ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କ୍ଷମତାଠାରୁ ଅଧିକ ବାଲି, ପଥରବୋଝେଇ ଭାରୀଯାନ ଚଳାଚଳ କରିବା ଯୋଗୁ ରାସ୍ତାର ସ୍ଥାୟିତ୍ୱ ନଷ୍ଟ ହେବା ସହ ତାହା ଯାତାୟନ ଅନୁପଯୋଗୀ ହେବାରେ ଲାଗିଛି। କୋରାପୁଟ ଜିଲା ଅଧୀନରେ ଥିବା ପୂର୍ତ୍ତ ବିଭାଗର ଜୟପୁରରୁ କୁନ୍ଦୁରା ଭାୟା ଫାମ୍ପୁଣି ଯାଏ ୨୫ କିମି ରାସ୍ତା ୨୦୧୮-୧୯ରେ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଏହି ରାସ୍ତାରେ ମାତ୍ରାଧିକ କ୍ଷମତାର ବାଲିବୋଝେଇ ହାଇଓ୍ବା (୩୦ ଟନ୍‌ ବିଶିଷ୍ଟ) ଦିନରାତି ପରିବହନ କରିବା ଯୋଗୁ ତାହା ନଷ୍ଟ ହେବାକୁ ବସିଛି।
କୁନ୍ଦୁରା ବ୍ଲକରେ ୩ଟି ପ୍ରମୁଖ ନଦୀ କୋଲାବ, କୁର୍ଲୁ ଓ ବିରି ରହିଥିବା ବେଳେ ଏଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ପୂର୍ବ ପଞ୍ଚାୟତ ସମିତି ବୈଠକରେ ଜିଲା ବିଜେଡି ଉପସଭାପତି ସଞ୍ଜୟ ସାହୁ ଅନୁମତି ନ ଥିବା ଭାରୀଯାନ ଚଳାଚଳ ବନ୍ଦ କରିବା ପାଇଁ ତହସିଲଦାର ଆୟୁବ ମଣ୍ଡଳଙ୍କୁ ଜଣାଇଥିଲେ। କିନ୍ତୁ ପୂର୍ବାପେକ୍ଷା କମିବା ବଦଳରେ ଅଧିକ ଗାଡ଼ି ବାଲି ଚାଲାଣ କରୁଛି। ବ୍ଲକରେ ଗତ ଦିନରେ ଯେଉଁ ସବୁ ବାଲିଉତ୍ସ ନିଲାମ ହୋଇଥିଲା, ସେଥିରୁ ଅଧିକାଂଶର ଟେଣ୍ଡର ଅବଧି ସରିଥିଲେ ମଧ୍ୟ ବଳପୂର୍ବକ ସେଠାରୁ ବାଲି ଚାଲାଣ କରାଯାଉଛି। ଏଠାକାର ବାଲି କୋରାପୁଟ, ସେମିଳିଗୁଡ଼ା, ସୁନାବେଡ଼ା ଅଞ୍ଚଳକୁ ପ୍ରତିଦିନ ଚାଲାଣ ହେଉଛି। କିଛି ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଗାଡ଼ିରେ ମଧ୍ୟ ବାଲି ଚାଲାଣ କରାଯାଉଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳବେହେରା ବେଆଇନ ବାଲି ଚାଲାଣ କରୁଥିବା କିଛି ଭାରୀଯାନକୁ ଜରିମାନା ମଧ୍ୟ କରିଛନ୍ତି। ଜୟପୁରରୁ କୁନ୍ଦୁରା ଆସିବା ସମୟରେ ଜୟନଗର, ଅନ୍ତା ଓ ବାୟାଗୁଡ଼ା ଯାଏ ରାସ୍ତା କଦର୍ଯ୍ୟ ହୋଇପଡ଼ିଛି। କୁନ୍ଦୁରା ତହସିଲ, ବ୍ଲକ ଓ ଥାନା ସମ୍ମୁଖରେ କ୍ଷମତାଠାରୁ ଅଧିକ ବାଲି, ପଥର ନେଇ ଭାରୀଯାନ ଚଳାଚଳ କରୁଥିଲେ ମଧ୍ୟ ସମସ୍ତେ ନିରବ ରହିଛନ୍ତି। ନିୟମିତ ଏହାର ଯାଞ୍ଚ ହେଲେ ବେଆଇନ ବାଲି ଚାଲାଣ ଓ ଭାରୀଯାନ ଚଳାଚଳକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।


All Right Reserved By Dharitri.Com

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ...

ଛାବିରି ନଦୀରେ ଭାସିଯାଇ ବ୍ୟକ୍ତି ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଡମ୍ବତୁରୁଜିଂ ଗ୍ରାମର ଚିନ୍ତାମଣି ମୁଦୁଲି (୪୫) ସୋମବାର ରାତିରେ ଛାବେରି ନଦୀରେ ଭାସିଯାଇଥିଲେ । ଏ ନେଇ ଖବର...

ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନାରେ ମନମୁଖି କାର୍ଯ୍ୟ: ଖାଲିପଡ଼ିଛି ୩୬ ଅଧ୍ୟାପିକା ଅଧ୍ୟାପକ ପଦବୀ; ୮୦ ପରିବର୍ତ୍ତେ ଅଛନ୍ତି ୪୪

ଯାଜପୁରରୋଡ,୩୦ା୬(ନି.ପ୍ର.)- ଯାଜପୁରରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦିନରେ ଏହି ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା...

ପ୍ରଦତ୍ତ ଅନୁଦାନକୁ ଠିକ୍‌ ଭାବେ ଖର୍ଚ୍ଚ କରୁନାହିଁ ରେଳ ମନ୍ତ୍ରଣାଳୟ: ପ୍ରସନ୍ନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କେନ୍ଦ୍ର ସରକାର ବଜେଟରେ ରେଳପଥ ପାଇଁ ଅନୁଦାନ ଦେଉଛନ୍ତି। ସେହିକ୍ରମରେ ଓଡ଼ିଶା ମଧ୍ୟ ଅନୁଦାନ ପାଉଛି। ହେଲେ ରେଳପଥ ଦ୍ୱାରା ଅନୁମୋଦନ କରାଯାଉଥିବା ଅର୍ଥକୁ...

ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ...

ପୁରୀରେ ପହଞ୍ଚିଲେ୧୩୩ ପାକିସ୍ତାନୀ ହିନ୍ଦୁ

ପୁରୀ ଅଫିସ,୪ା୧: ପୁରୀରେ ପହଞ୍ଚିଛନ୍ତି ୧୩୩ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ଶୁକ୍ରବାର ରାତି ପ୍ରାୟ ୯ଟାରେ ଏମାନେ ବସ୍‌ରେ ଆସି ପୁରୀରେ ପହଞ୍ଚିବା ପରେ...

ଚାଷୀ ଆନ୍ଦୋଳନ, ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼: ବିରୋଧୀଙ୍କ ହୋ-ହଲ୍ଲା, ଗୃହ ମୁଲତବୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର ଜିଲାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ବିକ୍ରିକୁ ନେଇ ଆରମ୍ଭ କରାଯାଇଥିବା ଟୋକନ...

ପୁରୀରେ ଡଗ୍‌ ଶୋ:କୌଶଳ ଦେଖାଇଲେ୧୮ ପ୍ରଜାତିର ୧୪୭ କୁକୁର

ପୁରୀ ଅଫିସ, ୧୩ା୧: କୁକୁର ହେଲେ ବି ମାଲିକଙ୍କ ପ୍ରତି ଥିଲା ସେମାନଙ୍କର ଢେର୍‌ ଭଲପାଇବା ଆଉ ବିଶ୍ୱସନୀୟତା। ମାଲିକଙ୍କ ପ୍ରତିଟି ନିର୍ଦ୍ଦେଶ ମାନି ବିଚାରକଙ୍କୁ...

Leave a comment

Your email address will not be published. Required fields are marked *