କିରୋସିନ ଢ଼ାଳି ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୭।୩-ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାସ କୁମାର ବିହାରୀ ତାଙ୍କ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧ଲକ୍ଷ ଟଙ୍କା ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ୨ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଶାଶୁ ଶ୍ୱଶୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
୨୦୧୪ରେ ରେମୁଣା ଥାନା କାଠସଙ୍ଗଡ଼ା ଗ୍ରାମର କାଶୀନାଥ ଜେନା ତାଙ୍କ ଝିଅ ଜୟନ୍ତୀଙ୍କୁ ସଦର ଥାନା ଔପାଳ ଗାଁର ଶରତ ଜେନାଙ୍କୁ ବୈଦିକ ରୀତି ଅନୁଯାୟୀ ଯାନିଯୌତୁକ ଦେଇ ବିବାହ ଦେଇଥିଲେ। କିଛିଦିନ ପରେ ଜୟନ୍ତୀ ପାସବୁକ୍‌ରେ ରଖିଥିବା କିଛି ଟଙ୍କା ନେବା ପାଇଁ ସ୍ବାମୀ ବାରମ୍ବାର ପାସବୁକ୍‌ ମାଗିଥିଲେ। ସେ ନ ଦେବାରୁ ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କ ତାଙ୍କ ସହ ଗଣ୍ଡଗୋଳ କରିବା ସହ ମାରପିଟ୍‌ କରିଥିଲେ। ଏପରିକି ଜୟନ୍ତୀ ବାପଘରକୁ ପଳାଇ ଆସିଲେ ମଧ୍ୟ ବାପଘର ଲୋକେ ତାଙ୍କୁ ବୁଝାଇ ଶ୍ୱଶୁରଘରକୁ ପଠାଇ ଦେଉଥିଲେ। ଗତ ୨୦୧୭ ଫେବୃୟାରୀ ୮ ତାରିଖରେ ଜୟନ୍ତୀଙ୍କୁ ଶାଶୁ ଘର ଲୋକେ କିରୋସିନ ଢ଼ାଳି ନିଆଁ ଲଗାଇ ପୋଡ଼ି ଦେଇଥିବା ତାଙ୍କ ବାପା ଓ ପରିବାର ଲୋକେ ଜାଣିପାରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଦେଖି ଜୟନ୍ତୀ କହିଥିଲେ ଯେ, ଶରତ ଟଙ୍କା ଉଠାଇବା ପାଇଁ ପାସବୁକ୍‌ ମାଗିଥିଲେ। ସେ ନ ଦେବାରୁ ଜୀବନରୁ ମାରିଦେବାର ଧମକ ଦେଇ ଘର ଭିତରକୁ ନେଇ ଯାଇ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗାଁ ଲୋକେ ଆସି ଉଦ୍ଧାର କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଘଟଣାର କିଛିଦିନ ପରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ସଦର ଥାନାରେ କାଶୀନାଥ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ. ୩୪/୧୭) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଶରତଙ୍କ ମା’ ଓ ବାପାଙ୍କୁ ଜାମିନ ମିଳିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶରତ ଜେଲରେ ଥିଲେ। ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ବିହାରୀ ୧୫ଜଣ ସାକ୍ଷ୍ୟ ଓ ୮ ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ଦେଇଛନ୍ତି। ଉକ୍ତ ମାମଲାକୁ ସରକାରଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୀପକ କୁମାର ଦାସ ପରିଚାଳନା କରିଥିଲେ।


All Right Reserved By Dharitri.Com

ହାତୀ ଆକ୍ରମଣରେ ନାବାଳକ ଗୁରୁତର

କେନ୍ଦୁଝର,୧୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ରେଞ୍ଜ ଉପରକୁସୁମିତା କସିରା ସାହିରେ ବୁଧବାର ରାତିରେ ଏକ ଦନ୍ତାହାତୀ ଜଣେ ନାବାଳକଙ୍କୁ ଶୁଣ୍ଢରେ କଚାଡ଼ି ଗୁରୁତର କରିଛି।...

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ

କପ୍ତିପଦା,୫ା୬(ଡି଼.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ମଙ୍ଗଳବାର ରାତି ୮ଟାରେ କପ୍ତିପଦା-ବାଲେଶ୍ୱର ଗୋଲୋଇ ଛକ ଠାରେ କଷିଗଡିଆ ଗ୍ରାମବାସୀ ରାସ୍ତା...

ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ

ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି।...

ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ପ୍ରସଙ୍ଗ: ବିଧାନସଭାରେ ଗୀତ ଗାଇଲେ ବିଷ୍ଣୁ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆମକୁ କେବେ ଘର ମିଳିବ? ଆବେଦନ କରିବାର ୭ ମାସ ହୋଇଗଲା। ଆଉ ୩ ମାସ ହେଲେ ପିଲା ଜନ୍ମ ନେବ। ଅତ୍ୟନ୍ତ ଅସ୍ବାସ୍ଥ୍ୟକର...

ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି: ପଦଯାତ୍ରାରେ ଭୁବନେଶ୍ୱର ବାହାରିଲେ ସେବାୟତ

ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ହେଲେ ସରକାରୀ ସ୍ତରରେ ଏହା ମାନ୍ୟତା ପାଇ ନାହିଁ। ସରକାରୀ ସ୍ତରରେ ଏହି...

ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି।...

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ଶୋଇଯାଇଛି ବାଲେଶ୍ୱର ସହର

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ...

Leave a comment

Your email address will not be published. Required fields are marked *