତଥାକଥିତ ଗାଢ ହଳଦିଆ କେଶର ଯୁକ୍ତ ଅଣ୍ଡା ଖାଉଛନ୍ତି ସେତେବେଳେ ନିଶ୍ଚୟ ଜାଣିବେ ଯେ ଆପଣ ହୁଏତ କ୍ୟାନ୍‌ସର ଆଡ଼କୁ ଗତି କରୁଛନ୍ତି।
Email: gandhim@nic.in


All Right Reserved By Dharitri.Com

ଏଇ ଭାରତରେ

ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍‌ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍‌ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା...

କାହିଁକି ଦେଖେଇ ହେଉଛେ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ପାଖାପାଖି ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି।...

ଭୟ କାହାକୁ

ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର, ୨୭ ଏପ୍ରିଲ୍‌ରେ ଆଲୋଚନା ହୋଇଥିଲା।...

କ୍ରୂର ପ୍ରବଞ୍ଚନା

ବୈକୁଣ୍ଠନାଥ ମିଶ୍ର ବର୍ତ୍ତମାନ ସମାଜ ଭଦ୍ରମୁଖାପିନ୍ଧା ରାକ୍ଷସମାନଙ୍କର କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି। ପରର ସର୍ବସ୍ବ ଲୁଣ୍ଠନ, ପରକୁ ବିପଦମୁହଁକୁ ଠେଲି ତା’ ଅସହାୟତାର ଫାଇଦା ନେବା,...

ଏଇ ଭାରତରେ

ଦେଶରେ କୃଷକଙ୍କ ଦୁଃଖ କହିଲେ ସରିବନି। କିନ୍ତୁ ସେମାନଙ୍କ ଦୁଃଖ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ରର କୃଷକ ପୁଅ ଅଶୋକ ଦେଶ୍‌ମାନେ। ପରଭାନି...

କରୋନା: ଆଶୀର୍ବାଦର ରୂପ ନେଉ

କରୋନା ଭୂତାଣୁର ଦ୍ରୁତ ବିସ୍ତାର ବିଶ୍ୱକୁ ଅସ୍ତବ୍ୟସ୍ତ କରିଦେଇଛି I ଚାଇନାର ଉହାନ ସହରରୁ ଆରମ୍ଭ ହୋଇ ଏହା ପାଞ୍ଚମାସ ଭିତରେ ବିଶ୍ୱକୁ ନିଜ ପଞ୍ଝାରେ...

ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮...

ଆୟୋଜକଙ୍କ ଭାଗ୍ୟ

ରୁଦ୍ର ପ୍ରସନ୍ନ ରଥ ଆମ ଆଖପାଖର ସମାଜରେ ପ୍ରତିଦିନ ଅନେକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏଥିରୁ କିଛି ବଡ଼ ବଡ଼ ଷ୍ଟାର ହୋଟେଲ୍‌ରେ ଅନୁଷ୍ଠିତ...

Leave a comment

Your email address will not be published. Required fields are marked *