କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ

ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଜୟକୃଷ୍ଣ ସାହୁ ଓରଫ୍‌ ରିଙ୍କୁ। ତାଙ୍କ ଘର ତାଳଚେର ବ୍ଲକ ବଡ଼ସିଙ୍ଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ରିଙ୍କୁ ମଙ୍ଗଳବାର ରାତିରେ ବଲଣ୍ଡା ଅଞ୍ଚଳରେ ଘୁରି ବୁଲିବା ସହ ଅନୁଗୋଳ ଜିଲା ନୂଆହତା ଗ୍ରାମର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରଚାର କରୁଥିଲେ। ଏହାକୁ ସେ ନିଜ ଫେସ୍‌ବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ଖବର ପାଇ କଳିୟାରୀ ପୋଲିସ ତଦନ୍ତ ପରେ ଘଟଣାର କୌଣସି ସତ୍ୟତା ନ ଥିବାରୁ ରିଙ୍କୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।


All Right Reserved By Dharitri.Com

ପିପିଳିଆଠାରେ ଦୁଇ ଟ୍ରକ୍‌ ଦୁର୍ଘଟଣା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ

ଢେଙ୍କିକୋଟ,୨୦।୮(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ପିପିଳିଆଠାରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌କୁ ପଛରୁ ଅନ୍ୟ...

ଖୁସି ଆଣିଲା ଲଘୁଚାପ ବର୍ଷା

ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଜିଲାର ଚାଷୀଙ୍କୁ ସୁହାଇଛି ଲଘୁଚାପଜନିତ ବର୍ଷା। ଫଳରେ ଜୁଲାଇରେ ଧିମେଇଥିବା ଖରିଫ୍‌ ଚାଷ କାର୍ଯ୍ୟ ଜୋର୍‌ ଧରିଛି। ତଥାପି ଅଗଷ୍ଟ ୧୩...

ଏବେ ଯିବନି ‘ସୁନ୍ଦରୀ’

ଭୁବନେଶ୍ୱର,୬ା୨(ବ୍ୟୁରୋ)/ ବନ୍ତଳା(ଡି.ଏନ୍‌.ଏ)  – ଓଡ଼ିଶାରୁ ଏବେ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’। ସାତକୋଶିଆରେ ଥିବା ସୁନ୍ଦରୀ ବର୍ତ୍ତମାନ ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଯିବନି। କାହ୍ନା ଅଭୟାରଣ୍ୟ...

ଖାରିଗୁଡ଼ାରେ ଅଗ୍ନିକାଣ୍ଡ, ୮ବଖରା ଜଳିଗଲା

ଭଞ୍ଜନଗର,୨୧।୯(ଡି.ଏନ.ଏ): ଭଞ୍ଜନଗର ତହସିଲ ଅନ୍ତର୍ଗତ ଖାରିଗୁଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗଙ୍ଗାଧର ନାୟକ, ସୁଗ୍ରୀବ ନାୟକ, ବାଳି ନାୟକ, ଶୈଳ ନାୟକଙ୍କ...

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ବାପଘର ଲୋକେ

ଆଳି, ୨୫।୯ (ଡି.ଏନ୍‌.ଏ.):ଆଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ବେଣୁଧର ସ୍ବାଇଁ ବୋହୂ ସୁନୀତା ନାୟକ(୨୮)ଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି। ଏ...

୨ ଦୁର୍ବୃତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଲୋକେ:ପଲସର, ଦେଶୀ ବନ୍ଧୁକ ଜବତ

ଧର୍ମଶାଳା,୧୫।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବୁଦ୍ଧ ଛକଠାରେ ବୁଧବାର ୨ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ସେମାନଙ୍କଠାରୁ...

ଆଧାର ବିନା ଓଡ଼ିଶା ମନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଓଡ଼ିଶାକୁ ଫେରିବାକୁ ଥିଲେ ରେଜିଷ୍ଟ୍ରେଶନ କରିବା ବାଧ୍ୟତାମୂଳକ। ଏଥିପାଇଁ ୨ଟିର ଆବଶ୍ୟକତା ରହିଛି। ପ୍ରଥମଟି ହେଲା ଆଧାର ନଂ । ଦ୍ୱିତୀୟଟି ହେଲା ମୋବାଇଲ...

ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ...

Leave a comment

Your email address will not be published. Required fields are marked *