କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ ଜେଲରେ ବନ୍ଦୀ ଥିବା ହଜାର ହଜାର କଏଦୀଙ୍କୁ ମୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ରୋକିବାକୁ ମାର୍ଚ୍ଚ୧୭ ମଙ୍ଗଳବାର ଇରାନ ଜେଲରୁ ୮୫ହଜାର କଏଦୀଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି। ଏନେଇ ସରକାର ସପ୍ତାହେ ପୂର୍ବରୁ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ସମସ୍ତ କଏଦୀଙ୍କୁ ସରକାର ସାମୟିକ ଭାବେ ମୁକ୍ତ କରିଥିବା ଜଣାପଡ଼ିଛି। କିନ୍ତୁ ଯେଉଁ କଏଦୀଙ୍କର ଦଣ୍ଡାଦେଶ ୫ବର୍ଷରୁ ଊର୍ଦ୍ଧ୍ୱ ରହିଛି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇନାହିଁ। ଯଦି କଏଦୀଙ୍କ ମଧ୍ୟରେ କରୋନା ବ୍ୟାପେ ତେବେ ବଡ଼ ଆକାରରେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆଗୁଆ ସତର୍କତା ଅବଲମ୍ବନ କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ମୁତାବକ କରୋନା ଭାଇରସ୍‌ ସଂକ୍ରମଣରେ ଇରାନ ବିଶ୍ୱର ତୃତୀୟ ଦେଶ। ଯେଉଁଠାରେ ସର୍ବାଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।


All Right Reserved By Dharitri.Com

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି

ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍‌ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ...

ରୁଷରେ ମୋଦିଙ୍କୁ ଜୋରଦାର୍‌ ସ୍ବାଗତ

ମସ୍କୋ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦି ଭ୍ଲାଦିଭୋଷ୍ଟକରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି...

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ପେଙ୍ଗୁଇନ୍‌ ଗଲା ଥାନାକୁ

ଓ୍ବେଲିଙ୍ଗ୍‌ଟନ,୧୯।୭: ନ୍ୟଜିଲାଣ୍ଡର ଓ୍ବେଲିଙ୍ଗଟନ୍‌ରେ ଏକ ଜାପାନୀ ମିଠାଇ ଦୋକାନରେ ଦୁଇଟି ପେଙ୍ଗୁଇନ ବାରମ୍ବାର ପଶି ଦେକାନୀଙ୍କୁ ସମସ୍ୟାରେ ପକାଉଥିଲେ। ସେମାନଙ୍କୁ ଦୋକାନରୁ ବାହାର କଲା ପରେ...

ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍‌ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି...

୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ...

ହଜିଛି ଶୁଆ: ଫେରାଇ ଆଣିବାକୁ ସହର ସାରା ପୋଷ୍ଟର ମାରିଲେ ଶିକ୍ଷକ

ତ୍ତତ୍ତରପ୍ରଦେଶର ବାରଣସୀରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ନିଖୋଜ ପୋଷା ଶୁଆକୁ ଫେରାଇ ଆଣିବା ପାଇଁ ଏକ ପରିବାର ପୋଲିସଠାରୁ ଆରମ୍ଭ କରି ସହରର...

Leave a comment

Your email address will not be published. Required fields are marked *