ହୋମ୍‌ମେଡ ଫେସିଆଲ୍‌

ଏବେ ବିବାହ ସିଜନ୍‌ ଚାଲିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବଢ଼ାଇବାକୁ ହେଲେ ସେମାନେ ପାର୍ଲର ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଘରେ ଏକ ଉପାୟ ଆପଣାଇ ପାର୍ଲର ପରି ଲୁକ୍‌ ପାଇପାରିବେ। ଆପଣ ହଳଦୀ ଓ ବାଦାମରେ ପ୍ରସ୍ତୁତ ହୋମମେଡ୍‌ ଫେସିଆଲ୍‌ ବ୍ୟବହାର କରିପାରନ୍ତି। ହଳଦୀ ଆଣ୍ଟିଅକ୍ସିଡାଣ୍ଟର କାମ କରିଥାଏ ଓ ବାଦାମ ଏହାକୁ ସଫ୍ଟ କରିଥାଏ। ତେବେ ହୋମ୍‌ମେଡ୍‌ ଫେସିଆଲ ପ୍ରସ୍ତୁତ କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା..

ଆବଶ୍ୟକ ସାମଗ୍ରୀ
ଏକ ଚାମଚ ହଳଦୀ, ଏକ ଚାମଚ ମହୁ, ଅଧାଚାମଚ ଲେମ୍ବୁରସ, ଅଧାଚାମଚ ଏଲୋଭେରା ଜେଲ୍‌ ଓ ଏକ ଚାମଚ ଦହିକୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ।
ବ୍ୟବହାର କରିବାର ଉପାୟ
ଗୋଲ୍ଡ ଫେସିଆଲ ପ୍ରସ୍ତୁତ କରିବା ପୂର୍ବରୁ ଭଲଭାବେ ମୁହଁକୁ ସଫାକରନ୍ତୁ। ମୁହଁକୁ କ୍ଲିନ୍‌ କରିବାକୁ ହେଲେ କଞ୍ଚାକ୍ଷୀର ବ୍ୟବହାର କରନ୍ତୁ। ଯଦି ଆପଣଙ୍କ ଫେସ୍‌ ଅଏଲି ହୋଇଥାଏ ତେବେ ଆପଣ ରୋଜ୍‌ ଓ୍ବାଟରର ସହାୟତା ନେଇ ମୁହଁକୁ ସଫା କରିପାରିବେ। ଆପଣଙ୍କୁ ଏହି ପ୍ୟାକ୍‌ର ସହାୟତା ନେଇ ମୁହଁକୁ ସ୍କ୍ରବିଂ କରିବାକୁ ହେବ। ଏଥିପାଇଁ ଆପଣ ଏହି ପ୍ୟାକ୍‌ରେ ଚାଉଳଗୁଣ୍ଡ କିମ୍ବା ବେସନ ମିଶାନ୍ତୁ। ସ୍କ୍ରବିଂ ପୂର୍ବରୁ ମୁହଁକୁ ବାଦାମତେଲ ସାହାଯ୍ୟରେ ମସାଜ୍‌ କରନ୍ତୁ। ମସାଜ୍‌ ପରେ ସ୍କ୍ରବ୍‌ କରନ୍ତୁ। ସ୍କ୍ରବିଂ ପରେ ମୁହଁକୁ ନଖଉଷୁମ ପାଣିରେ ଧୋଇଦିଅନ୍ତୁ। ଏହାପରେ ଲଗାନ୍ତୁ ଫେସ୍‌ପ୍ୟାକ୍‌। ଏହା ସମ୍ପୂର୍ଣ୍ଣ ଶୁଖିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଶୁଖିବା ପରେ ଏହାକୁ ହାଲ୍‌କା ହାତରେ ଘଷି ମୁହଁରୁ ଛଡ଼ାଇଦିଅନ୍ତୁ। ଆପଣ ମଧ୍ୟ ବାଦାମତେଲ ଦ୍ୱାରା ମୁହଁକୁ ଭଲଭାବେ ମସାଜ୍‌ କରିପାରିବେ।


All Right Reserved By Dharitri.Com

କ୍ୟାଲ୍‌ସିୟମ

ଆମ ଶରୀରରେ କ୍ୟାଲସିୟମ ପରିମାଣ ସନ୍ତୁଳିତ ରହିଲେ ତାହା ଅସ୍ଥିକୁ ଦୃଢ଼ କରିଥାଏ। ତା’ ସହ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେଣୁ...

ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ...

ଫିଟ୍‌ ରଖେ ଅଁଳା

ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ...

କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର...

ମାତ୍ରାଧିକ ଆଳୁ ଖାଇଲେ ହୋଇଥାଏ…

ଆଳୁ ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥା’ନ୍ତି। ମାତ୍ର ଅଧିକ ଆଳୁ ଖାଇବା ସ୍ବାସ୍ଥ୍ୟ ପକ୍ଷେ  କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣାରୁ ଜାଣିବାକୁ...

ବାଣ୍ଟିଲେ ବଢ଼େ ଖୁସି

ଧନସମ୍ପତ୍ତି ଥାଇ ମଧ୍ୟ କିଛି ବ୍ୟକ୍ତି ଖୁସି ନ ଥାନ୍ତି। ତେବେ ପ୍ରକୃତ ଖୁସି ମିଳିଥାଏ ଅନ୍ୟ ସହ ଖୁସି ବାଣ୍ଟିବାରେ। ଏଭଳି ଅନେକ ରାସ୍ତା...

ଲୁଣ ପାଣିରେ ସ୍ନାନ କଲେ ମିଳିବ ଅନେକ ଫାଇଦା

ଖାଦ୍ୟରେ ଲୁଣ ରହିବା ଜରୁରୀ। ଲୁଣ ବିନା ଖାଦ୍ୟରେ ସ୍ବାଦ ଆସି ନ ଥାଏ। ଜାଣିଛନ୍ତି କେବଳ ଖାଦ୍ୟ ନୁହେଁ ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ...

ରାମଦେବଙ୍କ ପରାମର୍ଶ: କରୋନା ଭାଇରସ୍‌ରୁ ଦୂରେଇ ରହିବାକୁ କରନ୍ତୁ ଏହି ପ୍ରାଣାୟାମ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏହି ରୋଗରେ ୨୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା...

Leave a comment

Your email address will not be published. Required fields are marked *