ଦାଣ୍ଡରେ ବିତୁଛି ପ୍ରତିଷ୍ଠିତ ମିଲ୍‌ ମାଲିକଙ୍କ ଜୀବନ

ଜୟପୁର,୧୮।୩(ନି.ପ୍ର.) – ଜୀବନରେ ଅଭାବ କ’ଣ ଜଣା ନ ଥିଲା। ପାଖରେ ଥିଲା ୨୫ ଏକର ଚାଷଜମି, ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନଘର ସାଙ୍ଗକୁ ଧାନ ମିଲ୍‌। ଏସବୁ ସମ୍ପତ୍ତିର ମାଲିକ ଥିବା ଦମ୍ପତି ଏବେ ନିଃସ୍ବ। ଯୋଗାଣ ବିଭାଗର ଚଞ୍ଚକତା ଯୋଗୁ ଏଭଳି ଦଶା ଭୋଗିବାକୁ ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।
ନୂଆଗାଁର ଦମୟନ୍ତୀ ମହାପାତ୍ର। ବୟସ ପାଖାପାଖି ୭୫ ହେବ। ତାଙ୍କ ସ୍ବାମୀ ୮୦ ବର୍ଷୀୟ ସୁବାସ ମହାପାତ୍ର। ପରିଣତ ବୟସରେ ଜୀବନର ଶେଷ ସମୟ ଏମିତି ଅଭିଶପ୍ତ କଟିବ ବୋଲି ସେମାନେ ଆଶା କରି ନ ଥିଲେ। ଅଭାବ ବୋଲି କିଛି ନ ଥିଲା। ବୋରିଗୁମ୍ମା ନିକଟସ୍ଥ ନୂଆଗାଁରେ ଏମାନଙ୍କ ଗୋଟିଏ ଧାନ ମିଲ ସହ ୨୫ ଏକର ଚାଷଜମି ଓ ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନ ଘର ବି ଥିଲା। କିନ୍ତୁ ଦୁର୍ଭାଗ୍ୟ, ୩ ବର୍ଷ ହେଲା ମିଲଠାରୁ ଆରମ୍ଭ କରି ସବୁ ଦୋକାନ ଘରେ ତାଲା ଝୁଲୁଛି। ଏହି ତାଲା ଅନ୍ୟ କେହି ନୁହେଁ, ବରଂ ପ୍ରଶାସନ ମାରିଛି। ସେହିପରି ଜମିଗୁଡିକୁ ମଧ୍ୟ ପ୍ରଶାସନ ନିଜ ଦଖଲକୁ ନେଇଛି। ଏହା ପରେ ପରିସ୍ଥିତି ଏମିତି ହେଲା ଯେ ଏମାନେ ନିଜ ଗାଁ ଛାଡ଼ି ଏବେ ଜୟପୁରରେ ଜଣେ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କିଏ ଦେଲେ ଖାଉଛନ୍ତି, ନ ହେଲେ ନାହିଁ। ଏତେ ସମ୍ପତ୍ତିର ମାଲିକ ଥିବା ଏହି ଦମ୍ପତି ବୟସାଧିକ କାରଣରୁ ନିଜ ସମସ୍ତ ସମ୍ପତ୍ତି ନିଜ ପୁଅମାନଙ୍କୁ ତଦାରଖ ପାଇଁ ଦେଇଥିଲେ। ସାନପୁଅଙ୍କୁ ମିଲର ପାଓ୍ବାର ଅଫ ଆଟର୍ଣ୍ଣି ଓ ମଝିଆ ପୁଅଙ୍କୁ ଚାଷଜମିର ମାଲିକାନା ୨୦୧୩ରେ ଦେଇଥିଲେ। ଆଉ ଏହିଠାରୁ ହିଁ ଯୋଗାଣ ବିଭାଗ ସହ ଏମାନଙ୍କ ବିବାଦ ଆରମ୍ଭ ହୋଇଥିଲା। ଯାହା ପାଇଁ ପୂରା ପରିବାର ଏବେ ସର୍ବସ୍ବାନ୍ତ। ପରିବାରର ଅଭିଯୋଗ ହେଉଛି, ୨୦୧୩ରେ ଧାନ ଯୋଗାଇବାକୁ ସେମାନଙ୍କ ଦମୟନ୍ତୀ ରାଇସ ମିଲ ଯୋଗାଣ ବିଭାଗ ଚୁକ୍ତି କରି ନ ଥିଲା। କିନ୍ତୁ ଯୋଗାଣ ବିଭାଗ ସେମାନଙ୍କୁ ୮ ହଜାର କୁଇଣ୍ଟାଲ ଧାନ ଯୋଗାଇଥିବା ଜାଲ ଦସ୍ତାବିଜ ପ୍ରସ୍ତୁତ କରି ପାଖାପାଖି ଦେଢ କୋଟି ଟଙ୍କା ବକେୟା ଦାବି କରିଥିଲା। ଏହି ଅର୍ଥ ସେମାନେ ଦେଇ ନ ପାରିବାରୁ ମିଲରେ ତାଲା ମାରିଛି ଯୋଗାଣ ବିଭାଗ। କେବଳ ଏତିକି ନୁହଁ ଚାଷଜମି ବି ପ୍ରଶାସନ ନିଜ ଦଖଲକୁ ନେବା ସହ ବିନା ଦୋଷରେ ତାଙ୍କ ମଝିଆ ଭାଇଙ୍କ ରହିବା ଘର ଓ ଦୋକାନରେ ବି ତାଲା ପକାଇଛି। ଏହି ମାମଲା ଏବେ ଆର୍‌ଡିସିଙ୍କ ପାଖରେ ବିଚରାଧୀନ ରହିଛି। କୋର୍ଟଙ୍କ ରାୟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ, ତା’ ପୂର୍ବରୁ ଦସ୍ତାବିଜ ଜାଲ୍‌ ବୋଲି କହିହେବନି ବୋଲି କହିଛନ୍ତି ଜିଲା ଯୋଗାଣ ଅଧିକାରୀ।


All Right Reserved By Dharitri.Com

କୋରାପୁଟ ଜିଲାରେ ୧୫୪୭.୭ ମିମି ବର୍ଷା ରେକର୍ଡ : ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି

କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୧୫୪୭.୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ସେଥିମଧ୍ୟରୁ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨...

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି: ଅଖିଆ ଫେରିଲେ ୧୨୯ ଛାତ୍ରୀଛାତ୍ର

ଜୟପୁର, ୧୮।୮(ଡି.ଏନ.ଏ ): କୋରାପୁଟ ଜିଲା ଜୟପୁର ବ୍ଲକ ଏକମ୍ବା ପଞ୍ଚାୟତ ଅଧୀନ ଚିକିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଭାତରୁ ଶନିବାର ଏକ ଝିଟିପିଟି...

୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଜୟପୁର,୫।୧୨(ଡି.ଏନ.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ...

କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.) ‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ...

କଲେଜ ବସ ଧକ୍କାରେ ଯୁବକଙ୍କ ଜୀବନଗଲା

କୋରାପୁଟ,୧।୮(ସ୍ବ.ପ୍ର.) : କୋରାପୁଟ – ଜୟପୁର ରାସ୍ତାର ଆଇଆରବି ବାଟାଲିୟନ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ବସ ଜଣେ ଯୁବକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର...

ରାଜ୍ୟ ଓ ଦେଶ ବାହାରୁ ଫେରିଛନ୍ତି ୩ହଜାର ୭ଶହ ଲୋକ: ଜିଲାରେ ଖୋଲିଲା ୧୮ ସଙ୍ଗରୋଧ ଗୃହ, ୨୪୪ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ଜୟପୁର,୩୦ା୩(ନି.ପ୍ର.): ଭାଇରସ୍‌କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର  ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ସଂକ୍ରମଣକୁ ରୋକିବା ପାଇଁ...

ଜୟପୁରରେ କୁକୁଡ଼ା ମଡକ: ଚିନ୍ତାରେ ଚାଷୀ

ଜୟପୁର, ୨।୩(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଗତ କିଛି ଦିନ ହେବ କୁକୁଡ଼ା ମଡକ ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଜୟପୁର ଓ ଏହାର ଆଖପାଖ...

ମା’ଙ୍କ ଆବାହନରେ କୋରାପୁଟ ସହର ଉତ୍ସବମୁଖର

କୋରାପୁଟ,୫।୧୦(ସ୍ବ.ପ୍ର.): ମା’ଦୁର୍ଗାଙ୍କ ଆବାହନରେ ସମଗ୍ର କୋରାପୁଟ ସହର ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ରାତିରେ ବିଲ୍ବବରଣ ପରେ ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇ ଶନିବାର ସପ୍ତମୀ...

Leave a comment

Your email address will not be published. Required fields are marked *