ଜିଏମ୍‌ଆର୍‌ରେ ପରିବେଶ ଦିବସ ପାଳିତ : ୩୩ ମିନିଟ୍‌ରେ ଲାଗିଲା ୮୦୦୦ ଚାରା

ଢେଙ୍କାନାଳ ଅଫିସ, ୯ା୬ – ଢେଙ୍କାନାଳ ଜିଲା କମଳାଙ୍ଗସ୍ଥିତ ଜିଏମ୍‌ଆର୍‌ ଏନର୍ଜି ଲିମିଟେଡ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଶେଷ ହୋଇଛି। କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ, ଠିକାସଂସ୍ଥା, ସୁରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ୩୩ମିନିଟ୍‌ରେ ୮୦୦୦ ଚାରା ଲଗାଇ କରି ରେକର୍ଡ କରିଛନ୍ତି। ଜିକେଇଏଲ୍‌ ପ୍ରଗତି ଲେଡିଜ୍‌ କ୍ଲବର ସଭ୍ୟାମାନେ ୧୧୦ ଚାରା ରୋପଣ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କୁ ୧୦୦ଟି ଆମ୍ବଚାରା ବଣ୍ଟନ କରାଯାଇଥିଲା। ଏଥିସହ ପ୍ଲାଣ୍ଟ ପରିସରରେ ପରିବେଶ ସଚେତନତା ସମ୍ପର୍କିତ ପୋଷ୍ଟର ଲଗାଯିବା ସହ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟାଉନଶିପ ମହିଳା ଓ ଶିଶୁଙ୍କ ମଧ୍ୟରେ ଜଣାଅଜଣା ଓ ପୋଷ୍ଟର ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ।
କମ୍ପାନୀର ସିଇଓ ରମେଶ ଆର. ପାଇ, ପ୍ରଗତି ଲେଡିଜ୍‌ କ୍ଲବ ସଭାନେତ୍ରୀ ସନ୍ଧ୍ୟା ପାଇ ଯୋଗଦେଇ କହିଲେ, କମ୍ପାନୀ ପକ୍ଷରୁ ପରିବେଶ ସୁରକ୍ଷା ନେଇ ବର୍ଷତମାମ କାର୍ଯ୍ୟକ୍ରମ ଜାରି ରହିବ। ଏ କ୍ଷେତ୍ରରେ ସମସ୍ତେ ସହଯୋଗ କରିବାକୁ ଉଭୟେ ପରାମର୍ଶ ଦେଇଥିଲେ।


All Right Reserved By

ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ: ଅସନ୍ତୋଷ ପରେ ଜରିମାନା ନେଲା ପୌରପାଳିକା

ଅନୁଗୋଳ ଅଫିସ, ୧୯।୭-ଘର ନିର୍ମାଣ ପାଇଁ ଜନୈକ ବ୍ୟକ୍ତି ରାସ୍ତା ଉପରେ ବିଭିନ୍ନ ସାମଗ୍ରୀ ଗଦାଇଥିବାରୁ ଅନୁଗୋଳ ସହରର ବଜାର ଛକ ରାସ୍ତାରେ ଗୁରୁବାର ଯାତାୟାତ...

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ତାଳଚେର, ୨୭ା୬(ନି.ପ୍ର.) : ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ଦେଇଛନ୍ତି। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ୨୬ ତାରିଖରେ...

ବିପୁଳ ପରିମାଣର କାଠ ଜବତ

ପାଲଲହଡା, ୨୨।୫ (ଡି.ଏନ.ଏ.)- ଦେବଗଡ଼ ଡିଭିଜନର ମୋବାଇଲ ସ୍କ୍ବାଡ୍‌ ମଙ୍ଗଳବାର ପାଲଲହଡା ଥାନା ଈଶ୍ୱରନଗର ଗ୍ରାମର ରମାକାନ୍ତ ବିଶ୍ୱାଳଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର...

ବିଭୂତି ପ୍ରଧାନ ୧୮୬୮ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୨ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୨୭,୩୨୮ଭୋଟ ପାଇଛନ୍ତି। ତାଙ୍କ ପଛକୁ...

ସମଲ ବ୍ୟାରେଜରେ ବୁଡ଼ି ୨ ମୃତ

ପବିତ୍ରନଗର,୧୩।୬(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ବ୍ୟାରେଜରେ ବୁଡ଼ି ଗୁରୁବାର ୨ ଯୁବକ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସମଲ ବ୍ୟାରେଜ କଲୋନୀ ଅଞ୍ଚଳର ବିଶ୍ବରଞ୍ଜନ...

ଢେଙ୍କାନାଳରେ ଭାଜପାର ବିଜୟ ସଂକଳ୍ପ ଶୋଭାଯାତ୍ରା: ବିଜେଡି, କଂଗ୍ରେସକୁ ଟାର୍ଗେଟ କଲେ ଅମିତ ଶାହ

ଢେଙ୍କାନାଳ ଅଫିସ, ୧୭।୪-ଢେଙ୍କାନାଳ ଜିଲା ମହିଷାପାଟ ପଡ଼ିଆରେ ବୁଧବାର ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେଇ ବିଜେଡି...

ପାଣି ଚିନ୍ତାରେ ପୌରାଞ୍ଚଳବାସୀ: ଶିଳ୍ପ ଶୋଷୁଛି, ପିଇବାକୁ ମିଳୁନି

ଢେଙ୍କାନାଳ ଅଫିସ,୧୫।୫- ଶିଳ୍ପରେ ସମୃଦ୍ଧ। ପାଣ୍ଠିର ଅଭାବ ନାହିଁ। ତଥାପି ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ସହରବାସୀ। ପାନୀୟ ଜଳର ବୃହତ୍ତମ...

ଶୌଚାଳୟ ଟାଙ୍କିରେ ଖସିପଡ଼ିଲେ ମା’, ଛୁଆହାତୀ: ବନ ବିଭାଗ କଲା ଉଦ୍ଧାର

ପରଜଙ୍ଗ,୨୨ା୬ (ଡି.ଏନ୍‌.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *