Posted inଜାତୀୟ

ବିଶ୍ୱକୁ ବିପଦ ଆତଙ୍କବାଦ

ମାଲେ,୯।୬(ପି.ଟି.): ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ମାନବ ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ମାଳଦ୍ୱୀପ ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ସମସ୍ୟା ବିରୋଧରେ ଲଢ଼େଇ ପାଇଁ ଏକତ୍ର ହେବାକୁ ସେ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଇତିହାସଠାରୁ ବି ପୁରୁଣା। ମାଳଦ୍ୱୀପ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ପ୍ରତ୍ୟେକ ଭାରତୀୟ ଆପଣମାନଙ୍କ ସହ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ବିପଦ ସୃଷ୍ଟି କରିନାହିଁ, ଏହା ସମଗ୍ର ମାନବ ସଭ୍ୟତା ଲାଗି ବିପଦ ହୋଇ ଛିଡାହୋଇଛି। ଏହା ସତ୍ତ୍ୱେ ଲୋକେ ଭଲ ଆତଙ୍କବାଦୀ ଓ ଖରାପ ଆତଙ୍କବାଦୀଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜିବାର ଭୁଲ କରିବା ଦୁର୍ଭାଗ୍ୟଜନକ ବୋଲି ମୋଦି କହିଥିଲେ।
ଦ୍ୱିତୀୟ ପାଳି ସରକାରର ନେତୃତ୍ୱ ନେବା ପରେ ପ୍ରଥମ ବିଦେଶ ଗସ୍ତରେ ଶନିବାର ମାଳଦ୍ୱୀପ ଯାଇଥିବା ମୋଦି କ୍ରିକେଟ କୂଟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି। ମାଳଦ୍ୱୀପରେ କ୍ରିକେଟର ପ୍ରସାରରେ ଭାରତ ସହାୟତା କରିବା ସମେତ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ନିବିଡ କରିବା ଲାଗି ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ କ୍ରୀଡ଼ା ବିକାଶ ମିଶନକୁ ପୂରଣ କରାଯିବ ବୋଲି ମୋଦି କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଭାରତୀୟ କ୍ରିକେଟ ଟିମ୍‌ ସଦସ୍ୟମାନଙ୍କ ସ୍ବାକ୍ଷର ଥିବା ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ମାଳଦ୍ୱୀପର କ୍ରିକେଟରମାନଙ୍କୁ ଭାରତ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆବଶ୍ୟକ ସ୍ତରରେ ପହଞ୍ଚାଇପାରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଭାରତ ସେଠାରେ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛି ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ କହିଛନ୍ତି। ଗତ ଏପ୍ରିଲରେ ସୋଲି ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ଆଇପିଏଲ୍‌ ମ୍ୟାଚ ଦେଖିବା ସହ ତାଙ୍କ ଦେଶରେ କ୍ରିକେଟର ପ୍ରସାର ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ପ୍ରତିରକ୍ଷା ସମେତ ୬ଟି ରାଜିନାମା ସ୍ବାକ୍ଷର ହୋଇଛି। ଦୁଇ ନେତା ମିଳିତ ଭାବେ ଉପକୂଳ ଗୋଇନ୍ଦା ରାଡାର ସିଷ୍ଟମ ଏବଂ ମାଳଦ୍ୱୀପ ସୈନ୍ୟବାହିନୀ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ନୌପରିବହନ ଏବଂ ପ୍ରତିରକ୍ଷା ସମ୍ପର୍କକୁ ଭାରତ ସର୍ବାଧିକ ପ୍ରାଥମିକତା ଦେଉଛି। ରାଡାର ସିଷ୍ଟମ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବ ବୋଲି ମତ ଦେଇଥିଲେ। ସବୁକ୍ଷେତ୍ରରେ ମାଳଦ୍ୱୀପକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଥିଲେ। ଭାରତ ‘ପଡୋଶୀ ପ୍ରଥମ’ ନୀତିକୁ ପ୍ରାଧାନ୍ୟ ଦେଇଆସୁଥିବାବେଳେ ଏହାର ନିଦର୍ଶନ ସ୍ବରୂପ ପ୍ରଧାନମନ୍ତ୍ରୀ ପ୍ରଥମେ ମାଳଦ୍ୱୀପ ଗସ୍ତରେ ଯାଇଛନ୍ତି।


All Right Reserved By Dharitri.Com

ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ ବାଘ ନିଖୋଜ

ଜୟପୁର,୨୨ା୨(ପି.ଟି.): ରାଜସ୍ଥାନର ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ଟି ବାଘ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଭାଜପା ଏମ୍‌ପି ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ...

ଟିକେଟ୍‌ ବଣ୍ଟାକୁ ନେଇ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସବୁ ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିଚାଲିଛି। ନିକଟରେ ଟିକେଟ୍‌ ବଣ୍ଟାକୁ ନେଇ କଂଗ୍ରେସ ସୋନିଆ...

ଏଥର ଦଳକୁ ନେଇ ନୁହେଁ ଯେମିତି ବ୍ୟକ୍ତି କୈନ୍ଦ୍ରିକ ହେଲା ନିର୍ବାଚନ

ନୂଆଦିଲ୍ଲୀ,୨୦।୫: ସରିଛି ଲୋକ ସଭା ନିର୍ବାଚନ। ହେଲେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଆଉ ୨ ଦିନ ପରେ ସ୍ପଷ୍ଟ ହେବ ଯେ ଇତିହାସର...

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

ଅମିତ ଶାହଙ୍କୁ ବୋମା ପକାଇ ଉଡାଇ ଦେବାକୁ ଧମକ

ବିଦିଶା, ୨।୭: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି ବୋଲି ମଧ୍ୟପ୍ରଦେଶର ବିଦିଶା ଜିଲାର ଗଞ୍ଜବାସୌଦା ବିଧାୟିକା...

ଚାଇନାରୁ ସ୍ବଦେଶ ଫେରିଥିବା ଭାରତୀୟ କରୋନା ମୁକ୍ତ: ବହିର୍ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୨: ଚାଇନାରୁ ସ୍ବଦେଶ ଫେରିଥିବା ୬୪୦ ଭାରତୀୟ କରୋନା ମୁକ୍ତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଭାରତୀୟଙ୍କ ସହିତ ଥିବା ମାଳଦୀପର...

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

Leave a comment

Your email address will not be published. Required fields are marked *