ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲା ଓ ବତିଘର ପ୍ରବେଶ କଟକଣା

ମହାକାଳପଡା,୧୮।୩ (ଡି.ଏନ.ଏ.): ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସରକାରଙ୍କ ପକ୍ଷରୁ ଜନଗହଳି ସ୍ଥାନ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ପରିସର, ମଲ୍‌, ସିନେମା ହଲ୍‌, ବିବାହ ଭୋଜି, ଯାତ୍ରା, ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କଟକଣା ଲାଗିଛି। ସେହି କ୍ରମରେ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ବଙ୍ଗୋପସାଗର ତଟ କୂଳରେ ଐତିହାସିକ ବ୍ରିଟିଶ ନିର୍ମିତ ହୁକିଟୋଲା ଓ ବତିଘର (ଫଲ୍‌ସ ପଏଣ୍ଟ) ଆଦି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟନ ପ୍ରବେଶ ପାଇଁ ବାରଣ କରାଯାଇଛି। ନିଜେ ସୁରକ୍ଷା ରହିବା ସହିତ ଅନ୍ୟମାନଙ୍କର ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ମହାକାଳପଡା ବ୍ଲକ ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବାହାକୁଦ ମହାନଦୀ ଫେରିଘାଟ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପାଞ୍ଚଳରେ ୫ ହଜାରରୁ ଅଧିକ ଶ୍ରମିକ (ମହିଳା ଓ ପୁରୁଷ) ଦୈନିକ ନଦୀ ପାର କାମ ଅନ୍ବେଷଣରେ ଯାତାୟାତ କରିଥାନ୍ତି। କରୋନା ଭୟ ଯୋଗୁ ଶ୍ରମିକମାନଙ୍କ ଚିନ୍ତା ବଢିଯାଇଥିବା କେତେକ ଶ୍ରମିକ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମଧ୍ୟରେ ଶାନ୍ତିଲତା ମଣ୍ଡଳ, ମିନାରାଣୀ ମଣ୍ଡଳ, ପୁଷ୍ପଲତା ଦାସ, ରୀତା ମଣ୍ଡଳ, ତପନ ମଣ୍ଡଳ, ଗୌରହରି ବର୍ମନ, ସମୀର ମଣ୍ଡଳ ପ୍ରମୁଖ ଭୟଭୀତ ଅବସ୍ଥାରେ ଅଛନ୍ତି। କାରଣ ପାରାଦୀପରେ ବିଦେଶୀ ଜାହାଜ ଲାଗିଥିବାରୁ କରୋନା ଭୟ ରହିଥିବା କହିଛନ୍ତି।
ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିବା ବିଡିଓ ଦେବାଶିଷ ରାଉତ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଦାରିଙ୍ଗବାଡ଼ିକୁ ୮ ସ୍ବର୍ଣ୍ଣ, ୪ ରୌପ୍ୟ, ୩ ବ୍ରୋଞ୍ଚ

ଦାରିଙ୍ଗବାଡ଼ି,୧୦।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଟାଏକୋଣ୍ଡୋ ସଂଘର ଖେଳାଳିମାନେ ବଲାଙ୍ଗିର ଜିଲା ଟିଟିଲାଗଡ଼ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ୍‌ ସଫଳତା ପାଇଛନ୍ତି।...

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି :ବଛ୍‌ରେ ହେଲା ପରହର ଘରେ ମୁଡ଼ ଗୁଁଜିଛନ୍‌

  ଅତାବିରା, ୧୦।୧୨ (ଡି.ଏନ.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରକେ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ...

ପନିପରିବା, ଗ୍ରସେରି ଦୋକାନ ଲାଗି ପରିବର୍ତ୍ତିତ ନିୟମ

ଭଦ୍ରକ ଅଫିସ,୨୬ା୩ – ଲକ୍‌ଡାଉନ ପରିପ୍ରେକ୍ଷୀରେ ଭଦ୍ରକ ସହରରେ ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ନିୟମର କେତେକ...

ଏସ୍‌ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି

କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍‌ସିବି ମେଡିକାଲରେ ୨୦୦ରୁ...

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ,୨୫ା୨: ଫାଲ୍‌ଗୁନ ଶୁକ୍ଳ ପ୍ରତିପଦାରେ ସୋମବାର ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର...

ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ...

ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବ: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ

ଲୋଇସିଂହା,୨୦।୩(ଡ.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିସ୍ଥିତ ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବ ସହ ହଷ୍ଟେଲରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଶିକ୍ଷକ ଅଭାବରୁ ପାଠପଢା ବ୍ୟାଘାତ...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ହାଟଡିହୀ, ୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ...

Leave a comment

Your email address will not be published. Required fields are marked *