Posted inUncategorized

୩ ମାସ ଜଳିଲାନି ୨ ଲକ୍ଷ ଟଙ୍କାର ହାଇମାଷ୍ଟ ଲାଇଟ୍‌

ତିର୍ତ୍ତୋଲ,୯ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ପୋରଗଦେଇ ପଞ୍ଚାୟତ ଯୋଗଣିଆ ଛକରେ ଗତ ନଭେମ୍ବର ମାସ ୨୮ ତାରିଖରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇମାଷ୍ଟ ଲାଇଟ୍‌ ଲାଗିଥିଲା। ଚଳିତବର୍ଷ ଫେବୃୟାରୀ ୧୬ ତାରିଖରୁ ତାହା ଅଚଳ ହୋଇପଡିଛି। ଏହାର ମରାମତି ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାହା ହୋଇପାରିନାହିଁ। ତେଣୁ ୨ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଏହି ଲାଇଟ୍‌ ମାତ୍ର ୩ ମାସ ନ ଜଳିବା ଆଲୋଚନାର ବିଷୟ ହୋଇଛି।

ପ୍ରକାଶ ଯେ, ପୂର୍ବତନ ଏମ୍‌ପି ଡା.କୁଳମଣି ସାମଲଙ୍କ ଅନୁଦାନ ପାଣ୍ଠିରେ ଏହି ଲାଇଟ୍‌ ଲାଗିଥିଲା। ଏହି ହାଇମାଷ୍ଟ ଲାଇଟ୍‌ ଖୁଣ୍ଟର ଉପର ଷ୍ଟାଣ୍ଡରେ ୫ଟି ହାଲୋଜିନ ଗୋଲାକାର ଭାବେ ଲଗାଯାଇଛି। ତାହା ଚାରି ଦିଗକୁ ଆଲୋକିତ କରୁଥିଲା। ଅଳ୍ପଦିନ ମଧ୍ୟରେ ୩ଟି ହାଲୋଜିନ ଖରାପ ହୋଇଯାଇଥିଲା। ଫଳରେ ଛକର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅନ୍ଧାର ରହୁଛି। ଏହି ଛକରେ ଏକାଧିକ ଦୋକାନ ରହିଛି। ଏଠାରେ ସପ୍ତାହକୁ ଦୁଇଦିନ ସାପ୍ତାହିକ ହାଟ ବସୁଛି। ତେଣୁ ପ୍ରତ୍ୟହ ସନ୍ଧ୍ୟାରେ ଗହଳି ହୋଇଥାଏ। ଲାଇଟ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷ ଏକାଧିକଥର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବାରମ୍ବାର ବ୍ଲକକୁ ଦୌଡ଼ି ନିରାଶ ହେବା ପରେ ଜିଲାପାଳ ଓ ପିଡିଙ୍କୁ ମଧ୍ୟ ଅବଗତ କରାଗଲା। ତଥାପି ମଧ୍ୟ ଏହାର ମରାମତି ହୋଇପାରିନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ଲାଇଟ ଲଗାଯାଇଥିଲା ତାହା ଫଳପ୍ରଦ ହେଉନାହିଁ।


All Right Reserved By Dharitri.Com

୩ ଦିନ ପରେ ସତ୍କାର କଲେ ସାମାଜିକ କର୍ମୀ

ଅନୁଗୋଳ ଅଫିସ, ୧୮।୬ମାସେ ତଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ମହିଳା ରୋଗୀଙ୍କୁ ସାମାଜିକ କର୍ମୀମାନେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା...

ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ନିଃଶୁଳ୍କ ରୋଗ ନିରୂପଣ କେନ୍ଦ୍ରରେ ତାଲା; ଘରୋଇ କେନ୍ଦ୍ର ଉପରେ ନିର୍ଭରକରି ରୋଗୀ ଶୋଷଣର ଶିକାର

ବାଲୁଗାଁ,୧୨ା୭ (ଡି.ଏନ.ଏ.): ସ୍ବାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ହେତୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ସମ୍ପ୍ରତି ବହୁବିଧ ସମସ୍ୟା ଦେଇ ଗତି କରୁଛି| ଦୀର୍ଘବର୍ଷ ହେଲା...

ନିରାକାରପୁର ଅଞ୍ଚଳରେ ଖୋଲିଲା ୬ ଏଟିଏମ୍‌, ପ୍ରବଳ ଭିଡ଼: ଏସ୍‌ବିଆଇ ଏଟିଏମ୍‌ ନ ଖୋଲିବାରୁ ଅସନ୍ତୋଷ

ନିରାକାରପୁର,୨୬ା୫(ଡି.ଏନ.ଏ.)-ଫନୀ ବାତ୍ୟା ପରେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିଲା। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ...

ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ: ଅସନ୍ତୋଷ ପରେ ଜରିମାନା ନେଲା ପୌରପାଳିକା

ଅନୁଗୋଳ ଅଫିସ, ୧୯।୭-ଘର ନିର୍ମାଣ ପାଇଁ ଜନୈକ ବ୍ୟକ୍ତି ରାସ୍ତା ଉପରେ ବିଭିନ୍ନ ସାମଗ୍ରୀ ଗଦାଇଥିବାରୁ ଅନୁଗୋଳ ସହରର ବଜାର ଛକ ରାସ୍ତାରେ ଗୁରୁବାର ଯାତାୟାତ...

ଗଜେନ୍ଦ୍ର ପ୍ରସାଦ ସାହୁ ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସୋମବାର ଓଡ଼ିଆ ଭାଷା,...

ଏନ୍‌ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍‌ ବୋଝ

ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍‌ ସେବାରେ ସୃଷ୍ଟି ହୋଇଛି...

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ନିରାକାରପୁର,୨୧ା୪(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଥିବା ମଲାଶୁଣୀ ନଦୀ ଗାର୍ଡଓ୍ବାଲ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ...

ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ...

Leave a comment

Your email address will not be published. Required fields are marked *