Posted inଜାତୀୟ

ଜେଲରେ ପ୍ରତିଷେଧକ ବ୍ୟବସ୍ଥା ନେଇ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସାରା ଦେଶରେ ଥିବା ଜେଲ୍‌ଗୁଡ଼ିକରେ ଅତ୍ୟଧିକ ବନ୍ଦୀଙ୍କୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ନିଜଆଡୁ ଏହାକୁ ମାମଲା ଭାବେ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ଏବଂ ଜଷ୍ଟିସ ଏଲ୍‌.ଏନ୍‌. ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ସବୁ ରାଜ୍ୟର ଜେଲ୍‌ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ ଜାରି କରି କୋଭିଡ-୧୯ର ପ୍ରତିକାର ପାଇଁ କ’ଣ ପଦକ୍ଷେପ ନିଆଯାଇଛି ୨୦ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସହାୟତା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଜଣେ ଲେଖାଏଁ ଅଫିସର ମାର୍ଚ୍ଚ ୨୩ରେ ଡେପୁଟେଶନରେ ପଠାଇବାକୁ ଅଦାଲତ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ପ୍ରତିକାର ପାଇଁ ଅଧିକ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର କହିଛନ୍ତି।


All Right Reserved By Dharitri.Com

ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ...

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୮।୯: ଜମ୍ମୁ-କଶ୍ମୀରର ସୁନ୍ଦରବନି ଓ ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୧୦ଟାରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର...

ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ

ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ...

କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା...

ପୁରୁଣା ଟିମ୍‌ ସହ ସରକାର ଚଳାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି (ଏଏପି) ବିଜୟ ଲାଭ କରିଛି। ଏହି ବିଜୟ ପରେ ଏଏପିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ...

ଜେଏନ୍‌ୟୁ ଦୀକ୍ଷାନ୍ତ ସମାରୋହ: ଫି ବୃଦ୍ଧି ନେଇ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୧୧।୧୧: ଜେଏନ୍‌ୟୁର ଦୀକ୍ଷାନ୍ତ ସମାରୋହ ସୋମବାର ସମ୍ପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ବାହାରେ ଶିକ୍ଷାର୍ଥୀ ହଷ୍ଟେଲ୍‌ ଫି ବୃଦ୍ଧି ଏବଂ ଡ୍ରେସ୍‌ କୋଡ୍‌ ନେଇ ବିକ୍ଷୋଭ...

କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ

ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି।...

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ...

Leave a comment

Your email address will not be published. Required fields are marked *