କରୋନା ପ୍ରଭାବ: ମା’ ତାରାତାରିଣୀ ପୀଠ ଖାଁ ଖାଁ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା ଜନଶୂନ୍ୟ ହୋଇପଡିଛି। କରୋନା ଭାଇରସକୁ ନେଇ ମନ୍ଦିର ଖାଁ ଖାଁ ହୋଇପଡିଛି। ମା’ ତାରାତାରିଣୀ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇଛନ୍ତି। ମାତ୍ର ପ୍ରଶାସନର ଅଙ୍କୁଶ ଯୋଗୁ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରି ନାହାନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟ ସେବାୟତମାନେ ରାତ୍ର ୩ଟାରୁ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ମଙ୍ଗଳ ଆଳତି, ଅବକାଶ ବେଶ, ମଇଲମ ଲାଗି, ତଡପ ଲାଗି, ମାଜଣା, ଅଭିଷେକ, ଶ୍ରୀଅଙ୍ଗ ପୋଛା, ସିଙ୍ଗାର, ଚନ୍ଦନ ଲାଗି, ମହାଆଳତି ହୋଇ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇ ସକାଳ ୬.୩୦ରେ ସାହାଣମେଲା ହୋଇଥିଲା। ଦୂରଦୂରାନ୍ତରୁ ମାନସିକଧାରୀମାନେ ନିଜ ନିଜର ଛୋଟ ଛୋଟ ଶିଶୁଙ୍କୁ ମୁଣ୍ଡନ ଲାଗି ଆସିଥିଲେ, ମାତ୍ର ପୋଲିସ ପକ୍ଷରୁ ବିଭିନ୍ନ ପ୍ରବେଶ ପଥକୁ ସିଲ କରି ଦିଆଯାଇଥିବା ବେଳେ ଭକ୍ତଙ୍କୁ ଛଡାଯାଇ ନ ଥିଲା। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଲୁଚା ଛପାରେ ତୋଟା ମୂଳରେ, ନଦୀ ତଟରେ ନିଜ ନିଜର ଶିଶୁଙ୍କୁ ମୁଣ୍ଡନ କରାଇଥିଲେ। ଏହାକୁ ନେଇ ପ୍ରଶାସନ ବିଭିନ୍ନ ସ୍ଥାନରେ ଖାନ୍‌ତଲାସ କରିଛି । ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।


All Right Reserved By Dharitri.Com

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା...

ଅଦିନିଆ ବର୍ଷାରେ ଫସଲ ପ୍ରଭାବିତ

ରସୁଲପୁର,୯ା୨(ଡି.ଏନ୍‌.ଏ.): ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ମାନବ ସମାଜ ପାଇଁ କାଳ ସାଜୁଛି। ଏଥିଯୋଗୁଁ ଲୋକମାନେ ବହୁ ଦୁଃସାଦ୍ଧ ରୋଗର ଶିକାର ମଧ୍ୟ ହେଉଛନ୍ତି। ଅନେକ ଗରୀବ...

ବାତ୍ୟା ପାଇଁ ୧୫୮ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର

ଭଦ୍ରକ ଅଫିସ , ୨୦। ୫- ବାତ୍ୟା ଅମ୍ଫନର ମୁକାବିଲାକୁ ଆଖିଆଗରେ ରଖି ୧୫୮ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ବିଭିନ୍ନ ମେଡିକାଲ ରେ...

ଗଛକୁ ଧକ୍କା ଦେଲା ଗାଡ଼ି: ୪ ଆହତ

ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍‌.ଏ.)- ଠାକୁରମୁଣ୍ଡାଠାରୁ ୪ କି.ମି ଦୂର ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ହାଣ୍ଡିଫୁଟା ଛକ ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଏକ...

ଆଦିବାସୀଙ୍କୁ ମିଳୁନି ପିଡିଏସ୍‌ ସାମଗ୍ରୀ

ଯୋଡ଼ା, ୧୪।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗରିବ ଲୋକମାନେ ସରକାରଙ୍କ ଖାଦ୍ୟ ଯୋଜନାରେ ବାଦ୍‌ପଡି ଅଭାବ ଅନାଟନରେ ଦିନ ବିତାଉଥିବା ଦେଖିବାକୁ...

୩୧ ରାଜସ୍ଥାନୀଙ୍କୁ ସହାୟତା ଦେଲା ଏନଏସି ପ୍ରଶାସନ

ନୂଆପଡା ଅଫିସ,୩୧ା୩- ବର୍ତମାନ ସାରା ଦେଶ ଲକ ଡାଉନ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟସୀମାକୁ ଯିବା ମନା ହୋଇଛି । ହେଲେ ଏଭଳି ସ୍ଥିତିରେ...

କରୋନା ମୁକାବିଲା ପାଇଁ ଶିକ୍ଷକ ଦମ୍ପତିିଙ୍କ ସହାୟତା

ବିଶୋଇ,୧୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ମଧ୍ୟ...

ଜେଲ୍‌ ଗଲେ ହଳଦୀ ମିଲ୍‌ ମାଲିକ

ବଲାଙ୍ଗୀର ଅଫିସ,୨୩ା୧୦- ହଳଦୀ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ଜଣାପଡିବା ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ କ୍ଲବ୍‌ପଡା ଲିଟେରାରୀ...

Leave a comment

Your email address will not be published. Required fields are marked *