ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେଉଁ ଗର୍ଭବତୀମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କ ନିକଟରେ କରୋନାର କୌଣସି ଗୁଣ ଦେଖାଯାଇନାହିଁ। ଫ୍ରଣ୍ଟିୟର ଇନ୍‌ ପେଡିଆଟ୍ରିକ୍‌ ଜର୍ନାଲରେ ସୋମବାର ଏହା ପ୍ରକାଶ ପାଇଥିଲା। ଚାଇନାର ହୁବଇରେ ଥିବା ଉହାନ ସହରରେ ପ୍ରଥେମେ କରୋନା ସଂକ୍ରମଣ ଦେଖାଯାଇଥିବା ବେଳେ ସେଠାକାର ୪ଜଣ ଗର୍ଭବତୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ପ୍ରଥମେ ଏହି ଶିଶୁମାନଙ୍କୁ ଏନ୍‌ଆଇସିୟୁରେ ରଖାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଶିଶୁଙ୍କ ନମୁନା କରୋନା ନେଗେଟିଭ ଆସିଥିବା ବେଳେ ଚତୁର୍ଥ ଶିଶୁର ମା’ କରୋନା ନମୁନା ପରୀକ୍ଷା ପାଇଁ ଅରାଜି ହୋଇଥିଲେ। ଉକ୍ତ ଗବେଷଣାକୁ ନେଇ ବିଶେଷଜ୍ଞମାନେ ଏହା ସ୍ପଷ୍ଟ କରି ନ ଥିବା ମଧ୍ୟ କହିଛନ୍ତି। ଅନ୍ୟପଟେ ଇଟାଲିରେ ଜଣେ ନବଜାତକକୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ବେଳେ ସେ ସବୁଠାରୁ କମ୍‌ ବୟସର କରୋନା ସଂକ୍ରମିତ ରୋଗୀ ବୋଲି କୁହାଯାଇଥିଲା।


All Right Reserved By Dharitri.Com

୧୪ ବର୍ଷ ବୟସ୍କା ନାବାଳିକାଙ୍କ ବିବାହକୁ ବୈଧ କହିଲେ ପାକିସ୍ତାନ କୋର୍ଟ

ଇସଲାମାବାଦ୍‌,୮।୨: ପାକିସ୍ତାନର ଏକ କୋର୍ଟ ଜଣେ ୧୪ ବର୍ଷ ବୟସ୍କା ଖ୍ରୀଷ୍ଟିଆନ୍‌ ନାବାଳିକାଙ୍କ ବିବାହକୁ ବୈଧ ବୋଲି କହିଛନ୍ତି। ନାବାଳିକା ଜଣକ ଋତୁମତୀ ହୋଇଥିବାରୁ ଏହି...

ମାଙ୍କଡର ଓଜନ ୧ କିଲୋ

କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ...

କରୋନା ରୋଗୀଙ୍କ ସହ ବିବାହ ବାର୍ଷିକୀ

ରାଞ୍ଚି: ଏବେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ନିଜର ସବୁ ସ୍ବପ୍ନ ଓ ସୁଖସୁବିଧାଥିବା ଜୀବନ ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ଏମିତି କି...

ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍‌

ଇସଲାମାବାଦ୍‌,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ...

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର...

ଚାଇନାକୁ ଗୁହାରି କରିବ ପାକିସ୍ତାନ

ଇସ୍‌ଲାମାବାଦ,୮ା୮: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ବୁଧବାର ରାତିରେ ଚାଇନା ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ନେଇ ସେ ସେଠାରେ...

ଲଣ୍ଡନରେ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ

ଓ୍ବାଶିଂଟନ,୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଙ୍କିମହାମ୍‌ ପ୍ୟାଲେସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହାକୁ ବିରୋଧ...

୫୯ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ବ୍ରିଜ୍‌ ପାରି ହେଉଛନ୍ତି ଲୋକେ

ଇସଲାମାବାଦ୍‌, ୧।୬: ପାକିସ୍ତାନରେ ରହିଛି ପୃଥିବୀର ସବୁଠାରୁ ବିପଦ ଶଙ୍କୁଳ ବ୍ରିଜ୍‌। ଏହା କାଠ ପଟା ଏବଂ ଲୁହା ଜଞ୍ଜିରରେ ନିର୍ମିତ। ୧୯୬୦ରେ ଏହି ଝୁଲା...

Leave a comment

Your email address will not be published. Required fields are marked *