ଚିତ୍ରାଙ୍କନକୁ ନିଶା ଏବଂ ପେସା ଭାବେ ଗ୍ରହଣ କରିଛି

ଇଚ୍ଛା ଏବଂ ଆଗ୍ରହ ବଳରେ ଜଣେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବା ସହ ସଫଳତା ର ଶିର୍ଷ ପହଁଞ୍ଚିପାରିଥାଏ। ଠିକ୍‌ ସେହିପରି ମିନର୍ଭା ସାହୁ ନିଜକୁ ଏକାଧାରରେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖିକା ଭାବେ ପରିଚିତ କରାଇବାରେ ସଫଳ ହୋଇଛନ୍ତି। ଯାଜପୁର ଜିଲା ଧର୍ମଶାଳା ଅନ୍ତର୍ଗତ କଲାଣ୍ଡ ଗ୍ରାମରେ ଜନ୍ମିତା ତଥା ବାପା-ଭାବଗ୍ରାହୀ ସାହୁ, ମା’-ପ୍ରମିଳା ସାହୁଙ୍କ ଏହି କନ୍ୟା ପିଲାଟିଦିନରୁ ଚିତ୍ରାଙ୍କନ ପ୍ରତି ଆକର୍ଷିତ ହୋଇଥିଲେ। ଏ ନେଇ ସେ କୁହନ୍ତି, ‘ପିଲାଦିନେ ବୋଉ’ଙ୍କ ଝୋଟିଚିତା ଦେଖି ମୋ ମନରେ ଚିତ୍ର ଆଙ୍କିବାର ଆଗ୍ରହ ସୃଷ୍ଟି ହୋଇଥିଲା। ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ସମୟରେ ମୋର ସବୁଠାରୁ ପ୍ରିୟ ବିଷୟ ଥିଲା ଡ୍ରଇଂ। ସେ ସମୟରେ କେବଳ ସ୍କେଚ୍‌ ପେନ୍‌ମିଳୁଥିଲା, ଏବଂ ତାକୁ ବ୍ୟବହାର କରିବା ଦ୍ୱାରା କାଗଜର ଦୁଇପଟ ଛାପି ଯାଉଥିଲା। ତେଣୁ ଚକ୍‌ରେ ଚଟାଣ ଉପରେ ମୁଁ ବଡ଼ ବଡ଼ ଚିତ୍ର ଆଙ୍କୁଥିଲି, ଯାହା ପରବର୍ତ୍ତୀ ସମୟରେ ମୋତେ ଜଣେ ଚିତ୍ରଶିଳ୍ପୀ ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା। ଭୁବନେଶ୍ୱରସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ କରିବା ସମୟରେ ମୁଁ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲି, ଯାହା ମୋ ପାଇଁ ଏକ ନିଆରା ସ୍ମୃତି ହୋଇ ରହିଛି। ବିଶେଷଭାବରେ ଚାରକୋଲ୍‌ (ଅଙ୍ଗାରଚିତ୍ର), ଅଏଲ ପେଣ୍ଟିଂ (ତୈଳଚିତ୍ର), ଓ୍ବାଟର ପେଣ୍ଟିଂ (ଜଳ ଚିତ୍ର) ଏବଂ ଆକ୍ରେଲିକ୍‌ରେ ଚିତ୍ର କରିବା ମୋର ପସନ୍ଦ।

ହାତରେ ତୂଳୀ ଏବଂ ପାଖରେ ରଙ୍ଗ ଥିବା ବେଳେ ମୋତେ ସତେଯେମିତି ଲାଗେ ମୁଁ ଗୋଟିଏ ଜୀବନ୍ତ ଏବଂ ବାସ୍ତବ ସତ୍ୟକୁ ଉନ୍ମୋଚନ କରିବାକୁ ଯାଉଛି। ଖାସ୍‌ କଥା ହେଲା, ଚିତ୍ର ଆଙ୍କିବା ସମୟରେ ମୁଁ ନିଜକୁ ତା’ ଭିତରେ ସମ୍ପୂର୍ଣ୍ଣ ଭାବେ ହଜାଇଦିଏ। ମୋ ମତରେ ଚିତ୍ରାଙ୍କନକୁ ଜଣେ ପ୍ରଥମେ ନିଶା ଏବଂ ପରେ ପେସା ଭାବେ ଗ୍ରହଣ କଲେ ସେଥିରୁ ହିଁ ସଫଳତା ହାସଲ କରିପାରିବ। ଚିତ୍ରାଙ୍କନରେ ମୁଁ ଆଜି ଯେଉଁଠି ବି ପହଞ୍ଚତ୍ଛି, ସେଥିପାଇଁ ମୋର ଗୁରୁ ବ୍ରଜବନ୍ଧୁ ଜେନା, ଗୁରୁ ସୁନୀଲ ଚାଓ୍ବଲା (ନୋଏଡା) ଏବଂ ମୋ ପରିବାରର ପ୍ରେରଣା ହିଁ ସର୍ବାଗ୍ରେ।’ ନିଜର କାଳକୃତୀ ପାଇଁ ତାଙ୍କୁ ମିଳିଛି ମିସ୍‌ ଆର୍ଟିଷ୍ଟ-ଜୟପୁର, ଆର୍ଟ କୁଇନ୍‌-ଦିଲ୍ଲୀ, ବେଙ୍ଗଲ ଆର୍ଟ ଫୋରମ ତରଫରୁ ଅନୁଷ୍ଠିତ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ , ଆଦି ଅନେକ ପୁରସ୍କାର ।

ୟୁନିସେଫ ପକ୍ଷରୁ ଆୟୋଜିତ ଶିଶୁ ଶ୍ରମିକ ମୁକ୍ତି ଉପରେ ଏକ ପ୍ରୋଜେକ୍ଟ କରି ସେ ଉଚ୍ଚ ପ୍ରଂଶସିତ ଏବଂ ପୁରସ୍କୃତ ହୋଇଥିଲେ। ମିନର୍ଭା କେବଳ ଜଣେ ଚିତ୍ରଶିଳ୍ପୀ ନୁହନ୍ତି, ଲେଖାଲେଖିରେ ମଧ୍ୟ ତାଙ୍କର ରୁଚି ରହିଛି। ଗପଠାରୁ ଆରମ୍ଭ କରି କବିତା ଲେଖିବାରେ ତାଙ୍କୁ ଅଧିକ ଆତ୍ମସନ୍ତୋଷ ମିଳେ ବୋଲି କହନ୍ତି ସେ। ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ମିନର୍ଭାଙ୍କୁ ଅବସର ମିଳିଲେ କବିତା ଲେଖିବା ଏବଂ ଲଙ୍ଗ୍‌ ଡ୍ରାଇଭ୍‌ିଂ କରିବାକୁ ସେ ଭଲ ପାଆନ୍ତି। ଏ ସବୁ ପଛରେ ବଡ ଭଉଣୀ ପ୍ରତିଭା ସାହୁଙ୍କ ପ୍ରେରଣାକୁ ଏବଂ ସ୍ବାମୀ ପ୍ରଦୀପ୍ତ ସାହୁଙ୍କ ସହଯୋଗକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ମୁଁ ସବୁବେଳେ ସମୟକୁ ଗୁରୁତ୍ୱ ଦିଏ।

କେତେବେଳେ କ’ଣ କରିବି ତାହା ପୂର୍ବରୁ ପ୍ଲାନିଂ କରିଥାଏ, ତେଣୁ ଯେ କୌଣସି କାମ କରିବା ସମୟରେ ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥାଏ ବୋଲି କହନ୍ତି ଏହି ଚିତ୍ରଶିଳ୍ପୀ। ବର୍ତ୍ତମାନ ସେ ନୋଏଡାରେ ଆର୍ଟ ଶିକ୍ଷା ଦେବା ଜାରି ରଖିଛନ୍ତି ଏବଂ ଭବିଷତ୍ୟରେ ଭୁବନେଶ୍ୱରରେ ଏକ ଆର୍ଟ ସ୍କୁଲ ଖୋଲି ସବୁ ବର୍ଗର ପିଲାମାନଙ୍କୁ ଚିତ୍ରାଙ୍କନ ଶିକ୍ଷା ଦେବା ଏବଂ ସମାଜକୁ ଭଲ ବାର୍ତ୍ତା ଦେଉଥିବା ଚିତ୍ର ଅଙ୍କନ କରି ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଇଚ୍ଛା ପ୍ରକାଶ କରନ୍ତି ମିନର୍ଭା।
-ମହାଶ୍ୱେତା ନାୟକ


All Right Reserved By Dharitri.Com

ରକ୍ତ ପରୀକ୍ଷାରୁ ଜାଣିହେବ ପୃଥୁଳତା

ଆଜିକାଲି ପୃଥୁଳତା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହେଲାଣି। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ ଆଦି କାରଣରୁ ଜଣେ ପୃଥୁଳତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଏ।...

ଲୁଣପାଣିରେ ଗାଧୋଇଲେ ତ୍ୱଚାରେ ଆସିଥାଏ ଚମକ

ଲୁଣ ବିନା ଖାଦ୍ୟ ସ୍ବାଦହୀନ। ଲୁଣ ବେଶି ହେଲେ ଖାଇହେବ ନାହିଁ କିମ୍ବା କମିଗଲେ ମଧ୍ୟ ଖାଇହେବ ନାହିଁ। ଲୁଣ ଆମ ଦୈନନ୍ଦିନ ଜୀବନରେ ଖୁବ୍‌...

ଏକାଗ୍ରତା ବଢ଼ାଏ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବହୁ ଚାହିଦା ରହିଛି। କେବଳ ଛାତ୍ରୀଛାତ୍ର ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ...

ଓଜନ କମାଇବ ମାଣ୍ଡିଆ ରୁଟି

ରୁଟି କଥା କହିଲେ ସମସ୍ତଙ୍କ ମନରେ ଆସିଥାଏ ଗହମ ଅଟା କିମ୍ବା ମଇଦାର ରୁଟି। ହେଲେ ସବୁବେଳେ ଗୋଟିଏ ପ୍ରକାର ରୁଟି ଖାଇ ଖାଇ ବିରକ୍ତ...

ମଧୁମେହରୁ ମୁକ୍ତିଦିଏ ବେସନ ରୁଟି

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ...

ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା...

ପ୍ରଦୂଷଣରୁ ଦୂରେଇ ରହିବା ପାଇଁ…

ଏବେ ସାରା ଦେଶରେ ପ୍ରଦୂଷଣ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ହେଲେ ଏଥିରୁ କିପରି ଆମେ ନିଜକୁ ରକ୍ଷା କରିପାରିବା ସେ ବିଷୟରେ...

ମାଟିହାଣ୍ଡି ଚିକେନ

ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଏବେ ଭିନ୍ନ ଭିନ୍ନ ଡିଶ୍‌ ପରଷୁଛନ୍ତି। କିନ୍ତୁ ଲୋକେ ବ୍ରଏଲର ଅପେକ୍ଷା ଦେଶୀ କୁକୁଡ଼ା...

Leave a comment

Your email address will not be published. Required fields are marked *