ଇଟାଲୀରୁ ଫେରନ୍ତା ଯୁବତୀଙ୍କ ଘରେ ମେଡିକାଲ ଟିମ୍‌

ଝାରସୁଗୁଡ଼ା ଅଫିସ,୧୭।୩: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବ୍ୟାପି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ରୋଗୀ ଚିହ୍ନଟ ହୋଇ ସାରିଛି। ତେବେ ଜଣେ ବିଦେଶ ଫେରନ୍ତା ଯୁବତୀଙ୍କୁ ନେଇ ଝାରସୁଗୁଡ଼ା ଜିଲାରେ ଚର୍ଚ୍ଚା ଚାଲିଛି। ଏହି ଯୁବତୀ ଜଣକ ନିକଟରେ ଇଟାଲୀରୁ ଫେରିଛନ୍ତି। ଯୁବତୀ କିମ୍ବା ଯୁବତୀଙ୍କ ପରିବାର ପକ୍ଷରୁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇ ନ ଥିବାବେଳେ ସୋମବାର କେହି ଜଣେ ସ୍ଥାନୀୟ ଜିଲା କଣ୍ଟ୍ରୋଲ ରୁମକୁ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ପରେ ସୋମବାର ରାତିରେ ସ୍ଥାନୀୟ ଏକ ମେଡିକାଲ ଟିମ ଯୁବତୀଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ସେହିପରି ଏହି ଘଟଣାରେ ସୂଚନା ଦେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି ଯେ, ଯୁବତୀ ଜଣକ ଗତ ଫେବୃୟାରୀ ମାସରେ ବିଦେଶରୁ ଫେରିଛନ୍ତି ଓ ସୁସ୍ଥ ଅଛନ୍ତି। ତଥାପି ମଙ୍ଗଳବାର ସକାଳୁ ଏକ ଜିଲା ସ୍ତରୀୟ ମେଡିକାଲ ଟିମ ତାଙ୍କ ଘରକୁ ପଠାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବ।


All Right Reserved By Dharitri.Com

ଏସ୍‌ସିବି ମେଡିକାଲ: ଦାୟିତ୍ୱ ନେଲେ ନୂଆ ଅଧୀକ୍ଷକ

କଟକ ଅଫିସ, ୬ା୧୧:ଏସ୍‌ସିବି ମେଡିକାଲର ନୂଆ ଅଧୀକ୍ଷକ ଭାବେ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର...

ହୋଇପାରୁନି ବନ୍ୟା ପାଣି ନିଷ୍କାସନ: ୧୦୦ ପରିବାର ଜଳବନ୍ଦୀ

ବସ୍ତା, ୨୮।୮(ସ୍ବ.ପ୍ର.) – ଗତ କିଛି ଦିନ ଧରି ଉପରମୁଣ୍ଡରେ ଏବଂ ସ୍ଥାନୀୟ ଅଞ୍ଚଳରେ ବର୍ଷା ଯୋଗୁ ବସ୍ତା ବ୍ଲକ ଦେଇ ପ୍ରବାହିତ ନଦୀ ଜଳକା...

ଆନନ୍ଦପୁର ସହର ଚଳଚଞ୍ଚଳ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ସହର ସମେତ ଏହାର ଆଖପାଖ ଅଞ୍ଚଳ ମା’ ଦୁର୍ଗାଙ୍କ ପୂଜା ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ଆନନ୍ଦପୁର ବଡ଼ଦାଣ୍ଡ ଠାରେ...

ଅମରେଶଙ୍କୁ ପରିବେଶ ସୁରକ୍ଷା ଚିନ୍ତା: ସାଇକେଲରେ ବୁଲି କରୁଛନ୍ତି ସଚେତନ

ଢେଙ୍କାନାଳ ଅଫିସ, ୨୪।୧୨ – ବଢ଼ିଚାଲିଛି କଂକ୍ରିଟ ଜଙ୍ଗଲ। ଶିଳ୍ପାୟନ ନାମରେ କଟାଚାଲିଛି ଅସଂଖ୍ୟ ଗଛ। ପ୍ରାକୃତିକ ବିପର୍ଯ୍ୟୟ ବି ପରିବେଶ ପାଇଁ ଏବେ ପାଲଟିଛି...

ଆରଡ଼ି ପୀଠରେ ଜଳଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ

ଆରଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିିରେ ଶେଷ ସୋମବାରରେ କାଉଡିଆମାନେ ଜଳଲାଗି କରିଛନ୍ତି । ଏହି ଉପଲକ୍ଷେ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ...

୨ ସପ୍ତାହରେ ୨ କମ୍ପାନୀର ଶୁଭ କାର୍ଯ୍ୟକ୍ରମ ସ୍ଥଗିତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୩: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨ କାରଖାନା ଶୁଭ ଦେଇ ନ ପାରି...

ଛାବିରି ନଦୀରେ ଭାସିଯାଇ ବ୍ୟକ୍ତି ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଡମ୍ବତୁରୁଜିଂ ଗ୍ରାମର ଚିନ୍ତାମଣି ମୁଦୁଲି (୪୫) ସୋମବାର ରାତିରେ ଛାବେରି ନଦୀରେ ଭାସିଯାଇଥିଲେ । ଏ ନେଇ ଖବର...

Leave a comment

Your email address will not be published. Required fields are marked *