୫ ବାଂଲାଦେଶ ଫେରନ୍ତାଙ୍କ ହେଲା ମେଡିକାଲ ଯାଞ୍ଚ

କୋରୁକୋଣ୍ଡା,୧୮ା୩(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅନ୍ତର୍ଗତ ଏମଭି-୧୦୪ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଦେଶ ଯାଇ ଫେରିଥିବାରୁ ସେମାନଙ୍କୁ ସନ୍ଦେହରେ ମେଡିକାଲ ପରୀକ୍ଷା କରାଯାଇଛି। ଗତ ଦୁଇ ମାସ ତଳେ ଏହି ପରିବାର ବାଂଲାଦେଶକୁ ଯାଇଥିଲେ। ଗତ ୩ ଦିନ ତଳେ ସେମାନେ ନିଜ ଗ୍ରାମକୁ ଫେରିଥିଲେ। ସରକାରଙ୍କ ନିୟମାବଳୀ ଅନୁଯାୟୀ ସେମାନେ ଚିକିତ୍ସାଳୟ ଆସି ପରୀକ୍ଷା କରିଛନ୍ତି। ବୁଧବାର ସେମାନେ ବାଲିମେଳା ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ନାମ ପଞ୍ଜୀକରଣ କରାଇବା ସହ ନିଜ ନିଜର ସ୍କ୍ରିନିଂ ଟେଷ୍ଟ କରାଇଥିଲେ। ଖବର ପାଇ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସଙ୍ଗେସଙ୍ଗେ ଏ ସମ୍ପର୍କରେ ବିଡ଼ିଓ ଦାଶରଥି ସରାବୁ ଏବଂ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦେବାଶିଷ ନାୟକଙ୍କୁ ଖବର ଦେଇଥିଲେ। ଚିକିତ୍ସାଳୟ ପକ୍ଷରୁ ଉକ୍ତ ପରିବାରକୁ ନିଜ ଘରେ ୧୫ ଦିନ ପାଇଁ ଆଇସୋଲେଟେଡ଼ ହୋଇ ରହିବା ପାଇଁ କୁହାଯାଇଛି। ଏଥିପାଇଁ ଲୋକମାନେ ଭୟଭୀତ ନ ହେବା ପାଇଁ କୁହାଯାଇଛି।


All Right Reserved By Dharitri.Com

ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୫ ଗୁରୁତର

ବଇଣ୍ଡା,୨୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ...

ପୁରୀ ଜିଲାର ୩ ବୁଥ୍‌ରେ ଆଜି ସାନି ମତଦାନ

ପୁରୀ ଅଫିସ,୧୯ା୫: ପୁରୀ ଜିଲାର ୩ଟି ବୁଥ୍‌ରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ। ଏହି ବୁଥ୍‌ଗୁଡ଼ିକ ହେଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୨୨ନଂ. କମାଶାସନ ପ୍ରୋଜେକ୍ଟ...

ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ

ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼

ଡୁବୁରୀ, ୨୬।୨ (ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅଧୀନ ଡୋଲାପଥର ଗ୍ରାମରୁ ବକେୟା ବିଲ ଆଦାୟ କରିବାକୁ ଯାଇଥିବା କେତେଜଣ କର୍ମଚାରୀଙ୍କୁ ଗ୍ରାମର ପ୍ରତାପ କୁମାର ଓଝା...

କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର...

ନିର୍ମାଣାଧୀନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ସିଇସି

ଯୋଡ଼ା/ଚମ୍ପୁଆ,୩୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର କ୍ଷେତ୍ରକୁ ବୁଧବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ପରିଦର୍ଶନ କରିଛନ୍ତି ।...

କଥା ଦେଇ ପାସ୍‌ରି ଦେଲା ପରଶାସନ:୬ ମାସ ହେଲା ଗଛ୍‌ତଲ ହେଇଛେ ପୁନୀର ଠିକନା

ବିନିକା,୨୭ା୬ (ଡି.ଏନ୍‌.ଏ):  ମୁନୁଷ୍‌ ଜାନିଶୁନି କେଭେ ପାଗଲ ନାଇଁ ହୁଏ। ପରିସ୍ଥିତି ତାହାକେ ଇ ଅବସ୍‌ତାକେ ପୁହୁଁଚେଇ ଦେସି। ତାର ସୋରସୁତର ନାଇଁ ରହେ, ଯେତେବେଲେ...

ଉପକୂଳମୁହାଁ ବୁଲବୁଲ୍‌: ଦୀଘାରେ ହାଇଆଲର୍ଟ

ଭୋଗରାଇ, ୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲାର ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଦୀଘା ଉପକୂଳ ସମୁଦ୍ରରେ ଶନିବାର ୫ରୁ ୯ଫୁଟ୍‌ର ଜୁଆର ମାଡ଼ିଆସୁଥିବା ଦେଖାଯାଇଛି।...

Leave a comment

Your email address will not be published. Required fields are marked *