ଝାରସୁଗୁଡା ସହର ମଙ୍ଗଲବଜାରରେ ୧୪୪ ଧାରା ଲାଗୁ

ଝାରସୁଗୁଡା ଅଫିସ,୧୭। ୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଝାରସୁଗୁଡା ସହର ଜନଗହଳି ପୂର୍ଣ୍ଣ ମଙ୍ଗଲବଜାର ଅଞ୍ଚଳରେ ମଙ୍ଗଳବାର ସକାଳୁ ୧୪୪ ଧାରା ଲାଗୁ କରାଯାଇଛି। ଏହା ସହ ଏଠାରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରାଯାଇଛି । ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ଡିଏମଏଫ କନଫରେନ୍ସ ହଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଗକୁ ଜିଲାର ସମସ୍ତ ସାପ୍ତାହିକ ହାଟଗୁଡିକରେ ୧୪୪ ଧାରା ଲାଗୁ କରାଯିବ। ଏହା ସହ ଜିଲାବାସୀ ଆତଙ୍କିତ ନ ହୋଇ ସଚେତନ ହେବାକୁ ଅନୁରୋଧ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ଅଶ୍ବିନୀ ମହାନ୍ତି, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ସିଡିଏମଓ ଡା.ଜଗଦୀଶ ଚନ୍ଦ୍ର ବାରିକ, ପିଡି (ଡିଆର୍‌ଡିଏ) ତପୀରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପଲିଥିନ୍‌ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ

ଲୋଇସିଂହା,୨୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍‌ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ...

ଗ୍ରାମ ପୋଖରୀରେ ୨ କୁମ୍ଭୀର : ଲୋକେ ଆତଙ୍କିତ

ଗଣିଆ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ପୋଖରୀରେ ୨ଟି କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ଥିବା ଦୁଇଟି ପୋଖରୀରେ...

କାର୍ଯ୍ୟରେ ଯୋଗଦେଲେ ସୁବର୍ଣ୍ଣପୁରର ନୂଆ ଜିଲାପାଳ: ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ

ସୋନପୁର,୧୬।୭(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳଭାବେ ମନୀଷା ବାନାର୍ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବାନାର୍ଜୀ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିଲେ।...

କରୋନା ସଂକ୍ରମଣ ପ୍ରତିହତ ଲାଗି ଡବେରୀରେ ଗାଡ଼ିମୋଟର ଯାଞ୍ଚ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପକ୍ଷରୁ ମିଳିତ ଭାବେ ଡବେରୀଠାରେ ବ୍ଲକିଂ କରି କଡ଼ାକଡ଼ି ଭାବେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ରାଜ୍ୟ ବାହାରୁ ବିଶେଷକରି...

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ...

୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା...

ଆଧୁନିକତା ଭିତରେ ହଜି ଯାଉଛେ ପୁଷ୍‌ପୁନି

  ଭବାନୀପାଟଣା, ୧୧।୧ (ଡି.ଏନ.ଏ)- ନୂଅଁାଖାଇ ଲେଖେଁ ପୁଷ୍‌ପୁନି ବି ପଶ୍ଚିମ ଓଡ଼ିଶାର ଗୁଟେ ସିଘା ଆର କୃଷି ଭିତିକ୍‌ ପରବ୍‌। ଫିବଛର ପୁଷ୍‌ ମାସର...

ମେଶିନ୍‌ ଅଛି, କାମରେ ଲାଗୁନି: ୫ ବର୍ଷରେ ମାତ୍ର ୨୭ ଅଲ୍‌ଟ୍ରାସାଉଣ୍ଡ

ରାୟଗଡ଼ା ଅଫିସ, ୧୭।୯- ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ...

Leave a comment

Your email address will not be published. Required fields are marked *